Get Updates
Get notified of breaking news, exclusive insights, and must-see stories!

ଆଜି ଦିଲ୍ଲୀ-ଗୁଜରାଟ ମୁକାବିଲା : ଫେରିବେ ଫିଟ୍ ଗିଲ୍, ଜଲୱା ଦେଖାଇବେ କେଏଲ୍ ରାହୁଲ୍

ଚଳିତ ଆଇପିଏଲରେ ୧୪ତମ ଲିଗ୍ ମ୍ୟାଚରେ ଆଜି ଦିଲ୍ଲୀ ଘରୋଇ ଗ୍ରାଉଣ୍ଡରେ ଗୁଜରାଟକୁ ଭେଟିବ । ପ୍ରଥମ ୨ଟି ଯାକ ମ୍ୟାଚ ଜିତି ସାରିଥିବା ଦିଲ୍ଲୀ ଦଳ ବିଜୟଧାରା ଜାରି ରଖି ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିବାକୁ ପ୍ରୟାସ କରିବ । ଗୁଜରାଟ ୨ଟି ମ୍ୟାଚ ଖେଳିଥିଲେ ହେଁ ଏପର୍ଯ୍ୟନ୍ତ ପଏଣ୍ଟ ଖାତା ଖୋଲିନଥିବାରୁ ବିଜୟ ପାଇଁ ତତ୍ପର । ଫଳରେ ଆଜି ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ ଦେଖିବାକୁ ମିଳିବ । ତେବେ ଗୁଜରାଟ ଦଳ ଓ ଏହାର ସମର୍ଥକଙ୍କ ପାଇଁ ଖୁସି ଖବର । ଆହତ ହୋଇ ଗତ ରାଜସ୍ଥାନ ବିପକ୍ଷ ମ୍ୟାଚ ଖେଳି ପାରି ନଥିବା ଅଧିନାୟକ ଶୁଭମନ ଗିଲ୍ ଫିଟ୍ ଘୋଷିତ ହୋଇଛନ୍ତି ଓ ଆଜି ଦଳର ନେତୃତ୍ୱ ନେବେ । ଗିଲଙ୍କ ଉପସ୍ଥିତି ବ୍ୟାଟିଂ ବିଭାଗକୁ ସୁଦୃଢ଼ କରିବ ।

Delhi-Gujarat match

ଦିଲ୍ଲୀ ପ୍ରଥମ ୨ଟି ମ୍ୟାଚରେ ଲକ୍ଷ୍ନୌ ଓ ମୁମ୍ବାଇକୁ ପରାସ୍ତ କରିଥିଲା । ଉଭୟ ମ୍ୟାଚରେ ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ମଧ୍ୟ କ୍ରମ ବ୍ୟାଟର ସମୀର ରିଜଭୀ । ଉଭୟ ମ୍ୟାଚରେ ସେ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ । ତାଙ୍କୁ ଇମ୍ପାକ୍ଟ ଖେଳାଳି ଭାବେ ଡ଼କାଇ ୪ନଂ ସ୍ଥାନରେ ବ୍ୟାଟିଂ କରାଇବା ରଣନୀତି ଦିଲ୍ଲୀ ପାଇଁ ବେଶ୍ ଫଳପ୍ରଦ ହୋଇଛି । ଆଜି ମଧ୍ୟ ସମୀରଙ୍କ ବ୍ୟାଟିଂ ଉପରେ ଦର୍ଶକଙ୍କ ନଜର ରହିବ । ଗୁଜରାଟର ଟପ ଅର୍ଡର ପୂର୍ବ ଭଳି ବେଶ୍ ଶକ୍ତିଶାଳୀ ରହିଥିଲେ ହେଁ ହାର୍ଦ୍ଦିକ ପାଣ୍ଡ୍ୟା ଯିବା ପରଠୁ ମଧ୍ୟକ୍ରମ ସମସ୍ୟା ଦୂର ହୋଇପାରି ନାହିଁ । ୪ନଂ ସ୍ଥାନରେ ବ୍ୟାଟିଂ କରୁଥିବା ଗ୍ଲେନ ଫିଲିପ୍ସ ତରବରିଆ ଭାବେ କ୍ରିଜରେ ଜମିବା ପୂର୍ବରୁ ବଡ଼ ସଟ୍ ଖେଳିବାକୁ ପ୍ରୟାସ କରି ଫେଲ ମାରୁଛନ୍ତି । ତାଙ୍କୁ ଏହି ତ୍ରୁଟି ସୁଧାରିବାକୁ ପଡ଼ିବ ।

