MS Dhoni Fan: ଧୋନୀଙ୍କ ପାଇଁ ଭରିଲେ ନାହିଁ ଝିଅର ସ୍କୁଲ୍ ଫିସ୍, ଖର୍ଚ୍ଚ କଲେ ୬୪ ହଜାର ଟଙ୍କା

IPL 2024: ଧୋନୀଙ୍କ ପାଇଁ ଭରିଲେ ନାହିଁ ଝିଅଙ୍କ ସ୍କୁଲ୍ ଫିସ୍, ବ୍ଲାକରେ କିଣିଲେ IPL ଟିକେଟ୍ । ନିକଟରେ ଧୋନୀଙ୍କର ଜଣେ ବଡ଼ ଫ୍ୟାନଙ୍କର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ସେ କହିଛନ୍ତି, ମହେନ୍ଦ୍ର ସିଂ ଧୋନୀଙ୍କ ମ୍ୟାଚ୍ ଦେଖିବା ପାଇଁ ତାଙ୍କୁ ଟିକେଟ୍ ମିଳି ନଥିଲା, ଯେଉଁଥି ପାଇଁ ସେ ୬୪ ହଜାର ଟଙ୍କା ଦେଇ ବ୍ଲାକରେ ଟିକେଟ୍ କିଣି ଥିଲେ ଏବଂ ଛୁଆ ମାନଙ୍କ ସହ ନିଜ ପ୍ରିୟ ଖେଳାଳୀ ଧୋନୀଙ୍କୁ ଦେଖିବା ପାଇଁ ଷ୍ଟାଡିୟମରେ ପହଞ୍ଚି ଯାଇଥିଲେ ।

ବାସ୍ତବରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ 42 ବର୍ଷ ବୟସରେ ମଧ୍ୟ ବହୁତ ଫିଟ୍ ଅଛନ୍ତି । ଧୋନୀଙ୍କୁ ଦୀର୍ଘ ସମୟ ପରେ ଆଇପିଏଲ 2024'ରେ ପଡ଼ିଆରେ ଦେଖିବାକୁ ମିଳିଥିଲା । ଚେନ୍ନାଇର ସୁପର କିଙ୍ଗ୍ସର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନଙ୍କ ବ୍ୟାଟିଂକୁ ନେଇ ଚଳିତ ସିଜନରେ ଖୁବ୍ ଚର୍ଚ୍ଚା । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ବ୍ୟାଟିଂ କରି ଧୋନୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଧୋନୀଙ୍କ ପ୍ରଶଂସକ ଅଛନ୍ତି । ଏଥର ଆଇପିଏଲ୍ ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମରେ ପ୍ରଶଂସକମାନଙ୍କ ଜବରଦସ୍ତ ଭିଡ଼ ଦେଖିବା ପାଇଁ ମିଳୁଛି, ତାଙ୍କର ଗୋଟିଏ ଝଲକ ଦେଖିବାକୁ ପାଳ କ୍ରିକେଟ୍ ପ୍ରେମୀ । ନିକଟରେ ଯାହା ଏକ ଝଲକ ଦେଖିବାକୁ ମିଳିଥିଲା।

IPL 2024

ଧୋନୀ ପ୍ରଶଂସକଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଚେନ୍ନାଇ ସୁପର କିଙ୍ଗ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ହୋଇଥିବା ମ୍ୟାଚ୍ ସମୟରେ ଜଣେ ପ୍ରଶଂସକ ତାଙ୍କ ତିନି ଝିଅଙ୍କ ସହ ମ୍ୟାଚ୍ ଦେଖିବା ପାଇଁ ଆସିଥିଲେ । ମ୍ୟାଚ୍ ପରେ ଉକ୍ତ ବ୍ୟକ୍ତିଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି।

ଧୋନୀଙ୍କର ପ୍ରଶଂସକଙ୍କର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଏହି ପ୍ରଶଂସକ ତାମିଲରେ କଥା କହୁଛନ୍ତି, ହେଲେ ଭିଡିଓ ଉପରେ କ୍ୟାପସନ୍ ଭାବରେ ଇଂରାଜୀରେ ତାଙ୍କ କଥା ଲେଖାଯାଉଛି । ଧୋନୀଙ୍କ ଏହି ତାମିଲ ପ୍ରଶଂସକଙ୍କ ଜଣକ କହିଛନ୍ତି , ମୋତେ ଟିକେଟ୍ ମିଳି ନଥିଲା, ତେଣୁ ମୁଁ ବ୍ଲାକରେ ଟିକେଟ୍ କିଣିଛି । ଯାହା ମୂଲ୍ୟ ୬୪ ହଜାର ରହିଛି । ହେଲେ ଏ ପର୍ଯ୍ୟନ୍ତ ମୁଁ ନିଜ ପିଲାଙ୍କ ସ୍କୁଲ ଫିସ୍ ଭରି ନାହିଁ । କିନ୍ତୁ ଆମେ ମହେନ୍ଦ୍ର ସିଂ ଧୋନୀଙ୍କୁ ଥରେ ଦେଖିବାକୁ ଚାହୁଁଥିଲୁ। ବର୍ତ୍ତମାନ ମୋ ଝିଅ ମାନେ ମଧ୍ୟ ବେଶ୍ ଖୁସ୍ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+