ଦିନେଶ ମୋଙ୍ଗିଆ ହେବେ ଓଡ଼ିଶା ରଣଜୀ ଦଳର ନୂଆ କୋଚ୍ !
ଭୁବନେଶ୍ବର: ଭାରତୀୟ ପୂର୍ବତନ ଅଲରାଉଣ୍ଡର ଦିନେଶ ମୋଙ୍ଗିଆ ହୋଇପାରନ୍ତି ଓଡ଼ିଶା ରଣଜୀ ଦଳର ପରବର୍ତ୍ତୀ ମୁଖ୍ୟ କୋଚ୍ ।
ତାଙ୍କ ସହିତ ଓଡ଼ିଶା କ୍ରିକେଟ୍ ସଂଘ (ଓସିଏ)ର ଆନୁଷ୍ଠାନିକ ଆଲୋଚନା ଶେଷ ହୋଇ ସାରିଥିଲା ବେଳେ ଆସନ୍ତା ୨୧ ତାରିଖରେ ସେ ଓଡ଼ିଶାକୁ ଆସି ପାରନ୍ତି । ତେବେ ଓସିଏ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଏହା ପୂର୍ବରୁ ଭାରତୀୟ ଦଳର ପୂର୍ବତନ କ୍ରିକେଟର ୱାସିମ ଜାଫର ମଧ୍ୟ ଓଡ଼ିଶା ରଣଜୀ ଦଳର ଦ୍ରୋଣାଚାର୍ଯ୍ୟ ସାଜିଥିଲେ । ତେବେ ଜାଫରଙ୍କ କୋଚିଂରେ ଦଳ ସେତେଟା ସଫଳ ହୋଇ ନଥିଲା ।

ଦିନେଶ ମୋଙ୍ଗିଆ ଭାରତ ପାଇଁ ଦିନିକିଆ ଓ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ବାମହାତୀ ବ୍ୟାଟର ଦିନେଶ ମୋଙ୍ଗିଆ ଭାରତ ପାଇଁ ୫୭ଟି ଦିନିକିଆ ଓ ଗୋଟିଏ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ୫୭ ମ୍ୟାଚରୁ ମୋଙ୍ଗିଆ ୧୨୩୦ ରନ୍ କରିଥିବା ବେଳେ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର ୧୫୯ ରହିଥିଲା । ଯାହାକ ଜିମ୍ବାୱେ ବିପକ୍ଷରେ ହାସଲ କରିଥିଲେ ମୋଙ୍ଗିଆ ।
ସେହିପରି ମହିଳା ଦଳର ପ୍ରଶିକ୍ଷକ ଭାବେ ପୁଷ୍ପାଞ୍ଜଳି ବାନାର୍ଜୀଙ୍କ ଉପରେ ଓସିଏ ସନ୍ତୁଷ୍ଟ ନଥିବାରୁ ପୂର୍ବତନ ଭାରତୀୟ ଅଲରାଉଣ୍ଡର ରୂମେଲି ଧରଙ୍କୁ ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତି କରିବାର ଯୋଜନା ରଖିଛି ।












Click it and Unblock the Notifications