ଆଜି କେଏଲ ରାହୁଲଙ୍କ ବ୍ୟାଟରୁ ବଡ଼ ଇନିଂସ ଦେଖିବାକୁ ଦର୍ଶକ ଆଶା ରଖିବେ । ପ୍ରଥମ ୨ଟି ମ୍ୟାଚରେ ସେ ମାତ୍ର ୧ ରନ ସଂଗ୍ରହ କରିଛନ୍ତି । ରାହୁଲ ଓ ମହମ୍ମଦ ସିରାଜ କିମ୍ବା କାଗିସୋ ରାବାଡ଼ାଙ୍କ ମଧ୍ୟରେ ଆଜି ଜୋରଦର ଲଢ଼େଇ ହେବ । ସିରାଜଙ୍କ ବିପକ୍ଷରେ ରାହୁଲ ୯ଟି ମ୍ୟାଚରୁ ୭୯ଟି ବଲ୍ ଖେଳି ୧୩୫ ରନ ସଂଗ୍ରହ କରିଛନ୍ତି ଓ ଥରେ ମାତ୍ର ଆଉଟ୍ ହୋଇଛନ୍ତି । କିନ୍ତୁ ରାବାଡ଼ା ଇତି ମଧ୍ୟରେ ରାହୁଲଙ୍କୁ ୩ଥର ଆଉଟ୍ କରିସାରିଛନ୍ତି । ଅରୁଣ ଜେଟଲୀ ବା କୋଟଲା ଗ୍ରାଉଣ୍ଡର ୫ନଂ ପିଚରେ ଆଜି ମ୍ୟାଚ ଖେଳାଯିବ । ଏହି ପିଚ୍ ବ୍ୟାଟିଂ ପାଇଁ ବେଶ୍ ଅନୁକୂଳ । ୨୦୨୪ ଓ ୨୦୨୫ ସିଜନରେ ଏହି ପିଚରେ ୪ଟି ମ୍ୟାଚ ଖେଳାଯାଇଛି ଓ ପ୍ରତି ମ୍ୟାଚରେ ଓଭର ପିଛା ୧୦.୧୧ ହାରରେ ରନ ସଂଗୃହୀତ ହୋଇଛି । ଆଜି ମଧ୍ୟ ବିଶାଳ ସ୍କୋର ହେବା ଆଶା କରାଯାଉଛି । ରାତ୍ରି ମ୍ୟାଚରେ କାକର ପ୍ରଭାବ ରହୁଥିବାରୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ । ଆଜି ବର୍ଷା ମଧ୍ୟ ମ୍ୟାଚକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି ।

ସମ୍ଭାବ୍ୟ ଦଳ

ଦିଲ୍ଲୀ: କେଏଲ ରାହୁଲ, ପଥୁମ ନିଶଙ୍କା, ନୀତିଶ ରାଣା, ସମୀର ରିଜଭୀ, ଡେଭିଡ୍ ମିଲର, ଟ୍ରିଷ୍ଟନ ଷ୍ଟବ୍ସ, ଅକ୍ଷର ପଟେଲ (ଅଧିନାୟକ), ବିପ୍ରଜ ନିଗମ, କୁଲଦୀପ ଯାଦବ, ଲୁଙ୍ଗି ଏନ୍ଗିଡ଼ି, ମୁକେଶ କୁମାର, ଟି ନଟରାଜନ ।

ଗୁଜରାଟ: ଶୁଭମନ ଗିଲ (ଅଧିନାୟକ), ସାଇ ସୁଦର୍ଶନ, ଜୋସ ବଟଲର, ୱାସିଂଟନ ସୁନ୍ଦର, ଗ୍ଲେନ ଫିଲିପ୍ସ, ରାହୁଲ ତେୱାତିଆ, ରସିଦ ଖାନ, କାଗିସୋ ରାବାଡା/ଜାସନ ହୋଲ୍ଡର, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ, ଅଶୋକ ଶର୍ମା, ପ୍ରସିଦ୍ଧ କ୍ରିଷ୍ଣା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+