ସତରେ କଣ ଗମ୍ଭୀରଙ୍କ ସହ ଝଗଡ଼ା ପରେ ପୂଜା କରିବା ପାଇଁ ମନ୍ଦିର ଯାଇଥିଲେ ବିରାଟ କୋହଲି ? ଜାଣନ୍ତୁ, ସତ୍ୟ...

ନୂଆଦିଲ୍ଲୀ: ସୋମବାର ଆରସିବିର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ମେଣ୍ଟର ଗୌତମ ଗମ୍ଭୀରଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ମେ' ୧ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ (ଏଲ୍‌ଏସ୍‌ଜି) ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ମ୍ୟାଚ୍‌ ଶେଷ ହେବା ପରେ ଦୁହେଁ ମୁହାଁମୁହିଁ ହୋଇଥିଲେ । ଲାଇଭ୍ କ୍ୟାମେରାରେ ଦୁହିଁଙ୍କ ଝଗଡ଼ା ରେକର୍ଡ ହେବା ପରେ ସାରା ବିଶ୍ବରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

ଏବେ ବିରାଟ କୋହଲି ତାଙ୍କ ପତ୍ନୀ ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ଦିଲ୍ଲୀ ଆସିଛନ୍ତି । ବିରାଟ କୋହଲି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ପ୍ରଶଂସକଙ୍କୁ ଏହି ସୂଚନା ଦେଇଛନ୍ତି । ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଦିଲ୍ଲୀରେ ପହଞ୍ଚିବା ପରେ ସୋସିଆଲ ମିଡିଆରେ ଦୁହିଁଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏହି ଦମ୍ପତି ଏକ ମନ୍ଦିରରେ ନଜର ଆସିଛନ୍ତି ।

Virat Kohli News in Odia

ଦୁହେଁ ମନ୍ଦିରରେ ଭଗବାନଙ୍କ ଆଶୀର୍ବାଦ ନେଉଥିବା ଦେଖିବାକୁ ମିଳିଛି । ଭାଇରାଲ ଭିଡିଓରେ ଅନୁଷ୍କା ଶାଢ଼ି ପିନ୍ଧିଥିବା ବେଳେ ବିରାଟ ଧୋତି ପିନ୍ଧିଥିବା ଦେଖା ଯାଇଛି । ତେବେ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ମନ୍ଦିରକୁ ଯାଉଥିବା ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି ଏବଂ ପ୍ରଶଂସକମାନେ ଏହା ଉପରେ ମଜାଳିଆ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି ।

ଏହା ପୁରୁଣା ଭିଡିଓ: ତେବେ ଭାଇରାଲ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ମନ୍ଦିର ପରିଦର୍ଶନ କରୁଥିବା ଭିଡିଓ ଏବଂ ଫଟୋ ପୁରୁଣା । ବାସ୍ତବରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସରିଜି ପରେ ଦମ୍ପତି ଏହି ମନ୍ଦିର ପରିଦର୍ଶନ କରିଥିଲେ । ଯାହା ସେ ସମୟର ଫଟୋ । ତେବେ ଯେଉଁ ଦିନ ବିରାଟ କୋହଲି ଗୌତମ ଗମ୍ଭୀରଙ୍କ ସହ ଝଗଡା କରିଥିଲେ, ଏହା ପର ଦିନ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ଜନ୍ମଦିନ ଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+