ପୁଣି ନୂଆ ଲୁକ୍‌ରେ ଧୋନି। ବଡ଼ ଦିନରେ ସାଣ୍ଟା ବେଶରେ ଆସି ସମସ୍ତଙ୍କୁ କଲେ ଚକିତ

ପୁଣି ନୂଆ ଲୁକ୍‌ରେ କ୍ୟାପଟେନ୍‌ କୁଲ୍‌ ଧୋନି। ବଡ଼ ଦିନରେ ଦେଲେ ବଡ଼ ସରପ୍ରାଇଜ। ଖ୍ରୀଷ୍ଟମାସ ଅବସରରେ ସାଣ୍ଟା ବେଶରେ ଆସି ସମସ୍ତଙ୍କୁ କଲେ ଚକିତ। ନିଜ ପରିବାର ସହ ସାଣ୍ଟାକ୍ଲଜ ସାଜି ପାଳନ କଲେ ବଡ଼ ଦିନ। ଧୋନିଙ୍କ ଏହି ନୂଆ ଲୁକ୍‌ର ଫଟୋ ଏବେ ଇଣ୍ଟରନେଟ୍‌ରେ ନିଆଁ ଲଗାଇ ଦେଇଛି। ଭାଇରାଲ ହେବାରେ ଲାଗିଛି ତାଙ୍କର ଏହି ଫଟୋ।

Mahendra Singh Dhoni

ଧୋନି ପାଞ୍ଚ ବର୍ଷରୁ ଅଧିକ ସମୟ ହେବ ଆନ୍ତର୍ଜାତୀୟ କ୍ରିକେଟ୍ରୁ ସନ୍ନ୍ୟାସ ନେଇସାରିଛନ୍ତି। ସେ ପ୍ରାୟତଃ ନିଜ ପରିବାର ସହିତ ଅଧିକାଂଶ ସମୟ ବିତାନ୍ତି। ଏଥର ମଧ୍ୟ ସେ ନିଜ ପରିବାର ସହ ବେଶ୍‌ ଧୁମ୍‌ଧାମ୍‌ରେ ଖ୍ରୀଷ୍ଟମାସ ପାଳନ କରିଛନ୍ତି। ଏହାର ଫଟୋକୁ ତାଙ୍କ ପତ୍ନୀ ସାକ୍ଷୀ ଧୋନି ସୋଶାଲ ମିଡିଆରେ ସେୟାର କରିଛନ୍ତି।

ସାମ୍ନାକୁ ଆସିଥିବା ଫଟୋରେ ଭାରତର ପୂର୍ବତନ ଅଧିନାୟକ ତାଙ୍କ ଝିଅ ଜିଭାଙ୍କ ସହିତ ଏକ ସାଣ୍ଟା କ୍ଲଜ୍ ପୋଷାକରେ ଲୁଚି ରହିଥିବା ଦେଖିବାକୁ ମିଳିଛି। ଧୋନି ପିନ୍ଧିଥିବା ସାଣ୍ଟା ଟୋପିରେ ମିଷ୍ଟର ମାହି ଲେଖା ରହିଛି। ଏହି ଫଟୋ ପୋଷ୍ଟ ହେବାର ମାତ୍ର ଦୁଇ ଘଣ୍ଟା ଭିତରେ ଏହା ଭାଇରାଲ ହୋଇଛି। ଧୋନିଙ୍କ ଏହି ଖ୍ରୀଷ୍ଟମାସ ଉତ୍ସବରେ ପରିବାର ବ୍ୟତୀତ ଅଭିନେତ୍ରୀ କ୍ରିତି ସାନନ ଓ ତାଙ୍କର କିଛି ସାଙ୍ଗସାଥୀ ମଧ୍ୟ ସାମିଲ ଥିଲେ।

ଆନ୍ତର୍ଜାତୀୟ କ୍ରିକେଟ୍ ଛାଡିବା ସତ୍ତ୍ୱେ ଧୋନିଙ୍କ କ୍ରେଜ କମିନି। ସେ ଭାରତର ସବୁଠାରୁ ଲୋକପ୍ରିୟ କ୍ରୀଡା ଆଇକନ୍। ପ୍ରାୟତଃ ଧୋନି ନିଜର ନୂଆ ନୂଆ ହେୟାର ଷ୍ଟାଇଲ୍‌କୁ ନେଇ ଚର୍ଚ୍ଚାରେ ରୁହନ୍ତି। ଧୋନି ଏବେ କେବଳ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ଖେଳୁଛନ୍ତି। ଯେଉଁଠାରେ ସେ ଚେନ୍ନାଇ ସୁପର କିଙ୍ଗ୍ସ (CSK) କୁ ପ୍ରତିନିଧିତ୍ୱ କରୁଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+