Get Updates
Get notified of breaking news, exclusive insights, and must-see stories!

ରୌପ୍ୟ ବିଜେତା କିଶୋର ଜେନାଙ୍କୁ ଅଭିନନ୍ଦନ ଜଣାଇଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ଫୋନ୍ ଯୋଗେ କଥା ହୋଇ କିଶୋରଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ । ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରାଙ୍କ ବି ଶୁଭେଚ୍ଛା ଜଣାଇଲେ । ଆଥଲେଟ୍ ନୀରଜ ଓ କିଶୋରଙ୍କ ପ୍ରଦର୍ଶନ ଦେଖିବା ଭଳି ଥିଲା । ଉଚ୍ଚକୋଟ୍ଟୀର ପ୍ରଦର୍ଶନ କରି କିଶୋର ଯେଉଁ ସଫଳତା ହାସଲ କରିଛନ୍ତି, ତାହା ଅଭୂତପୂର୍ବ ବୋଲି କହିଲେ ଧର୍ମେନ୍ଦ୍ର । କିଶୋର ଏହିଭଳି ଭାବରେ ଆଗକୁ ପଦକ ଜିତିବା ସହ ସମସ୍ତଙ୍କ ହୃଦୟ ଜିତନ୍ତୁ, ଏହା ମହାପ୍ରଭୁଙ୍କ ପାଖରେ କାମନା ।

ଚୀନର ହ୍ୱାଙ୍ଗଝୋ ଠାରେ ଅନୁଷ୍ଠିତ ଏସୀୟ କ୍ରୀଡ଼ାରେ ଜାଭେଲିନ୍ ଥ୍ରୋ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ନୀରଜ ଚୋପ୍ରା ଓ ରୌପ୍ୟ ପଦକ ହାସଲ କରିଥିବା ଓଡ଼ିଆ ଆଥଲେଟ୍ କିଶୋର କୁମାର ଜେନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଫୋନ୍ ଯୋଗେ କଥା ହୋଇ ଶ୍ରୀ ପ୍ରଧାନ କିଶୋରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

dharmendra_pradhan

କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଓ ରୌପ୍ୟ ପଦକ ଜିତିଥିବା ଏହି ଯୁବ ଆଥଲେଟଙ୍କୁ ଶୁଭେଚ୍ଛା । ଆଥଲେଟ୍ ନୀରଜ ଓ କିଶୋରଙ୍କ ପ୍ରଦର୍ଶନ ଦେଖିବା ଭଳି ଥିଲା । କିଶୋରଙ୍କ ଏହି ସଫଳତା ଦେଶ ବିଶେଷ ଭାବରେ ଓଡ଼ିଆ ଲୋକଙ୍କୁ ଗର୍ବିତ କରିଛି । ଉଚ୍ଚକୋଟ୍ଟୀର ପ୍ରଦର୍ଶନ କରି ସେ ଯେଉଁ ସଫଳତା ହାସଲ କରିଛନ୍ତି, ତାହା ଅଭୂତପୂର୍ବ । ଦେଶକୁ ଗୌରବାନ୍ୱିତ କରିବା ପାଇଁ ତାଙ୍କ ଭିତରେ ଥିବା ଦୃଢ଼ ଇଚ୍ଛାଶକ୍ତି ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ । କିଶୋର ଏହିଭଳି ଭାବରେ ଆଗକୁ ପଦକ ଜିତିବା ସହ ସମସ୍ତଙ୍କ ହୃଦୟ ଜିତନ୍ତୁ, ଏହା ମହାପ୍ରଭୁଙ୍କ ପାଖରେ କାମନା ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।

ନୀରଜ ଚୋପ୍ରା ତାଙ୍କର ଚତୁର୍ଥ ପ୍ରୟାସରେ 88.88 ମିଟର ଫିଙ୍ଗିଥିଲେ । ଯେତେବେଳେ କି ୪ର୍ଥ ଥ୍ରୋରେ କିଶୋର 87.54 ମିଟର ଫିଙ୍ଗି ଥିଲେ । ତେବେ ରୌପ୍ୟ ପଦକ ସହିତ ଜେନା କିଶୋରଙ୍କୁ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଏହିପରି ଭାବେ ଜାଭେଲିନ୍ ଥ୍ରୋରେ ଉଭୟ ସ୍ୱର୍ଣ୍ଣ ପଦକ ଏବଂ ରୌପ୍ୟ ପଦକ ଭାରତ ପାଖକୁ ଆସିଛି ।

ଏଥି ସହିତ କିଶୋର ଜେନା ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି । ଯେତେବେଳେ କି ଜାଭେଲିନ୍ ଥ୍ରୋରେ ଭାରତୀୟ କିମ୍ବଦନ୍ତୀ ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+