ଯମଜ ସନ୍ତାନର ବାପା ହେଲେ କାର୍ତ୍ତିକ
କ୍ରିକେଟର ଦିନେଶ କାର୍ତିକ ଆଜି ଯମଜ ସନ୍ତାନର ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ପତ୍ନୀ ତଥା ଷ୍ଟାର ସ୍କ୍ୱାଶ ଖେଳାଳି ଦୀପିକା ପାଲିକଲ ଏହି ୨ଟି ସନ୍ତାନର ଜନନୀ ହୋଇଛନ୍ତି ।
ମୁମ୍ବାଇ: କ୍ରିକେଟର ଦିନେଶ କାର୍ତ୍ତିକ ଆଜି ଯମଜ ସନ୍ତାନର ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ପତ୍ନୀ ତଥା ଷ୍ଟାର ସ୍କ୍ୱାଶ ଖେଳାଳି ଦୀପିକା ପାଲିକଲ ଏହି ୨ଟି ସନ୍ତାନର ଜନନୀ ହୋଇଛନ୍ତି । ଉଭୟ ଦୀନେଶ ଏବଂ ଦୀପିକା ସୋସିଆଲ ସାଇଟରେ ଏହାର ଫଟୋ ଶେୟାର କରିଛନ୍ତି । କାର୍ତିକ ଲେଖିଛନ୍ତି ଆମେ ୩ରୁ ୫ ହେଇଗଲୁ । ବିଭିନ୍ନ ମହଲରୁ ଏହି ସ୍ପୋର୍ଟ୍ସ ପେୟାରଙ୍କ ପ୍ରତି ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

ଏହି ଫଟୋ ସାମ୍ନାକୁ ଆସିବା ପରେ ଅନେକ ଏହାକୁ ପସନ୍ଦ କରିବା ସହ କାର୍ତ୍ତିକ ଓ ଦୀପିକାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦୀପିକା ହେଉଛନ୍ତି ଭାରତ ପ୍ରଫେସନାଲ ସ୍ୱାକ୍ସ ଖେଳାଳି। ସେ ପ୍ରଥମ ଭାରତୀୟ ଭାବେ ବିଶ୍ୱ ସ୍ୱାକ୍ସ ମାନ୍ୟତାର ଟପ୍ ୧୦ରେ ପ୍ରବେଶ କରିଥିଲେ। ସେ ଏସିଆନ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ପଦକ ଜିତିଛନ୍ତି। କାର୍ତ୍ତିକଙ୍କ ଭଳି ଦୀପିକା ମଧ୍ୟ ସୋଶାଲ ମିଡିଆରେ ନିଜର ଯମଜ ସନ୍ତାନଙ୍କ ସହ ଉଠାଇଥିବା ଫଟୋକୁ ପୋଷ୍ଟ କରିଛନ୍ତି।












Click it and Unblock the Notifications