IPL 2024 ପୂର୍ବରୁ ନୂଆ ଭୂମିକାରେ ନଜର ଆସିଲେ ମହେନ୍ଦ୍ର ସିଂ ଧୋନୀ

MS Dhoni: ଚେନ୍ନାଇ ସୁପର କିଙ୍ଗସ୍ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ତାଙ୍କ ନୂଆ ଭୂମିକା ବିଷୟରେ ସୂଚନା ଦେଇ ଏକ ଭିଡିଓ ଜାରି କରିଛନ୍ତି । ଯେଉଁଥିରେ ସେ ତାଙ୍କର ନୂଆ ଭୂମିକା ବିଷୟରେ ପ୍ରକାଶ କରିଛନ୍ତି। IPL 2024ର ଏକ ବିଜ୍ଞାପନ ଭିଡିଓରେ ମହେନ୍ଦ୍ର ସିଂ ଧୋନୀଙ୍କୁ ଦେଖିବା ପାଇଁ ମିଳୁଛି । ରୋମାଞ୍ଚକର କଥା ହେଲା ଏଥିରେ ଧୋନିଙ୍କର ଡବଲ ରୋଲ ରହିଛି ଏବଂ ସେ ଖୁବ ଆକର୍ଷଣୀୟ ଅନ୍ଦାଜରେ ମଧ୍ୟ ନଜର ଆସୁଛନ୍ତି ।

ଧୋନି ଭିଡିଓ ସେୟାର କରିବାର ଅଳ୍ପ ସମୟ ମଧ୍ୟରେ ହଜାର ହଜାର ପ୍ରଶଂସକ ଏଥିରେ ଲାଇକ ଏବଂ କମେଣ୍ଟର ବର୍ଷା କରିବା ଆରମ୍ଭ କରିଦେଇଛନ୍ତି । ଫ୍ୟାନ୍ସଙ୍କ ଭିନ୍ନ ଭିନ୍ନ କମେଣ୍ଟ ଦେଖିବା ପାଇଁ ମିଳୁଛି ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଧୋନୀ ଆଇପିଏଲ୍ 2024 ପାଇଁ ଏକ ବିଜ୍ଞାପନ ଶୁଟ୍ କରିଛନ୍ତି । ଯେଉଁଥିରେ ତାଙ୍କ ଅଭିନୟ ଦର୍ଶକଙ୍କ ମନ ଜିଣିଛି । ଧୋନୀ ଏହି ଭିଡିଓକୁ ନିଜ ଫେସବୁକ ପେଜରେ ସେୟାର କରିଛନ୍ତି । ପ୍ରାୟ 30 ସେକେଣ୍ଡର ଏହି ଭିଡିଓରେ ଧୋନୀଙ୍କୁ ଡବଲ୍ ଭୂମିକାରେ ଦେଖିବା ପାଇଁ ମିଳୁଛି ।

ଏହି ଆଡରେ ଉଭୟ ନାତି ଏବଂ ଜେଜେବାପା ଭୂମିକାରେ ଅଭିନୟ କରିଛନ୍ତି। ଧୋନୀଙ୍କ ପ୍ରଶଂସକମାନେ ମଧ୍ୟ ଏହି ଭିଡିଓ ଉପରେ ଆକର୍ଷଣୀୟ ମନ୍ତବ୍ୟ ଦେଇଛନ୍ତି। CSK ଅଧିନାୟକ ଅନେକ ବିଜ୍ଞାପନ ଭିଡିଓରେ ଅଭିନୟ କରିସାରିଛନ୍ତି ହେଲେ ଏହା ଟିକେ ଖାସ୍ । ଧୋନିଙ୍କ ପୂର୍ବରୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଶ୍ରେୟସ୍ ଆୟର, କେ.ଏଲ୍ ରାହୁଲ ଏବଂ ଋଷଭଙ୍କ ସହ ଭିଡିଓ ସୁଟିଂ କରିସାରିଛି ।

MS Dhoni

ସୂଚନାଯୋଗ୍ୟ ଯେ, ଧୋନୀଙ୍କ ଅଧିନାୟକ ଚେନ୍ନାଇ ସୁପର କିଙ୍ଗସ୍ ପାଞ୍ଚ ଥର ଆପିଏଲ ଟ୍ରଫି ଜିତି ସାରିଛି । ଗତ ସିଜିନର ଫାଇନାଲରେ ସେମାନେ ଗୁଜୁରାଟ ଟାଇଟାନ୍ସକୁ ପରାସ୍ତ କରିଥିଲେ। 2023ର ଅନ୍ତିମ ମ୍ୟାଚ୍ ବର୍ଷା ହେତୁ ରିଜର୍ଭ ଦିନରେ ଖେଳାଯାଇଥିଲା । ପ୍ରଥମେ ବ୍ୟାଟିଂ କରି ଗୁଜୁରାଟ 214 ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଚେନ୍ନାଇ ଡକୱର୍ଥ-ଲୁଇସ୍ ନିୟମ ବ୍ୟବହାର କରି 5 ୱିକେଟ୍ ନେଇ ମ୍ୟାଚ୍ ଜିତିଥିଲା । CSK 15 ଓଭରରେ 171 ରନ୍ କରିଥିଲା । ଆଇପିଏଲ୍ 2024ର ପ୍ରଥମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗସ୍ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍ 22 ମାର୍ଚ୍ଚରେ ଚେନ୍ନାଇରେ ଅନୁଷ୍ଠିତ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+