Get Updates
Get notified of breaking news, exclusive insights, and must-see stories!

Team India: ସିଡନୀ ଟେଷ୍ଟ ଜିତିଲେ ବି ବିଶ୍ଵ ଟେଷ୍ଟ ଚମ୍ପିୟାନ ସିପ୍ ଫାଇନାଲ ଖେଳିବନି ଭାରତ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଜାରି ରହିଛି । ୪ଟି ମ୍ୟାଚ୍‌ ଶେଷ ହୋଇଥିବା ବେଳେ ଅଷ୍ଟ୍ରେଲିଆ ୨ଟି ଏବଂ ଭାରତ ଗୋଟିଏ ମ୍ୟାଚ୍‌ ଜିତିଛି । ଗୋଟିଏ ଟେଷ୍ଟ ଡ୍ର ଭାବେ ଶେଷ ହୋଇଛି ।

ଗତକାଲି ଅର୍ଥାତ ସୋମବାର ଶେଷ ହୋଇଥିବା ୪ର୍ଥ ଟେଷ୍ଟ ମ୍ୟାଚରେ ଭାରତକୁ ୧୮୪ ରନ୍‌ରେ ହରାଇଛି ଅଷ୍ଟ୍ରେଲିଆ । ଆଉ ବ୍ୟାକ୍‌ ଫୁଟ୍‌କୁ ଚାଲିଯାଇଛି ଭାରତୀୟ ଦଳ । ସିରିଜରେ ଏବେ ୨-୧ରେ ଆଗୁଆ ହୋଇଯାଇଛି କଙ୍ଗାରୁ ଟିମ୍ ।

ତେବେ ଆଗକୁ ଆସୁଛି ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ମୁକାବିଲା । ତେଣୁ ଫାଇନାଲ ପୂର୍ବରୁ ସବୁ ଅଙ୍କ ଗଡବଡ ହୋଇଯାଇଛି । ଟିମ୍ ଇଣ୍ଡିଆ ଫାଇନାଲରେ ପହଞ୍ଚିପାରିବ କି ନାହିଁ ସେ ନେଇ ଅଙ୍କ କସିବା ଆରମ୍ଭ କଲାଣି BCCI ।

ଟିମ୍ ଇଣ୍ଡିଆ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ପହଞ୍ଚିବାର ଆଶା ଘୁଞ୍ଚି ଘୁଞ୍ଚି ଯାଉଛି । WTC ରେସ୍‌ରୁ ବାଦ ପଡିବା ଦ୍ବାର ଦେଶରେ ଭାରତୀୟ ଦଳ । ସ୍ଥିତି ଏମିତି ଯେ, ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ପହଞ୍ଚିବା ପାଇଁ ଟିମ୍ ଇଣ୍ଡିଆ ପାଖରେ ଆଉ ମାତ୍ର ଗୋଟିଏ ହିଁ ମ୍ୟାଚ୍‌ ବାକି ଅଛି ।

World Test Champions Cup

୫ମ ତଥା ଅନ୍ତିମ ଟେଷ୍ଟ ମୁକାବିଲା ସିଡନୀରେ ଜାନୁଆରୀ ୩ ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ ଭାରତୀୟ ଦଳ ପାଇଁ ବେଶ୍ ଚ୍ୟାଲେଞ୍ଜିଂ ହେବାକୁ ଯାଉଛି । କାରଣ ଶେଷ ଟେଷ୍ଟ ଜିତିଲେ ବି ଭାରତୀୟ ଦଳ ଫାଇନାଲକୁ ଯେ ଚାଲିଯିବ ତାହା ବି କହିବା ମୁସ୍କିଲ ।

କାରଣ ଆଗକୁ ଅଷ୍ଟ୍ରେଲିଆ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜ୍‌ ଖେଳାଯିବ । ଆଉ ଟିମ୍ ଇଣ୍ଡିଆକୁ ଉଭୟଙ୍କ ରେଜଲ୍ଟ ଉପରେ ନିର୍ଭର କରିବାକୁ ପଡିବ ।

ତେବେ କେମିତି ଫାଇନାଲକୁ ଯିବ ଭାରତ?
ଯଦି ଭାରତୀୟ ଦଳ ସିଡନୀ ଟେଷ୍ଟ ଜିତେ ତେବେ ଏହା ମଧ୍ୟ ଅପେକ୍ଷା କରିବାକୁ ହେବ ଯେ, ଶ୍ରୀଲଙ୍କା ଅଷ୍ଟ୍ରେଲିଆ ବିପକ୍ଷରେ ସମସ୍ତ ମ୍ୟାଚ୍‌ ଜିତୁ । ଏମିତି କି ଗୋଟିଏ ମ୍ୟାଚ୍‌ ଜିତି ଆଉ ଗୋଟିଏ ମ୍ୟାଚ୍ ଡ୍ର ରଖିଲେ ବି ଭାରତ ଫାଇନାଲକୁ ଯିବ ।

ଆଉ ସବୁଠୁ ବଡ କଥା ହେଉଛି ଯଦି ଭାରତୀୟ ଦଳ ସିଡନୀ ଟେଷ୍ଟ ଜିତେ ଆଉ ଶ୍ରାଲଙ୍କା-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍‌ ୦-୦ରେ ଡ୍ର ରୁହେ ତେବେ ଭାରତକୁ ଫାଇଦା ମିଳିବ ଆଉ ଦଳ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଖେଳିବ ।

ଆଉ ଯଦି ସିଡନୀ ଟେଷ୍ଟ ଡ୍ର ରୁହେ ତେବେ ଅଷ୍ଟ୍ରେଲିଆ ଏହି ସିରିଜ୍‌କୁ ୨-୧ରେ ଜିତି ନେବ । ଆଉ ଭାରତୀୟ ଦଳ ପାଖରେ ୫୧.୭୫% ଅଙ୍କ ରହିଯିବା କାରଣରୁ ରୋହିତ ବାହିନୀ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରୁ ବାଦ୍‌ ପଡିବ ।

ଆଉ ଯଦି ସିଡନୀ ମ୍ୟାଚ ବି ଅଷ୍ଟ୍ରେଲିଆ ଜିତି ନେଉଛି ତେବେ ଭାରତୀୟ ଦଳ ଆଉ ଫାଇନାଲକୁ ଯାଇ ପାରିବ ନାହିଁ । ସେପଟେ ଶ୍ରୀଲଙ୍କା ବି ଯଦି ଫାଇନାଲ ଖେଳିବାକୁ ଯିବ ତେବେ ପ୍ରଥମେ ସିଡନୀ ଟେଷ୍ଟରେ ଭାରତ କଙ୍ଗାରୁ ଦଳକୁ ହରାଇବାକୁ ପଡିବ ଏବଂ ପରେ ଶ୍ରୀଲଙ୍କା ତାର ଘରୋଇ ମାଟିରେ ଅଷ୍ଟ୍ରେଲିଆକୁ ୨-୦ରେ ହରାଇବାକୁ ପଡିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+