କୌଣସି ବାଇକ୍ ଶୋରୁମ୍ ରୁ କମ୍ ନୁହେଁ ଧୋନିଙ୍କ ଗ୍ୟାରେଜ୍: ଭେଙ୍କଟେଶ

ରାଞ୍ଚି: ବିଶ୍ୱର ସର୍ବଶ୍ରେଷ୍ଠ କ୍ରିକେଟରଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ମହେନ୍ଦ୍ର ସିଂହ ଧୋନି । ସେ କ୍ରିକେଟକୁ ନେଇ ଯେତିକି ଉତ୍ସାହୀ ସେତିକି ପରିମାଣରେ ବାଇକକୁ ନେଇ ମଧ୍ୟ ଉତ୍ସାହୀ । ତାଙ୍କ ବାଇକ ଗୁଡିକର କଲେକସନକୁ ନେଇ ଅନେକ ସମୟ ଧରି ଚର୍ଚ୍ଚା ହୋଇଥାଏ ।

ନିକଟରେ ଧୋନିଙ୍କ ରାଞ୍ଚି ସ୍ଥିତ ଫାର୍ମ ହାଉସରେ ପହଞ୍ଚି ଥିଲେ ଭେଙ୍କଟେଶ ପ୍ରସାଦ । ଏହି ସମୟରେ ଧୋନି ତାଙ୍କ କାର୍-ବାଇକ୍ କଲେକ୍ସନ ଦେଖାଇଥିଲେ, ଯାହାକୁ ଦେଖି ଅଭିଭୂତ ହୋଇ ଯାଇଛନ୍ତି ଭେଙ୍କଟେଶ । କାରଣ ଏକ ଶୋ' ରୁମ୍ ଭଳି ବାଇକ୍ ଓ କାରର୍ ଇମାରତ୍ ତୋଳି ଦେଇଛନ୍ତି ଧୋନି । ଯେଉଁଠି ରହିଛି ତାଙ୍କ ପସନ୍ଦର ଭଳିକି ଭଳି ଏକାଧିକ ବାଇକ୍ ଓ କାର୍, ଯାହାକୁ ଦେଖିଲେ ଯେ କେହିବି ଅଭିଭୂତ ହୋଇଯିବେ ।

 Dhonis Garage

ଧୋନିଙ୍କ ବାଇକ କଲେକ୍ସନରେ କାୱାସାକି ନିଞ୍ଜା ଏଚ୨, ହାର୍ଡଲି ଡେଭିଡ୍ ସନ ଫ୍ୟାଟ ବଏ, ଡୁକାଟୀ୧୦୮୯, ୟାମାହା ଆରଡି ୩୫୦ଭଳି ବାଇକ ରହିଛି । କେବଳ ବାଇକ ନୁହେଁ ଧୋନିଙ୍କ ପାଖରେ ଅନେକ କାର ମଧ୍ୟ ରହିଛି । ଏଥିରେ ଅନେକ ଦାମୀ କାର ରହିଛି । ବିଶେଷ କରି ହାମର ଏଚ୨, ଅଡି କ୍ୟୁ୭, ଲାଣ୍ଡ ରୋଭର, ଫରାରୀ ୫୯୯ଜିଟିଓ, ନିଶାନ ଜୋଙ୍ଗା, ମର୍ସିଡିଜ ବେଞ୍ଜ ଜିଏଲଇ, ରୋଲସ ରୟର୍ସ ସିଲଭର ସ୍ୟାଡୋ ।

ଏହାକୁ ଦେଖି ଭେଙ୍କଟେଶ ଏହି ଭିଡିଓ ପୋଷ୍ଟ କରି ଲେଖିଛନ୍ତି ଯେ, "ମୁଁ କୌଣସି ବ୍ୟକ୍ତି ମଧ୍ୟରେ ପ୍ୟାସନକୁ ନେଇ ଏମିତି ପାଗଳ ପଣ ଆଜି ଦେଖିଲି। ଚମତ୍କାର ଏ ସଂଗ୍ରହାଳୟ ଆଉ ଏମ୍.ଏସ୍ ଧୋନି! ଜଣେ ମହାନ୍ ଉପଲବ୍ଧି ହାସଲ କରିଥିବା ଏବଂ ତା'ଠୁ ଅଧିକ ଜଣେ ଅବିଶ୍ୱସନୀୟ ବ୍ୟକ୍ତି । ଏହା ତାଙ୍କ ରାଞ୍ଚି ସ୍ଥିତ ବାସ ଭବନର ବାଇକ୍ ଏବଂ କାର୍ ସଂଗ୍ରହାଳୟ। ମୁଁ ଏହି ବ୍ୟକ୍ତି ଏବଂ ତାଙ୍କ ପ୍ୟାସନରେ ଅଭିଭୂତ ।" ସେ ଆହୁରି କହିଛନ୍ତି, ଏହା ଏକ ବାଇକ୍ ଶୋ-ରୁମ୍ ପରି। ପ୍ୟାସନକୁ ନେଇ ପାଗଳ ପଣ ନଥିଲେ ଏହା କରିବା ଅସମ୍ଭବ ।

ଏହି ଭିଡିଓରେ ପତ୍ନୀ ସାକ୍ଷୀ, ଧୋନୀଙ୍କୁ ଏପରି କରିବାର କାରଣ ପଚାରିଥିଲେ, ଯାହାର ରୋମାଞ୍ଚକର ଜବାବ ରଖିଛନ୍ତି ଧୋନି । ଉତ୍ତରରେ ଧୋନି କହିଛନ୍ତି, "ମୋ ପାଖରେ ଯାହା ଥିଲା ସେସବୁ ତମେ ନେଇସାରିଛ । ମୋର ନିଜ ପାଇଁ କିଛି କରିବାର ଆବଶ୍ୟକ ଥିଲା, କେବଳ ଏସବୁ ସେହି ଜିନିଷ, ଯାହା ପାଇଁ ତୁମେ ଅନୁମତି ଦେଇଛ।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+