ଭାରତ ଓ ପାକିସ୍ତାନ ମ୍ୟାଚ୍ ପାଇଁ ଆଲର୍ଟରେ ଦୁବାଇ ପୋଲିସ
ଏସିଆ କପ୍ ୨୦୨୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହାଇ-ଭୋଲଟେଜ୍ ମ୍ୟାଚ୍ । ଦୁବାଇ ପୋଲିସ ଦର୍ଶକଙ୍କ ପାଇଁ କଡ଼ା ନିର୍ଦ୍ଦେଶାବଳୀ ଜାରି କରିଛି।
ଦୁବାଇ ପୋଲିସ ଏବଂ ଇଭେଣ୍ଟସ୍ ସୁରକ୍ଷା କମିଟି (ESC) ଅନୁଯାୟୀ, ମ୍ୟାଚ୍ ଆରମ୍ଭ ହେବାର ତିନି ଘଣ୍ଟା ପୂର୍ବରୁ ସାଧାରଣ ଦର୍ଶକଙ୍କ ପାଇଁ ଷ୍ଟାଡିୟମର ଫାଟକ ଖୋଲାଯିବ। ପ୍ରବେଶ ପାଇଁ ବୈଧ ଟିକେଟ୍ ଆବଶ୍ୟକ ହେବ। ଟିକେଟ୍ ନଥିବା କିମ୍ବା ନିୟମ ଭଙ୍ଗ କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କୌଣସି ଦର୍ଶକ ଷ୍ଟାଡିୟମରେ ପୋଷା ପ୍ରାଣୀ, ରିମୋଟ୍ କଣ୍ଟ୍ରୋଲ୍ ଡିଭାଇସ୍, ପାୱାର ବ୍ୟାଙ୍କ, ଫୋଟକା, ଲେଜର ପଏଣ୍ଟର, କାଚ ଜିନିଷ, ସେଲ୍ଫି ଷ୍ଟିକ୍, ଛତା, ଧୂମପାନ ସାମଗ୍ରୀ, ପତାକା କିମ୍ବା ବ୍ୟାନର ବହନ କରିପାରିବେ ନାହିଁ। ଯଦି ଏହି ଜିନିଷଗୁଡ଼ିକ ମଧ୍ୟରୁ କୌଣସିଟି ଧରାପଡ଼େ ତେବେ ସିଧାସଳଖ ଜରିମାନା ଏବଂ ଜେଲ୍ ମଧ୍ୟ ହୋଇପାରେ।

ରିପୋର୍ଟ ଅନୁଯାୟୀ, ଯଦି କେହି ନିଷିଦ୍ଧ ଜିନିଷ ସହିତ ଧରାପଡ଼ନ୍ତି ତେବେ ତାଙ୍କୁ ଅତି କମରେ ୫,୦୦୦ ଦିରହମ୍ (ପ୍ରାୟ ୧୨ ଲକ୍ଷ) ଜରିମାନା କରାଯିବ। ଏହା ବ୍ୟତୀତ ୧ ରୁ ୩ ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡ ମଧ୍ୟ ହୋଇପାରେ। ସେହିପରି ଯଦି ଜଣେ ଦର୍ଶକ ହିଂସାତ୍ମକ ଆଚରଣ କରନ୍ତି, ଜାତିଭେଦ କିମ୍ବା ଅପମାନଜନକ ଭାଷା ବ୍ୟବହାର କରନ୍ତି। ତେବେ ତାଙ୍କୁ ୧୦,୦୦୦ ଦିରହମ (୨,୪୦,୩୭୪)ରୁ ୩୦,୦୦୦ ଦିରହମ (୭,୨୧,୧୨୩) ପର୍ଯ୍ୟନ୍ତ ଜରିମାନା ହୋଇପାରେ।
ଅନ୍ୟପକ୍ଷରେ ଏହି ସମୟରେ ଭାରତର ସହାୟକ ପ୍ରଶିକ୍ଷକ ରିଆନ ଟେନ ଡୋଇସଚେଟ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଟିମ୍ ଏହି ମ୍ୟାଚରେ ଖେଳ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବ। କିନ୍ତୁ ଦେଶବାସୀଙ୍କ ଭାବନା ପ୍ରତି ସମ୍ମାନ ମଧ୍ୟ ବଜାୟ ରଖିବ।












Click it and Unblock the Notifications