ଗୁକେଶ ଚାମ୍ପିୟନ ହେବାକୁ ହଜମ କରିପାରୁନି ରୁଷିଆ, FIDE ଦ୍ୱାରା ଯାଞ୍ଚର ଦାବି କଲେ CFR ଅଧ୍ୟକ୍ଷ

ଚେସ ଫେଡରେଶନ ଅଫ ଇଣ୍ଡିଆ(ସିଏଫଆର୍‌)ର ଅଧ୍ୟକ୍ଷ ଆନ୍ଦ୍ରେଇ ଫିଲାଟୋଭ ଡି ଗୁକେଶଙ୍କ ବିରୋଧରେ ଡିଙ୍ଗ ଲିରେନ ଜାଣିଶୁଣି ମ୍ୟାଚ୍‌ ହାରିଥିବା ନେଇ ଅଭିଯୋଗ କରିଛନ୍ତି। ଏପରିକି ସେ FIDE ଦ୍ୱାରା ଯାଞ୍ଚ କରିବାକୁ ଦାବି କରିଛନ୍ତି। ଏନେଇ ୟୁକ୍ରେନର ଚେସର କୋଚ୍‌ ପିଟର ହେନ୍‌ ନୀଲସନ ରୁଷିଆର ସମ୍ବାଦ ଏଜେନ୍ସି TASS ତରଫରୁ ଏକ୍ସରେ ଶେୟାର କରିଛନ୍ତି।

ଫିଲାଟୋଭ କହିଛନ୍ତି, ଉଭୟଙ୍କ ମ୍ୟାଚ ଦେଖିବା ପରଠାରୁ ପେଷାଗତ ଖେଳାଳି ଏବଂ ଚେସ୍‌ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚା ବଢ଼ିଛି। ନିର୍ଣ୍ଣାୟକ ମୋଡରେ ଚାଇନାର ଚେସ ଖେଳାଳିଙ୍କ ଖେଳ ସନ୍ଦିଗ୍ଧ ଲାଗୁଛି। FIDE ପକ୍ଷରୁ ଆଉ ଏକ ଭିନ୍ନ ଯାଞ୍ଚର ଆବଶ୍ୟକତା ରହିଛି। ଡିଙ୍ଗ ଲିରେନ ଯେଉଁ ସ୍ଥିତିରେ ଥିଲେ, ସେଥିରେ ପରାଜିତ ହେବା ଜଣେ ପ୍ରଥମ ଶ୍ରେଣୀର ଖେଳାଳି ପାଇଁ କଠିନ। ଏଣୁ ଖେଳରେ ଚାଇନା ଖେଳାଳିଙ୍କ ପରାଜୟ ଅନେକ ପ୍ରଶ୍ନ ଉଠାଉଛି। ଏମିତି ଲାଗୁଛି ଯେମିତି ଏହା ଜାଣିଶୁଣି କରାଯାଇଛି।

World Championship

TASS କହିଛି ଯେ, ଖେଳ ସମୟରେ ଲିରେନ ୫୫ ଚାଲ୍‌ରେ ଏକ ଭୁଲ କରିବା ପରେ ଗୁକେଶ ଆଗେଇ ଯାଇଥିଲେ। ସେ ୧୮ ବର୍ଷ ବୟସରେ ସବୁଠାରୁ କମ୍‌ ବୟସରେ ବିଶ୍ୱ ଚେସ ଚାମ୍ପିୟନ ହୋଇଛନ୍ତି। ତାଙ୍କର ବିଜୟ ପରେ ଭାରତର ଚେସ ଇତିହାସରେ ନୂଆ ଯୁଗର ଆରମ୍ଭ ହୋଇଛି। ଭେଟେରାନ ବିଶ୍ୱନାଥନ ଆନନ୍ଦଙ୍କ ପରେ ସେ ଏଭଳି କାରନାମା କରିଥିବା ଦ୍ୱିତୀୟ ଭାରତୀୟ ପାଲଟିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+