ଭାରତ-ପାକିସ୍ତାନ ଫାଇନାଲ ମ୍ୟାଚ ପାଇଁ ଦୁବାଇ ଷ୍ଟାଡିୟମ ହାଉସଫୁଲ୍; ସମସ୍ତ ଟିକେଟ୍ ବିକ୍ରି
ଭାରତ-ପାକିସ୍ତାନ ୮ ବର୍ଷ ପରେ କୌଣସି ଟୁର୍ଣ୍ଣାମେଣ୍ଟ ଫାଇନାଲରେ ପରସ୍ପର ସହିତ ମୁହାମୁହିଁ ହେଉଛନ୍ତି । ୨୦୧୭ରେ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଶେଷ ଥର ପାଇଁ ଦୁଇ ଟିମ୍ ମଧ୍ୟରେ ଟାଇଟଲ ପାଇଁ ଲଢେଇ ହୋଇଥିଲା । ଏଥିରେ ପାକିସ୍ତାନ ବାଜି ମାରିଦେଇଥିଲା ।
ଏବେ ଟିମ୍ ଇଣ୍ଡିଆ ପ୍ରତିଶୋଧ ନେବାକୁ ସମସ୍ତ ପ୍ରକାର ଚେଷ୍ଟା କରିବ । ଦୁବାଇରେ ହେବାକୁ ଥିବା ଏସିଆ କପ ଫାଇନାଲ ପାଇଁ ଦୁଇଟି ଯାକ ଟିମ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି । ଦୁବାଇର ଷ୍ଟାଡିୟମ ଏଥିପାଇଁ ହାଉସଫୁଲ ହୋଇଯାଇଛି । ଏହି ମ୍ୟାଚର ସମସ୍ତ ଟିକେଟ ବିକ୍ରି ହୋଇଯାଇଛି ।
ଦୁବାଇର ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ହେବାକୁ ଥିବା ଫାଇନାଲ ମ୍ୟାଚ ପାଇଁ ୨୮ ହଜାର ଫ୍ୟାନ୍ସ ମଇଦାନକୁ ଆସୁଛନ୍ତି । ଷ୍ଟାଡିୟମର କ୍ଷମତା ୨୫ ହଜାର । କିନ୍ତୁ ଟାଇଟଲ ମ୍ୟାଚ ପାଇଁ ଷ୍ଟାଡିୟମର କ୍ଷମତା ବଢାଯାଇଛି । ଆଉ ୩ ହଜାର ସିଟକୁ ବଢାଯାଇଛି ।

ତେବେ ଆୟୋଜକଙ୍କ ମୁତାବକ, ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମର ସମସ୍ତ ଟିକେଟ ବିକ୍ରି ହୋଇସାରିଛି । ଯେଉଁଥିପାଇଁ ମ୍ୟାଚ ହାଉସଫୁଲ୍ ହୋଇଛି । ଏସିଆ କପରେ ୪୧ ବର୍ଷ ପରେ ପ୍ରଥମ ଥର ପାଇଁ ଦୁଇଟି ଯାକ ଟିମ ଫାଇନାଲରେ ପ୍ରବେଶ କରିବେ । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଏବଂ ପାକିସ୍ତାନ ଦୁଇଟି ମ୍ୟାଚରେ ଫ୍ୟାନ୍ସଙ୍କ ଭିଡ଼ ଦେଖିବାକୁ ମିଳିଛି ।
ରିପୋର୍ଟ ମୁତାବକ, ୨୧ ସେପ୍ଟେମ୍ବରରେ ହୋଇଥିବା ଭାରତ-ପାକିସ୍ତାନ ସୁପର-୪ ମ୍ୟାଚରେ ୧୭ ହଜାର ଫ୍ୟାନ୍ସ ଦୁବାଇ ଷ୍ଟାଡିୟମରେ ପହଞ୍ଚିଥିଲେ । ଏହାପୂର୍ବରୁ ୧୪ ସେପ୍ଟେମ୍ବରର ମ୍ୟାଚ ଦେଖିବାକୁ ୨୦ ହଜାର ଫ୍ୟାନ୍ସ ଆସିଥିଲେ । ଦୁଇଟି ଯାକ ମ୍ୟାଚରେ ଟିମ୍ ଇଣ୍ଡିଆ ପାକିସ୍ତାନ ଉପରେ ବଡ଼ ବିଜୟ ପାଇଛି ।












Click it and Unblock the Notifications