Get Updates
Get notified of breaking news, exclusive insights, and must-see stories!

Sania Mirza and Shoaib Malik: ଅଲଗା ହେବେ ସାନିଆ-ଶୋଏବ!

Sania Mirza and Shoaib Malik: ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କ ଛାଡପତ୍ର ଖବର ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଛି । କିନ୍ତୁ ଏହି ଖବରକୁ ନେଇ ଉଭୟ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ । ବର୍ତ୍ତମାନ ପୁଣି ଏହି ଦୁଇ ସେଲିବ୍ରିଟିଙ୍କ ଛାଡପତ୍ର ଖବରକୁ ନେଇ ଚହଳ ସୃଷ୍ଟି ହୋଇଛି ।

ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହିଥାନ୍ତି ସୋନିଆ ମିର୍ଜା । ସେ ଅନେକ ଥର ନିଜ ପୁଅ ସହିତ ଫଟୋ ମଧ୍ୟ ପୋଷ୍ଟ କରିଥାନ୍ତି ସେହିପରି ସ୍ୱାମୀ ଶୋଏବ ମଲିକଙ୍କ ସହ ମଧ୍ୟ ସାନିଆର ଅନେକ ଫଟୋ ସେୟାର କରନ୍ତି ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥାଏ । ବର୍ତ୍ତମାନ ସାନିଆ ଏପରି କିଛି ପୋଷ୍ଟ କରିଛନ୍ତି ଯେଉଁଥିରୁ ଅନୁମାନ କରାଯାଉଛି ଯେ ତାଙ୍କ ସମ୍ପର୍କ କିଛି ଠିକ୍ ଚାଲିନାହିଁ ।

 Shoaib Malik

ରିପୋର୍ଟ ଅନୁସାରେ, ସାନିଆ ମିର୍ଜା ଇନଷ୍ଟାଗ୍ରାମରୁ ଶୋଏବ ମଲିକଙ୍କ ସହ ତାଙ୍କର ସମସ୍ତ ଫଟୋ ଡିଲିଟ କରିଦେଇଛନ୍ତି । ଯାହା ପରେ ଉଭୟଙ୍କ ଛାଡପତ୍ର ଖବର ପୁଣି ଲାଇମଲାଇଟରେ ରହିଛି । ସାନିଆଙ୍କ ଏପରି କରିବା ଏହା ଦର୍ଶାଉଛି ଯେ, ବର୍ତ୍ତମାନ ସାନିଆ ଏବଂ ଶୋଏବ ଏହି ଛାଡପତ୍ର ନେବାର ନିଷ୍ପତ୍ତି ନେଇ ସାରିଛନ୍ତି ଏବଂ ଦାବି କରାଯାଉଛି ଯେ ଖୁବ୍ ଶୀଘ୍ର ଏହି କପଲ୍ ଏନେଇ ଘୋଷଣା ମଧ୍ୟ କରିପାରନ୍ତି ।

ସେହିପରି ସାନିଆ ଏବଂ ଶୋଏବଙ୍କୁ ଦୀର୍ଘ ସମୟ ଧରି ଏକାଠି ନଜର ଆସିନାହାଁନ୍ତି । ଉଭୟଙ୍କ ପୋଷ୍ଟ ସୋସିଆଲ ମିଡିଆରେ ଦେଖିବା ପାଇଁ ମିଳେ ହେଲେ କେବେ ଏକାଠି ସ୍ପଟ୍ କରାଯାଏ ନାହିଁ । ଶୋଏବ ମଲିକଙ୍କୁ ଛାଡ଼ପତ୍ରର ଖବର ବିଷୟରେ ପଚରାଯାଇଥିଲା ଯାହାର ଉତ୍ତରରେ ସେ କିଛି ସ୍ପଷ୍ଟ ସୂଚନା ଦେଇ ନଥିଲେ । ସେ କହିଥିଲେ, ଛାଡପତ୍ର ଭଲ ନୁହେଁ।

ଏଥି ସହିତ, କେହି କେହି ସେମାନଙ୍କ ଛାଡପତ୍ରର ଗୁଜବକୁ ଏକ ପ୍ରଚାର ପ୍ରସାର ବୋଲି କହିଛନ୍ତି। କହିରଖୁ କି, ଶୋଏବ ଏବଂ ସାନିଆ ଏପ୍ରିଲ୍ 2010 ରେ ପରସ୍ପରର ହାତ ଧରିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+