ପବ୍ଲିସିଟି ଷ୍ଟଣ୍ଟ ନା ସତରେ ପନ୍ତଙ୍କୁ ଦେଖା କରିବାକୁ ହସ୍ପିଟାଲ ଯାଇଥିଲେ ଉର୍ବଶୀ ?
ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଏକ ଫଟୋ ସେୟାର କରିଛନ୍ତି । ଫଟୋରେ ଦେଖାଯାଉଥିବା ଡାକ୍ତରଖାନା ହେଉଛି ସେହି ଡାକ୍ତରଖାନା ଯେଉଁଠାରେ କ୍ରିକେଟର ଋଷଭ ପନ୍ତ ଚିକିତ୍ସିତ ହେଉଛନ୍ତି ।
Urvashi Share Instagram story on pant: ଋଷଭ ପନ୍ତ ଏବଂ ଉର୍ବଶୀ ଉର୍ବଶୀ ରୌତେଲା । ଉଭୟଙ୍କ ନାମ ପୁଣିଥରେ ଚର୍ଚ୍ଚାରେ । ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଏକ ଫଟୋ ସେୟାର କରିଛନ୍ତି । ଫଟୋରେ ଦେଖାଯାଉଥିବା ଡାକ୍ତରଖାନା ହେଉଛି ସେହି ଡାକ୍ତରଖାନା ଯେଉଁଠାରେ କ୍ରିକେଟର ଋଷଭ ପନ୍ତ ଚିକିତ୍ସିତ ହେଉଛନ୍ତି ।

ତେବେ ଇନଷ୍ଟାଗ୍ରାମ ଷ୍ଟୋରୀରେ ଫଟୋ ସେୟାର କରିବାବେଳେ ଉର୍ବଶୀ ଏ ବିଷୟରେ କୌଣସି ବିବରଣୀ ଦେଇ ନାହାଁନ୍ତି । ଏହି ପୋଷ୍ଟଟି ଅତ୍ୟନ୍ତ କନଫ୍ୟୁଜ୍ ଅର୍ଥାତ୍ ଉର୍ବଶୀ ଏହି ଫଟୋ ସହିତ କ'ଣ କହିବାକୁ ଚେଷ୍ଟା କରୁଛନ୍ତି ତାହା ସ୍ପଷ୍ଟ ହୋଇନାହିଁ ।
ତେବେ ଉର୍ବଶୀ ତାଙ୍କ ଇନ୍ଷ୍ଟାଗ୍ରାମ୍ ଷ୍ଟୋରିରେ ମୁମ୍ବାଇର କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍ର ଏକ ଫଟୋ ସେୟାର୍ କରିଛନ୍ତି। ଏହି ଫଟୋକୁ ଦେଖିବା ପରେ ଲୋକେ ଅନୁମାନ କରୁଛନ୍ତି ଯେ ଉର୍ବଶୀ ପନ୍ଥଙ୍କୁ ଭେଟିବାକୁ ହସ୍ପିଟାଲ୍କୁ ଯାଇଥିଲେ। ବାସ୍ତବରେ ଉର୍ବଶୀ ପନ୍ଥଙ୍କୁ ଭେଟିଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ମାତ୍ର ପ୍ରଶଂସକମାନେ କହିବା ଆରମ୍ଭ କରିଛନ୍ତି ଯେ ଉର୍ବଶୀ ହସ୍ପିଟାଲ୍ ଯାଇ ଋଷଭଙ୍କୁ ଭେଟିଛନ୍ତି। ଋଷଭ ଏବଂ ଉର୍ବଶୀଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବା କଥା ବହୁ ଦିନରୁ ଚର୍ଚ୍ଚା ହେଉଥିଲେ ବି ସେ ଦୁହେଁ । କିନ୍ତୁ ଗଣମାଧ୍ୟମରେ ଏ ନେଇ କେବେ ମୁହଁ ଖୋଲି ନାହାନ୍ତି।
ଫ୍ୟାନ୍ସ ଟ୍ରୋଲ କରିବା ଆରମ୍ଭ କରିଛନ୍ତି
ଋଷଭ ପନ୍ତ ଏବଂ ଉର୍ବଶୀଙ୍କ ମଧ୍ୟରେ କୌଣସି ସମ୍ପର୍କ ନାହିଁ । ଅଭିନେତ୍ରୀ ନିଜେ ମଧ୍ୟ ଏହା ସ୍ପଷ୍ଟ କରିଥିଲେ । ଏହା ସତ୍ତ୍ୱେ ସେ ପନ୍ତଙ୍କ ମାଧ୍ୟମରେ ନିଜର ପ୍ରଚାର ପ୍ରସାର ପାଇଁ କୌଣସି ସୁଯୋଗ ଛାଡୁ ନାହାଁନ୍ତି । ଉର୍ବଶୀଙ୍କର ଏହି କାରସାତି ଦେଖି ପ୍ରଶଂସକମାନେ ତାଙ୍କୁ ଟ୍ରୋଲ କରୁଛନ୍ତି ।
This is simply mental harassment or does she need a Psychiatrist?
— KARTIK VIKRAM (@iamkartikvikram) January 5, 2023
If in place of her #RishabhPant did something like this he would have been behind the bars and rn everyone would have been walking with placards
Do men don't have Rights?#UrvashiRautela
Cheap publicity pic.twitter.com/sf13e5RfQg
ଜଣେ ଟ୍ୱିଟର ବ୍ୟବହାରକାରୀ କାର୍ତ୍ତିକ ବିକ୍ରମ ଲେଖିଛନ୍ତି,
ଏହା କେବଳ ମାନସିକ ନିର୍ଯ୍ୟାତନା ନା ଉର୍ବଶୀଙ୍କୁ ମାନସିକ ଚିକିତ୍ସା କରିବା ଆବଶ୍ୟକ। ଯଦି ଋଷଭ ପନ୍ତ ଉର୍ବଶୀଙ୍କ ପରିବର୍ତ୍ତେ ଏପରି କିଛି କରିଥାନ୍ତେ । ତେବେ ସେ ଜେଲରେ ରହିଥାନ୍ତେ ଏବଂ ସମସ୍ତେ ଏହାକୁ ବିରୋଧ କରିଥାନ୍ତେ ।
ଜଣେ ଉପଭୋକ୍ତା ତନୟ ଲେଖିଛନ୍ତି,
ପ୍ରଚାର ପାଇଁ ଏହା ଏକ ଶସ୍ତା କୌଶଳ । ପନ୍ତ ଏକ ବଡ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ବର୍ତ୍ତମାନ ଏସବୁ ମନୋରଞ୍ଜନ ନୁହେଁ, ବରଂ ମାନସିକ ନିର୍ଯ୍ୟାତନା ।
ଅନ୍ୟ ଜଣେ ବ୍ୟବହାରକାରୀ ମାନସୀ ଲେଖିଛନ୍ତି,
ଉର୍ବଶୀ ଶସ୍ତା ହେବାର ଏକ ସୀମା ଅଛି । ଆପଣ ଏହି ସୀମା ଉଲ୍ଲଙ୍ଘନ କରୁଛନ୍ତି ।












Click it and Unblock the Notifications