Dipa Karmakar: ଜିମ୍ନାଷ୍ଟିକ୍କୁ ବାଏ ବାଏ କହିଲେ ଦୀପା କର୍ମକାର
ଭାରତର ଷ୍ଟାର ଜିମ୍ନାଷ୍ଟ ଦୀପା କର୍ମାକର ଅବସର ଘୋଷଣା କରିଛନ୍ତି। ରିଓ ଅଲିମ୍ପିକ୍ସରେ ଚତୁର୍ଥ ସ୍ଥାନରେ ଥିବା ଦୀପା ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଜିମ୍ନାଷ୍ଟିକ୍ସରେ କାଂସ୍ୟ ପଦକ ଜିତିଥିଲେ। ପ୍ରଥମ ଭାରତୀୟ ଭାବରେ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ବେଳେ ରିଓ ୨୦୧୬ରେ ଅଳ୍ପକେ ବ୍ରୋଞ୍ଜ ପଦକରୁ ସେ ବଞ୍ଚିତ ହୋଇଥିଲେ। ମାତ୍ର ୦.୧୫ ପଏଣ୍ଟ ପଛରେ ରହି ସେ ଚତୁର୍ଥ ସ୍ଥାନରେ ରହିଥିଲେ। ରିଓରେ ପଦକରୁ ବଞ୍ଚିତ ହୋଇଥିଲେ ମଧ୍ୟ କୋଟି କୋଟି ଭାରତୀୟଙ୍କୁ ଜିମ୍ନାଷ୍ଟିକ୍ସରେ କ୍ୟାରିୟର କରିବା ପାଇଁ ଦୀପା ଅନୁପ୍ରାଣିତ କରିଥିଲେ।
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏପରି କରିବାରେ ସେ ପ୍ରଥମ ଭାରତୀୟ ହୋଇଛନ୍ତି। ଦୀପା ଚଳିତ ବର୍ଷ ଏସିଆନ୍ ଚାମ୍ପିୟନଶିପରେ ଜିତିବାରେ ପ୍ରଥମ ଭାରତୀୟ ଜିମ୍ନାଷ୍ଟ ହୋଇଥିଲେ। ୩୧ ବର୍ଷୀୟା ଦୀପା କର୍ମାକର ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଅବସର ଘୋଷଣା କରିଛନ୍ତି। ସେ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି, 'ବହୁତ ଚିନ୍ତା କରିବା ପରେ ମୁଁ ନିଷ୍ପତ୍ତି ନେଇଛି ଯେ ମୁଁ ଜିମ୍ନାଷ୍ଟିକ୍ସରୁ ଅବସର ନେଉଛି। ଏହା ମୋ ପାଇଁ ସହଜ ନିଷ୍ପତ୍ତି ନଥିଲା, କିନ୍ତୁ ବର୍ତ୍ତମାନ ଏହା ଉପଯୁକ୍ତ ସମୟ । ଜିମ୍ନାଷ୍ଟିକ୍ସ ମୋ ଜୀବନର ଏକ ବଡ଼ ଅଂଶ, ଏବଂ ମୁଁ ପ୍ରତ୍ୟେକ ମୁହୂର୍ତ୍ତ ପାଇଁ କୃତଜ୍ଞ ।

ଦୀପା କର୍ମାକର ଆହୁରି ମଧ୍ୟ ଲେଖିଛନ୍ତି, 'ମୋର ମନେ ଅଛି ସେହି ପାଞ୍ଚ ବର୍ଷର ଦୀପା, ଯାହାଙ୍କୁ କୁହାଯାଇଥିଲା ଯେ ତାଙ୍କ ସମତଳ ପାଦ କାରଣରୁ ସେ କେବେ ଜିମ୍ନାଷ୍ଟ ହୋଇପାରିବେ ନାହିଁ। ଆଜି ମୁଁ ମୋର ସଫଳତା ଦେଖି ବହୁତ ଗର୍ବ ଅନୁଭବ କରୁଛି । ବିଶ୍ୱ ମଞ୍ଚରେ ଭାରତକୁ ପ୍ରତିନିଧିତ୍ୱ କରି ପଦକ ଜିତିବା ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭାବେ ରିଓ ଅଲିମ୍ପିକ୍ସରେ ପ୍ରଡୁନୋଭା ଭଲ୍ଟ ପ୍ରଦର୍ଶନ କରିବା ମୋ କ୍ୟାରିୟରର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ। ଆଜି ମୁଁ ଦୀପାକୁ ଦେଖି ବହୁତ ଖୁସି ଅନୁଭବ କରୁଛି କାରଣ ସେ ସ୍ୱପ୍ନ ଦେଖିବାର ସାହସ କରିଥିଲେ । ତାସକେଣ୍ଟରେ ଏସିଆନ ଜିମ୍ନାଷ୍ଟିକ୍ସ ଚାମ୍ପିୟନଶିପରେ ମୋର ଶେଷ ବିଜୟ ଏକ ଟର୍ଣ୍ଣିଂ ପଏଣ୍ଟ ଥିଲା, କାରଣ ସେତେବେଳକୁ ମୁଁ ଅନୁଭବ କଲି ଯେ ମୁଁ ମୋ ଶରୀରକୁ ଆହୁରି ଆଗକୁ ଠେଲି ପାରିବି, କିନ୍ତୁ ବେଳେବେଳେ ଆମ ଶରୀର ଆମକୁ କହିଥାଏ ଯେ ବିଶ୍ରାମ ନେବାର ସମୟ ଆସିଛି, କିନ୍ତୁ ହୃଦୟ ଏପର୍ଯ୍ୟନ୍ତ ରାଜି ହେଉନାହିଁ












Click it and Unblock the Notifications