Get Updates
Get notified of breaking news, exclusive insights, and must-see stories!

DC vs SRH: ଦିଲ୍ଲୀ ଆଗରେ ସହଜ ବିଜୟ ଲକ୍ଷ୍ୟ

ସନରାଇଜର୍ସ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୩୪ ରନ୍ କରିଛି। ଫଳରେ ଦିଲ୍ଲୀ ଆଗରେ ୧୩୫ ବିଜୟ ଲକ୍ଷ୍ୟ ରହିଛି ।

ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗ ( ଆଇପିଏଲ 2021) ର 14 ତମ ସିଜନର 33 ତମ ମ୍ୟାଚ୍ ବୁଧବାର (22 ସେପ୍ଟେମ୍ବର) ରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି । ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିଲା ହାଇଦ୍ରାବାଦ ।
ଫଳରେ ସନରାଇଜର୍ସ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୩୪ ରନ୍ କରିଛି। ଫଳରେ ଦିଲ୍ଲୀ ଆଗରେ ୧୩୫ ବିଜୟ ଲକ୍ଷ୍ୟ ରହିଛି ।

DC vs SRH

ମ୍ୟାଚର ତୃତୀୟ ବଲରେ ଓପ୍ନର ଡେଭିଡ୍ ୱାର୍ଣ୍ଣର (୦)ଙ୍କୁ ପାଭିଲିୟନ୍ ପଠାଇ ଆନ୍ରିଚ୍ ନୋର୍ଜେ ଦିଲ୍ଲୀକୁ ପ୍ରଥମ ସଫଳତା ଦେଇଥିଲେ। ଅନ୍ୟତମ ଓପ୍ନର ଋଦ୍ଧିମାନ ସାହା (୧୮) ଭଲ ଷ୍ଟାର୍ଟ କରିଥିଲେ ହେଁ ବଡ଼ ସ୍କୋର କରିପାରିନଥିଲେ। ତାଙ୍କୁ କାଗିଗୋ ରବାଡା ଆଉଟ୍ କରିଥିଲେ। କ୍ୟାପଟେନ୍ ୱିଲିୟମସନ୍ ଧିମା ବ୍ୟାଟିଂ କରିଥିଲେ, ଯାହାର ପ୍ରଭାବ ଟିମର ରନରେଟ୍ ଉପରେ ପଡ଼ିଥିଲା। ସେ ୧୮ ରନ୍ କରି ଅକ୍ଷର ପଟେଲଙ୍କ ଶିକାର ହୋଇଥିଲେ।

ପରେ ପରେ ମନୀଷ ପାଣ୍ଡେ (୧୭) ଓ କେଦାର ଯାଦବଙ୍କ ଭଳି ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ନିରାଶ କରିଥିଲେ। ତେବେ ଅବଦୁଲ ସାମଦ ଓ ରାଶିଦ୍ ଖାନଙ୍କ ଉପଯୋଗୀ ଯୋଗଦାନ ଦ୍ୱାରା ଟିମ୍ ୧୩୪ ରନ୍ କରିବାକୁ ସକ୍ଷମ ହୋଇଥିଲା। ଦିଲ୍ଲୀ ପକ୍ଷରୁ କାଗିସୋ ରବାଡା ସର୍ବାଧିକ ୩ଟି, ନୋର୍ଜେ ଓ ଅକ୍ଷର ପଟେଲ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+