'92 ରନ କଣ ଗୋଟେ ରନ...' ଆରସିବିକୁ କାହିଁକି ଏମିତି କହିଲେ ଦୀପିକା ପାଦୁକନ୍ ?

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଲଜ୍ଜାଜନକ 9 ୱିକେଟ ପରାଜୟ ପରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଏକ ପୁରୁଣା ଟ୍ୱିଟ ଭାଇରାଲ ହେବାରେ ଲାଗିଛି।

ଆବୁଧାବି: 20 ସେପ୍ଟେମ୍ବରରେ ଶେଖ ଜାଏଦ ଷ୍ଟାଡିୟମରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଲଜ୍ଜାଜନକ 9 ୱିକେଟରେ ପରାସ୍ତ ହୋଇଛି। ଟସ୍ ଜିତିବା ପରେ ବ୍ୟାଟିଂ କରିବାକୁ ଚୟନ କରି ଆରସିବି 19 ଓଭରରେ 92 ରନ୍ ସଂଗ୍ରହ କରିଥିଲା। ବରୁଣ ଚକ୍ରବର୍ତ୍ତୀଙ୍କ ଯାଦୁକରୀ ବୋଲିଂ ଦ୍ବାରା ଆରସିବି ବ୍ୟାଟ୍ସମ୍ୟାନ ମାନେ ଧରାଶାୟୀ ହୋଇଥିଲେ ।

Deepika Padukone

ଏହି ପରାଜୟ ପରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଏକ ପୁରୁଣା ଟ୍ୱିଟ ଭାଇରାଲ ହେବାରେ ଲାଗିଛି। ଦୀପିକା ଆରସିବିର ଜଣେ ବଡ଼ ପ୍ରଶଂସକ ଅଟନ୍ତି ଏବଂ ଆରସିବି ନିଜେ ମଧ୍ୟ ଦୀପିକାଙ୍କ ଏକ ଭିଡିଓ ନିଜ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ରଖିଛନ୍ତି । ଯେଉଁଥିରେ ସେ ଦଳ ବିଷୟରେ କହୁଛନ୍ତି। ଦୀପିକାଙ୍କ ଟ୍ୱିଟ ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

Deepika Padukone

2010 ରେ ବାଙ୍ଗାଲୋରର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆରସିବି ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଏହି ମ୍ୟାଚ ଖେଳାଯାଇଥିଲା । ସେହି ମ୍ୟାଚରେ ପ୍ରବୀଣ କୁମାର ଏବଂ ଅନିଲ କୁମ୍ବଲେ ପ୍ରତ୍ୟେକ ତିନିଟି ୱିକେଟ୍ ନେଇ ରାଜସ୍ଥାନ ରୟାଲ୍ସକୁ 92 ରନରେ ରୋକିଥିଲେ । ଏହା ପରେ କୁମ୍ବଲେଙ୍କ ନେତୃତ୍ୱରେ ଚ୍ୟାଲେଞ୍ଜର୍ସ 10 ୱିକେଟ୍ ନେଇ ମ୍ୟାଚ୍ ଜିତିଥିଲେ।

ତେବେ ସେତେବେଳେ ଦୀପିକା ଏହି ଟ୍ବିଟ କରିଥିଲେ । ସେ ଲେଖିଥିଲେ, 92 ରନ୍ କଣ ଏକ ସ୍କୋର? 92 ! । ତେବେ ସେତେବେଳେ ଦଳ ଏହି ସଫଳତାରରେ ଦୀପିକା ଆରସିବିର ପ୍ରଶଂସାରେ ଏହି ଟ୍ୱିଟ୍ କରିଥିଲେ । ମାତ୍ର ଗତକାଲି ଆରସିବି 92 ରନ କରିଥିବା ବେଳେ ଦୀପିକାଙ୍କ ଏହି ଟ୍ବିଟ୍ ପୁଣି ଭାଇରାଲ ହେବାରେ ଲାଗିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+