Get Updates
Get notified of breaking news, exclusive insights, and must-see stories!

ଅଲିମ୍ପିକ୍ସରୁ ଫେରିବା ପରେ ମିଳିଲା ଏମିତି ଖବର, ଦୁଆର ବନ୍ଧ ପାଖରେ ଟଳି ପଡିଲେ ଏହି ଆଥଲେଟ୍ସ

ଭାରତୀୟ ଖେଳାଳି ଶୁଭା ଭେଙ୍କଟେସନ ଏବଂ ଧନଲକ୍ଷ୍ମୀ ଶେଖର ଟୋକିଓରୁ ତାମିଲନାଡୁର ତ୍ରିଚିରେ ନିଜ ଘରେ ପହଞ୍ଚିଲେ, ସେତେବେଳେ ସେମାନଙ୍କ ଉପରେ ଦୁଃଖର ପର୍ବତ ଭାଙ୍ଗି ପଡିଲା ଯେମିତି।

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ଆଜି ଶେଷ ହୋଇଛି । ଏହାପୂର୍ବରୁ 7 ଅଗଷ୍ଟରେ ଅଲିମ୍ପିକ୍ସରେ ଭାରତୀୟ ଅଭିଯାନ ଶେଷ ହୋଇଥିଲା। ଏହା ପରେ ସମସ୍ତ ଭାରତୀୟ ଖେଳାଳି ଘରକୁ ଫେରୁଛନ୍ତି। ଯେତେବେଳେ ଭାରତୀୟ ଖେଳାଳି ଶୁଭା ଭେଙ୍କଟେସନ ଏବଂ ଧନଲକ୍ଷ୍ମୀ ଶେଖର ଟୋକିଓରୁ ତାମିଲନାଡୁର ତ୍ରିଚିରେ ନିଜ ଘରେ ପହଞ୍ଚିଲେ, ସେତେବେଳେ ସେମାନଙ୍କ ଉପରେ ଦୁଃଖର ପର୍ବତ ଭାଙ୍ଗି ପଡିଲା ଯେମିତି। ଉଭୟ ଖେଳାଳିଙ୍କୁ ତ୍ରିଚିର ଲୋକମାନେ ସ୍ୱାଗତ କରିଥିଲେ।

 Dhanalakshmi Sekar

ତେବେ ଲୋକଙ୍କ ସହ କଥାବାର୍ତ୍ତା କରୁଥିବାବେଳେ ଧନଲକ୍ଷ୍ମୀ ସେ ହଠାତ୍ କାନ୍ଦିବାକୁ ଲାଗିଲେ । କାରଣ ଧନଲକ୍ଷ୍ମୀ ଜାଣିବାକୁ ପାଇଲେ ଯେ, ତାଙ୍କ ଭଉଣୀଙ୍କର ମୃତ୍ୟୁ ହୋଇଛି । ସେ ନିଜକୁ ନିୟନ୍ତ୍ରଣ କରିପାରିନଥିଲେ ଏବଂ କାନ୍ଦିବାକୁ ଲାଗିଲେ। ଯେତେବେଳେ ଧନଲକ୍ଷ୍ମୀ ଟୋକିଓରେ ଥିଲେ, ତାଙ୍କ ଭଉଣୀଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ଧନଲକ୍ଷ୍ମୀଙ୍କ ମା ନିଷ୍ପତ୍ତି ନେଇଥିଲେ ଯେ, ସେ ଝିଅକୁ ଜଣାଇବେ ନାହିଁ, ସେ ଚାହୁଁଥିଲେ ଯେ ଧନଲକ୍ଷ୍ମୀଙ୍କର ଧ୍ୟାନ ସମ୍ପୁର୍ଣ୍ଣ ଭାବରେ ଖେଳରେ ରହୁ ଏବଂ ସେ ଭଲ ପ୍ରଦର୍ଶନ କରିବା ଉଚିତ୍। ତାମିଲନାଡୁର ଅନ୍ୟତମ ପ୍ରତିଭାବାନ ଆଥଲେଟିକ୍ସ ଖେଳାଳି ଭାବରେ ଧନଲକ୍ଷ୍ମୀଙ୍କୁ ବିବେଚନା କରାଯାଏ ଏବଂ ଅଲିମ୍ପିକ୍ସ ପରି ଏକ ବଡ ଇଭେଣ୍ଟରେ ଭଲ ପ୍ରଦର୍ଶନ କରିବା ପାଇଁ ଜଣେ କ୍ରୀଡ଼ାବିତ୍ କିପରି ଚାପରୁ ଦୂରେଇ ରହିବେ ତାହା ଭଲ ଭାବରେ ବୁଝନ୍ତି ତାଙ୍କ ମା । ଏହି କାରଣରୁ ପରିବାର ଧନଲକ୍ଷ୍ମୀଙ୍କୁ ତାଙ୍କ ଭଉଣୀର ଦେହାନ୍ତ ହୋଇଥିବାର ସୂଚନା ଦେଇନଥିଲେ।

କିନ୍ତୁ ଯେତେବେଳେ ଧନଲକ୍ଷ୍ମୀ ଘରେ ପହଞ୍ଚି ଏହି ବିଷୟରେ ଜାଣିଲେ, ସେ ଆଣ୍ଠୁମାଡି କାନ୍ଦିବାକୁ ଲାଗିଲେ। ପରିବାର ସଦସ୍ୟମାନେ କୌଣସି ପ୍ରକାରେ ଧନଲକ୍ଷ୍ମୀଙ୍କୁ ସାନ୍ତ୍ୱନା ଦେଇଥିଲେ । ଏହାପୂର୍ବରୁ ଟୋକିଓ ଅଲିମ୍ପିକ୍ସର ଅଭିଜ୍ଞତା ବିଷୟରେ ଧନଲକ୍ଷ୍ମୀ କହିଥିଲେ ଯେ ସେଠାରେ ପ୍ରତିଯୋଗିତା ଅତ୍ୟନ୍ତ କଠିନ ଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ମୁଁ କଠିନ ପରିଶ୍ରମ କରି ଦେଶ ପାଇଁ ପଦକ ଜିତିବି। ଧନଲକ୍ଷ୍ମୀଙ୍କୁ ତାମିଲନାଡୁ ସରକାର ଏକ ସରକାରୀ ଚାକିରି ଦେଇଛନ୍ତି, ଏହା ପରେ ଧନଲକ୍ଷ୍ମୀ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କୁ ଧନ୍ୟବାଦ ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+