ତୀରନ୍ଦାଜ ବିଶ୍ୱକପରେ ଭାରତକୁ ତୃତୀୟ ସ୍ୱର୍ଣ୍ଣ ଦେଲେ ପତି-ପତ୍ନୀଙ୍କ ଯୋଡି
ରବିବାର ଖେଳାଯାଇଥିବା ମିଶ୍ରିତ ତୀରନ୍ଦାଜ ଇଭେଣ୍ଟରେ ଭାରତର ଦୀପିକା କୁମାରୀ ଏବଂ ଅତନୁ ଦାସ ପ୍ୟାରିସରେ ତୀରନ୍ଦାଜ ବିଶ୍ୱକପ୍ର ତୃତୀୟ ପର୍ଯ୍ୟାୟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।
ନୂଆଦିଲ୍ଲୀ: ପ୍ୟାରିସରେ ଚାଲିଥିବା ତୀରନ୍ଦାଜ ବିଶ୍ୱକପରେ ଭାରତୀୟ ଦଳ ନିଜ ବ୍ୟାଗରେ ଆଉ ଏକ ସ୍ୱର୍ଣ୍ଣ ପଦକ ଯୋଡିଛି । ରବିବାର ଖେଳାଯାଇଥିବା ମିଶ୍ରିତ ତୀରନ୍ଦାଜ ଇଭେଣ୍ଟରେ ଭାରତର ଦୀପିକା କୁମାରୀ ଏବଂ ଅତନୁ ଦାସ ପ୍ୟାରିସରେ ତୀରନ୍ଦାଜ ବିଶ୍ୱକପ୍ର ତୃତୀୟ ପର୍ଯ୍ୟାୟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଅନ୍ତିମ ମ୍ୟାଚ୍ରେ ଭାରତୀୟ ମିଶ୍ରିତ ଦଳ ଡଚ୍ର ଗାବ୍ରିଏଲା କୋଲସର ଏବଂ ଜେଫ୍ ୱାନ୍ ଡେନେନବର୍ଗଙ୍କୁ 5-3ରେ ପରାସ୍ତ କରିଥିଲା। ବ୍ୟକ୍ତିଗତ ଜୀବନରେ ଏହି ଯୋଡି ସ୍ୱାମୀ-ସ୍ତ୍ରୀ ପ୍ରଥମ ଥର ପାଇଁ ବିଶ୍ୱ ଦଳରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

ସୋସିଆଲ ମିଡିଆ ଆକାଉଣ୍ଟରେ ଏ ବିଷୟରେ ସୂଚନା ଦେଇ ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ ଲେଖିଛି, 'ଭାରତ ପାଇଁ ଆଉ ଏକ ସୁନା! ତୀରନ୍ଦାଜ ବିଶ୍ୱକପରେ ଭାରତର ମିଶ୍ରିତ ଦଳ ଦୀପିକା ଏବଂ ଅତନୁଙ୍କ ଯୋଡି ବିଶ୍ୱକପ୍ର ତୃତୀୟ ପର୍ଯ୍ୟାୟରେ ନେଦରଲ୍ୟାଣ୍ଡ ଉପରେ 5-3 ବିଜୟ ପଞ୍ଜିକରଣ କରି ସ୍ୱର୍ଣ୍ଣ ଜିତିଛନ୍ତି । ଏହି ଦମ୍ପତିଙ୍କୁ ଅନେକ ଅନେକ ଅଭିନନ୍ଦନ ।
ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ରବିବାର ଦିନ ଭାରତୀୟ ମହିଳା ତୀରନ୍ଦାଜୀ ଦଳ ମେକ୍ସିକୋ ଦଳକୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ। ମହିଳା ଦଳରେ ଭାରତର ଦୀପିକା କୁମାରୀ, କୋମାଲିକା ବରୀ ଏବଂ ଅଙ୍କିତା ଭକତ ସାମିଲ ହୋଇଥିଲେ। ଭାରତୀୟ ମହିଳା ଦଳ ଫାଇନାଲ ମ୍ୟାଚରେ ମେକ୍ସିକୋ ଦଳକୁ 5-1ରେ ପରାସ୍ତ କରିଥିଲା । ସୂଚନାଯୋଗ୍ୟ ଯେ ତୀରନ୍ଦାଜ ବିଶ୍ୱକପରେ ଏହା ଭାରତର ତୃତୀୟ ସ୍ୱର୍ଣ୍ଣ ପଦକ ଅଟେ।
ଏହାପୂର୍ବରୁ ଶନିବାର ଦିନ ଅଭିଷେକ ଭର୍ମା ତୀରନ୍ଦାଜୀ ସିଙ୍ଗଲ୍ସରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେ ସୁଟ ଅଫରେ ଆମେରିକାର କ୍ରିସ ସ୍କାଫଙ୍କୁ ପରାସ୍ତ କରି ତୀରନ୍ଦାଜ ବିଶ୍ୱକପରେ ଭାରତର ପଦକ ଖୋଲିଥିଲେ।












Click it and Unblock the Notifications