ପୁଣି ଏପରି ଅନ୍ଦାଜରେ ଫ୍ୟାନ୍ସଙ୍କ ମନ ଜିଣିଲେ ଧୋନୀ
MS Dhoni: ଇଣ୍ଡିଆନ୍ ପ୍ରିମିୟର ଲିଗ୍ 2024 ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି ଫ୍ୟାନ୍ସଙ୍କ ହିରୋ ମହେନ୍ଦ୍ର ସିଂ ଧୋନୀ । ପୁଣି ଧୋନୀଙ୍କ ପାଇଁ ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଭିତରେ ଏବଂ ବାହାରେ ଫ୍ୟାନ୍ସଙ୍କ ମଧ୍ୟରେ କ୍ରେଜ୍ ଦେଖିବା ପାଇଁ ମିଳୁଛି । ପଡ଼ିଆରେ ସେ 9 ବଲରେ 28 ରନର ଏକ ଧମାକେଦାର ଇନିଂସ ଖେଳିଥିଲେ, ଯାହା କ୍ରିକେଟ୍ ପ୍ରେମୀଙ୍କୁ ଚକିତ କରିଛି । 42 ବର୍ଷ ବୟସରେ ମଧ୍ୟ ମାହି ଫାଷ୍ଟ ବୋଲିଂରେ ଛକା ଚୌକା ମାରୁଥିବାର ଦେଖିବାକୁ ମିଳିଛି । ସେହିପରି ପଡ଼ିଆ ବାହାରେ ମଧ୍ୟ ସେ ନିଜ ଅନ୍ଦାଜରେ ସମସ୍ତଙ୍କ ହୃଦୟ ଜିଣିଛନ୍ତି ।
This fan cannot hear or speak, he stood there to get his artwork noticed by MS Dhoni. So MS stopped while going back after Practice and asked Ground staff to collect that artwork and gave off the Autograph !! 💛 pic.twitter.com/RX4m8UfTAE
— 🎰 (@StanMSD) April 20, 2024
ଧୋନୀଙ୍କ ଯାଦୁ କେବଳ ପଡ଼ିଆରେ ସୀମିତ ନଥିଲା, କ୍ରିକେଟ୍ ମୈଦାନ ବାହାରେ ମଧ୍ୟ ସେ ଏପରି କିଛି କରିଛନ୍ତି ଯାହା ସମସ୍ତଙ୍କ ହୃଦୟ ଜିଣିଛି । ବାସ୍ତବରେ, CSK ପ୍ରାକ୍ଟିସ୍ ବେଳେ ଧୋନୀଙ୍କ ଆଖି ଷ୍ଟାଡିୟମରେ ଉପସ୍ଥିତ ଜଣେ ଭିନ୍ନକ୍ଷମ ପ୍ରଶଂସକଙ୍କ ଉପରେ ପଡିଥିଲା ଯିଏ ଧୋନୀଙ୍କର ଏକ ଚିତ୍ର ଆଙ୍କିଥିଲେ । ଯାହାକୁ ଦେଖିବା ପରେ ଧୋନୀ ସେହି ପ୍ରଶଂସକଙ୍କ ନିକଟକୁ ଯାଇ ଉକ୍ତ ଫଟୋରେ ଉପରେ ଏକ
ଅଟୋଗ୍ରାଫ୍ ଦେଇଥିଲେ ।
MS Dhoni giving the ball to a young fan at Wankhede.
- Beautiful gesture by Dhoni, He's winning hearts of everyone...!!!! ❤️🐐 pic.twitter.com/kSIQMLOXOV
— CricketMAN2 (@ImTanujSingh) April 14, 2024

ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ମଧ୍ୟ ଧୋନୀ ଅନେକ ଧର ଧୋନୀ ନିଜ ପ୍ରଶଂକଙ୍କ ପାଇଁ କିଛି ନା କିଛି ଏପରି କରିଥାନ୍ତି ଯାହା ତାଙ୍କ ପ୍ରତି ଭଲ ପାଇବାକୁ ବୃଦ୍ଧି କରିଥାଏ । ଧୋନୀ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ମଧ୍ୟ ସମାନ କାର୍ଯ୍ୟ କରିଥିଲେ। 4ଟି ବଲରେ 20 ରନ୍ ସ୍କୋର କରିବା ପରେ ଧୋନୀ ଆଉଟ୍ ହୋଇଯାଇଥିଲେ ।












Click it and Unblock the Notifications