Get Updates
Get notified of breaking news, exclusive insights, and must-see stories!

ଟୋକିଓ ଟିକେଟଠାରୁ 0.02 ସେକେଣ୍ଡ ଦୂରରେ ରହିଗଲେ ଦୂତି

ନିଜର ପୁରୁଣା ଜାତୀୟ ରେକର୍ଡ ଭାଙ୍ଗି ନୂଆ ଜାତୀୟ ରେକର୍ଡ ସୃଷ୍ଟି କରିଛନ୍ତି । କିନ୍ତୁ ଟୋକିଓ ଅଲିମ୍ପିକ୍ସ ପାଇଁ ଥିବା 11.15 ସେକେଣ୍ଡ ମାର୍କରୁ ମାତ୍ର 0.02 ସେକେଣ୍ଡରେ ପଛରେ ରହିଯାଇଛନ୍ତି ।

ପଟିଆଲା: ଟୋକିଓ ଟିକେଟଠାରୁ 0.02 ସେକେଣ୍ଡ ଦୂରରେ ରହିଗଲେ ଦୂତି । କିନ୍ତୁ ରଚିଲେ ନୂଆ ନ୍ୟାସନାଲ ରେକର୍ଡ । ସୋମବାର ପାଟିଆଲାର ନ୍ୟାସନାଲ ଆଥଲେଟିକ୍ସ ଗ୍ରାଣ୍ଡ ପ୍ରିକ୍ସରେ 100 ମିଟର ଦୌଡକୁଦରେ 11.17 ସେକେଣ୍ଡରେ ନିର୍ଦ୍ଧାରିତ ଦୂରତା ଅତିକ୍ରମ କରିଛନ୍ତି ଦୂତି । ଏଥି ସହିତ ନିଜର ପୁରୁଣା ଜାତୀୟ ରେକର୍ଡ ଭାଙ୍ଗି ନୂଆ ଜାତୀୟ ରେକର୍ଡ ସୃଷ୍ଟି କରିଛନ୍ତି । କିନ୍ତୁ ଟୋକିଓ ଅଲିମ୍ପିକ୍ସ ପାଇଁ ଥିବା 11.15 ସେକେଣ୍ଡ ମାର୍କରୁ ମାତ୍ର 0.02 ସେକେଣ୍ଡରେ ପଛରେ ରହିଯାଇଛନ୍ତି ।

Dutee Chand

ସେହିପରି 4x100 ମିଟର ରିଲେ ଦୌଡକୁଦ ଇଭେଣ୍ଟରେ ଦେଶର 4 ଷ୍ଟାର ସ୍ପିଣ୍ଟର ହିମା ଦାସ, ଦୂତି ଚାନ୍ଦ, ଧନଲକ୍ଷ୍ମୀ ଓ ଅର୍ଚ୍ଚନା ସୁସିନତନ 43.47 ସେକେଣ୍ଡରେ ନିର୍ଦ୍ଧାରିତ ଦୂରତା ଅତିକ୍ରମ କରି ଜାତୀୟ ରେକର୍ଡ ସୃଷ୍ଟି କରିଛନ୍ତି ।

ଅନ୍ୟପଟେ ଶଟଫୁଟ୍ ଇଭେଣ୍ଟରେ ଶଟ ପୁଟର ତାଜିନ୍ଦର ପାଲ ସିଂ 21.49 ମିଟର ଥ୍ରୋ ସହିତ ଅଲିମ୍ପିକ ଯୋଗ୍ୟତା ମାର୍କ ଅତିକ୍ରମ କରି ନିଜର ଜାତୀୟ ରେକର୍ଡ ଭାଙ୍ଗିଛନ୍ତି । ସେ 21.28 ମିଟରର ଅନ୍ୟ ଥ୍ରୋ ସହିତ ଦୁଇଥର ଏପରି କରିଥିଲେ ।

ଏଥିସହ କମଲପ୍ରୀତ କୌର ମହିଳା ଡିସକସ୍ ଥ୍ରୋରେ 66.59 ମିଟର ଥ୍ରୋ ସହିତ ନିଜର ଜାତୀୟ ରେକର୍ଡ ସୃଷ୍ଟି କରିଛନ୍ତି । ତାଙ୍କର ପୂର୍ବ ଶ୍ରେଷ୍ଠ ଥିଲା 65.06 ମିଟର ଯାହା ସେ ମାର୍ଚ୍ଚ 2021 ରେ ଫେଡେରେସନ୍ କପ୍ ରେ ହାସଲ କରିଥିଲେ । ଉଲ୍ଲେଖଯୋଗ୍ୟ, କମଲପ୍ରୀତ ଦେଶର ପ୍ରଥମ ମହିଳା ଭାବରେ ଚଳିତ ବର୍ଷ ମାର୍ଚ୍ଚରେ 65 ମିଟର ମାର୍କ ଭାଙ୍ଗିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+