T20 World Cup Final: ଭାରତୀୟ କ୍ରିକେଟ୍ ଦଳ ସହ ଫୋନ୍ରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଭାରତୀୟ କ୍ରିକେଟ୍ ଦଳ ସହ ଫୋନ୍ରେ କଥା ହୋଇ ସମଗ୍ର ଦଳକୁ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ସେ ରୋହିତ ଶର୍ମାଙ୍କୁ ଉତ୍କୃଷ୍ଟ ଅଧିନାୟକତ୍ୱ ପାଇଁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଟି-୨୦ କ୍ୟାରିୟରକୁ ବହୁତ ପ୍ରଶଂସା କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ଫାଇନାଲରେ ବିରାଟ କୋହଲିଙ୍କ ଇନିଂସ ଏବଂ ଭାରତୀୟ କ୍ରିକେଟରେ ତାଙ୍କର ଅବଦାନକୁ ମଧ୍ୟ ପ୍ରଶଂସା କରିଛନ୍ତି ।
ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଶେଷ ଓଭର ପାଇଁ ଏବଂ ସୂର୍ୟ୍ୟକୁମାର ଯାଦବଙ୍କୁ ତାଙ୍କର କ୍ୟାଚ୍ ଧରିବା ପାଇଁ ପ୍ରଶଂସା କରିଛନ୍ତି ମୋଦୀ ।

ମୋଦୀ ସୂର୍ଯ୍ୟ କୁମାର ଯାଦବଙ୍କ ଚମତ୍କାର କ୍ୟାଚ ସହ ଜସପ୍ରୀତ ବୁମ୍ରାଙ୍କ ଅବଦାନକୁ ମଧ୍ୟ ପ୍ରଶଂସା କରିଛନ୍ତି । ଭାରତୀୟ କ୍ରିକେଟରେ ଅବଦାନ ପାଇଁ ପ୍ରଧାନମନ୍ତ୍ରୀ ରାହୁଲ ଦ୍ରାବିଡଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।
ବାରବାଡୋସରେ ଇତିହାସ ରଚିଲା ଭାରତ। କେନିଙ୍ଗସଟନ୍ ଓଭାଲ ପିଚ୍ରେ ଉଡିଲା ତ୍ରିରଙ୍ଗା । ଟି-୨୦ ବିଶ୍ୱକପ୍ ଟ୍ରଫି ହାତେଇଲା ଟିମ୍ ଇଣ୍ଡିଆ। ଦୀର୍ଘ ୧୭ ବର୍ଷ ପରେ ଟି-୨୦ ଟାଇଟଲ ହାତେଇଲା ଭାରତ। ବିଶ୍ୱିବିଜୟୀ ହେବା ପରେ ଘାସ ଖାଇଛନ୍ତି ଅଧିନାୟକ ରୋହିତ ଶର୍ମା। ନିଆରା ଢ଼ଙ୍ଗରେ ସେ ଖୁସି ମନାଇଛନ୍ତି ।
ରୋହିତ ଶର୍ମାଙ୍କ ଏହି ଭିଡିଓ ଦେଖିବା ପରେ ସମସ୍ତ ଭାରତୀୟ ଫ୍ୟାନ୍ସଙ୍କୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ବେଳର ମୁହୂର୍ତ୍ତ ମନେ ପଡିଯାଇଛି। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ ଖେଳିଥିଲେ। ଏହି ମ୍ୟାଚ ଶେଷ ହେବା ପରେ ସଚିନ୍ ପିଚକୁ ଯାଇ ପ୍ରଣାମ କରିଥିଲ।
ବିରାଟ କୋହଲି ରୋହିତଙ୍କ ସହ ଫାଇନାଲ ମ୍ୟାଚ୍ ପରେ ଟି -୨୦ ଇଣ୍ଟରନ୍ୟାସନାଲରୁ ଅବସର ଘୋଷଣା କରିଛନ୍ତି। ରୋହିତ କହିଛନ୍ତି, "ମୁଁ ଏହି ଫର୍ମାଟ୍ ଖେଳିବା ଆରମ୍ଭ କରିବା ଦିନଠାରୁ ଏହାକୁ ଉପଭୋଗ କରିଥିଲି। ଏହି ଫର୍ମାଟ୍କୁ ବିଦାୟ ଦେବା ପାଇଁ ଭଲ ସମୟ ନାହିଁ। ମୁଁ ଏହାର ପ୍ରତ୍ୟେକ ମୁହୂର୍ତ୍ତକୁ ଭଲ ପାଏ। ମୁଁ କପ୍ ଜିତିବାକୁ ଚାହୁଁଥିଲି, ଲକ୍ଷ୍ୟ ପୂରଣ ହୋଇଛି।"
ବାରବାଡୋସରେ ଫାଇନାଲରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ରୋହିତଙ୍କ ନେତୃତ୍ୱରେ ଭାରତ ବିଜୟ ସହିତ ଆଇସିସି ଟାଇଟଲ ପାଇଁ ୧୧ ବର୍ଷର ଅପେକ୍ଷାକୁ ଶେଷ କରିଛି। ବିଜୟ ହେବା ପରେ ଖୁସିରେ ଗଦଗଦ ହୋଇଯାଇଛନ୍ତି ସମସ୍ତ ଭାରତୀୟ ଖେଳାଳି। ସମସ୍ତଙ୍କ ଆଖିରୁ ଝିର ଆସିଛି ଲୁହ।












Click it and Unblock the Notifications