ହକି ଇଣ୍ଡିଆ ନୂଆ ସଭାପତି ହେବେ ଦିଲ୍ଲୀପ ତିର୍କୀ !

ହକି ଇଣ୍ଡିଆ ସଭାପତି ପଦବୀ ପାଇଁ ନାମାଙ୍କନ ଭରିଲେ ଅଲିମ୍ପିଆନ୍ ଦିଲୀପ ତିର୍କୀ । ହୋଇପାରନ୍ତି ହକି ଇଣ୍ଡିଆର ନୂଆ ସଭାପତି ।

ଭୁବନେଶ୍ୱର: ହକି ଇଣ୍ଡିଆ ସଭାପତି ପଦବୀ ପାଇଁ ନାମାଙ୍କନ ଭରିଲେ ଅଲିମ୍ପିଆନ୍ ଦିଲୀପ ତିର୍କୀ । ହୋଇପାରନ୍ତି ହକି ଇଣ୍ଡିଆର ନୂଆ ସଭାପତି । ଆସନ୍ତା ୧ ତାରିଖରେ ହେବ ହକି ଇଣ୍ଡିଆର ନିର୍ବାଚନ ଅନୁଷ୍ଠିତ ହେବ । ଆଜି ଏଥିପାଇଁ ନାମାଙ୍କନ ଭରିଥିବା ନେଇ ଟୁଇଟରରେ ସୂଚନା ଦେଲେ ଦିଲୀପ ତିର୍କୀ ।

hockey india

ଭାରତୀୟ ଦଳର ପୂର୍ବତନ ଅଧିନାୟକ ଭାବେ ଅନେକ ରେକର୍ଡ କରିଛନ୍ତି ଦିଲୀପ। ତେଣୁ ତାଙ୍କ ନାମାଙ୍କନକୁ ନେଇ ଅଲୋଚନା ଜୋର ଧରିଛି। କ୍ରୀଡାକୁ ଏକ ନୂଆ ଉଚ୍ଚତାକୁ ଆଣିବା ତାଙ୍କର ଉଦ୍ଦେଶ୍ୟ ବୋଲି ନାମାଙ୍କନପତ୍ର ଦାଖଲ କରିବା ପରେ ର୍ତିକି କହିଛନ୍ତି । ସମସ୍ତଙ୍କ ଆଶୀର୍ବାଦ ସହିତ ହକି ଇଣ୍ଡିଆ ସଭାପତି ପଦ ପାଇଁ ମୋର ନାମାଙ୍କନପତ୍ର ଦାଖଲ କରିଛି । ମୁଁ ଭାରତୀୟ ହକିକୁ ନୂତନ ଉଚ୍ଚତାକୁ ନେବାକୁ ପ୍ରତିଶ୍ରୁତିବଦ୍ଧ" ବୋଲି ର୍ତିକି ଟୁଇଟ କରିଛନ୍ତି ।

ସୂଚନା ଥାଉକି, ୪୪ ବର୍ଷିୟ ଦିଲ୍ଲୀପ ଏବେ ଓଡିଶା ହକି ପ୍ରମୋସନ କାଉନସିଲ୍ ଅଧ୍ୟକ୍ଷ ଅଛନ୍ତି । ଅକ୍ଟୋବର ୯ ସୁଦ୍ଧା ହକି ଇଣ୍ଡିଆ ନିର୍ବାଚନ ପ୍ରକ୍ରିୟା ଶେଷ ହେବାର ଅଛି। ବିହାର ସରକାରର ପୂର୍ବତନ ର୍ନିବାଚନ ଅଧିକାରୀ ଅଜୟ ନାୟକଙ୍କୁ ଏହି ର୍ନିବାଚନ ପାଇଁ ରିଟର୍ଣ୍ଣିଂ ଅଫିସର ଭାବରେ ନିଯୁକ୍ତ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+