ଏସିଆନ୍ ଗେମ୍ସ ପୂର୍ବରୁ ଦୂତିଙ୍କୁ ବଡ଼ ଝଟକା: ଡୋପ ଟେଷ୍ଟରେ ହେଲେ ବିଫଳ !
ଏସିଆନ୍ ଗେମ୍ସ ପୂର୍ବରୁ ଦୂତିଙ୍କୁ ବଡ଼ ଝଟକା, ଡୋପ ଟେଷ୍ଟରେ ହେଲେ ବିଫଳ ! ସେପଟେ ଦୂତି ଚାନ୍ଦ ଏହି ଖବରକୁ ମିଥ୍ୟା ବୋଲି କହିଛନ୍ତି ।
ଭୁବନେଶ୍ୱର: ଏସିଆନ୍ ଗେମ୍ସ ପୂର୍ବରୁ ଦୌଡରାଣୀ ଦୂତି ଚାନ୍ଦଙ୍କୁ ବଡ଼ ଝଟକା । ଡୋପ ଟେଷ୍ଟରେ ବିଫଳ ହେଲେ ଅଲିମ୍ପିଆନ ଦୂତୀ ଚାନ୍ଦ ! ଜାତୀୟ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇବା ପରେ ରାଜ୍ୟରେ ଚହଳ ସୃଷ୍ଟି ହୋଇଛି । ଜାତୀୟ ଗଣମାଧ୍ୟମ ପିଟିଆଇ ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛି । ସେପଟେ ଦୂତି ଚାନ୍ଦ ଏହି ଖବରକୁ ମିଥ୍ୟା ବୋଲି କହିଛନ୍ତି । ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ଦୂତୀ ଏସିଆନ୍ ଗେମ୍ସର ୧୦୦ ମିଟର ଇଭେଣ୍ଟରେ ରୌପ ପଦକ ଜିତିଥିଲେ ।

India's top sprinter Dutee Chand tests positive for prohibitive substance, handed provisional suspension
— Press Trust of India (@PTI_News) January 18, 2023
ସେପଟେ ଦୂତୀ ଚାନ୍ଦ ଏହି ଖବରକୁ ମିଥ୍ୟା ବୋଲି କହିଛନ୍ତି । ତାଙ୍କ ପାଖକୁ ନିଲମ୍ବିତ ହୋଇଥିବା ନେଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସୂଚନା ଆସି ନାହିଁ ବୋଲି କହିଛନ୍ତି ଦୂତୀ । ସେ ଆହୁରି କହିଛନ୍ତି ଯେ, ଏପରି ମିଥ୍ୟା ଖବର ପ୍ରଚାର କରି ତାଙ୍କୁ ବଦନାମ କରିବା ପାଇଁ ଚେଷ୍ଟା କରାଯାଉଛି । ଯେଉଁ ଚିଠି ଭାଇରାଲ ହେଉଛି ତାହା ମଧ୍ୟ ଫେକ୍ ବୋଲି ଦାବି କିଛନ୍ତି ଦୂତୀ ।












Click it and Unblock the Notifications