IPL 2025: ଆଜି ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟସ

ଇଣ୍ଡିଆନ ପ୍ରିମିୟର ଲିଗର ୧୮ ତମ ସଂସ୍କରଣର ଚତୁର୍ଥ ମ୍ୟାଚରେ ଆଜି ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟସ । ବିଶାଖାପାଟନମର ଏସିଏ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ସନ୍ଧ୍ୟା ୭ଟା ୩୯ ମନିଟରେ ମ୍ୟାଚ ଖେଳାଯିବ ।

ଚଳିତ ଥର ଦୁଇ ଦଳରେ ନୂଆ ଅଧିନାୟକ ରହିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଅକ୍ଷର ପଟେଲ ରହିଥିବା ବେଳେ ଏଲଏସଜିର ଅଧିନାୟକ ରହିଛନ୍ତି ଋଷଭ ପନ୍ତ । ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଦୁଇ ଦଳ ଲକ୍ଷ୍ୟ ରଖିଛନ୍ତି ।

ଉଭୟ ଦଳ ଗତ ସିଜିନରେ ଏତେଟା ଭଲ ପ୍ରଦର୍ଶନ କରିନଥିଲେ । ଫଳରେ ଦୁଇ ଦଳ ପ୍ଲେ ଅଫକୁ ଯାଇପାରିନଥିଲା । ଚଳିତ ଥର ଦଳର ଅଧିନାୟକଙ୍କୁ ପରବର୍ତ୍ତନ କରାଯାଇ ଭଲ ପ୍ରଦର୍ଶନ କରିବା ନେଇ ଆଶାବାଦୀ ଫ୍ରାଞ୍ଜାଇଜ ।

ipl 2025

ଚଳିତ ଆଇପିଏଲରେ ସବୁଠାରୁ ଦାମୀ ଖେଳାଳି ହେଉଛନ୍ତି ପନ୍ତ । ଲକ୍ଷ୍ନୌ ତାଙ୍କୁ 27 କୋଟି ଟଙ୍କାରେ କିଣି ଅଧିନାୟକ ଦାୟିତ୍ବ ଦେଇଛି । ଦଳରେ ବ୍ୟାଟିଂ ଭାର ସମ୍ଭାଳିବାକୁ ରହିଛନ୍ତି ଏଡେନ ମାର୍କ୍ରମ, ନିକୋଲାସ ପୋରାନ ଏବଂ ଡେଭିଡ ମିଲର । ସେହିପରି ବୋଲିଂରେ ରହିଛନ୍ତି ମୟଙ୍କ ଯାଦବ ଓ ସାର୍ଦ୍ଦୁଲ ଠାକୁର । ମହସିନ ଆହତ ହୋଇଥିବାରୁ ତାଙ୍କ ସ୍ଥାନରେ ସାର୍ଦ୍ଦୁଲଙ୍କୁ ଦଳରେ ସ୍ଥାନ ମିଳିଛି ।ସେହିପରି ଦିଲ୍ଲୀ କ୍ୟାପିଟାଲ୍ସରେ ବ୍ୟାଟିଂରେ ରହିଛନ୍ତି କେଏଲ ରାହୁଲ. ଡୁ ପ୍ଲେସିସ, ଜାକ ଫ୍ରେଜର-ମ୍ୟାକଗର୍କ । ସେହିପରି ବୋଲିଂରେ ମିଚେଲ ଷ୍ଟାର୍କ, ମୋହିତ ଶର୍ମା, ଟି ନଟରାଜନ ଏବଂ କୁଳଦୀପ ରହିଛନ୍ତି ।

ପିଚ୍‌ ରିପୋର୍ଟ ଓ ପାଣିପାଗ:

ACA-VDCA କ୍ରିକେଟ ଷ୍ଟାଡିୟମର ପିଚ ବ୍ୟାଟ୍ସମ୍ୟାନଙ୍କୁ ସୁହାଇବ । ଆରମ୍ଭରୁ ଫାଷ୍ଟ ବୋଲି୍ଂ ଭଲ ହେବ । କିନ୍ତୁ ଖେଳ ଆଗକୁ ବଢିବା ପରେ ସ୍ପିନ ବୋଲିଂ ଭଲ ହେବ । ଶେଷ ଥର ପାଇଁ ଏଠାରେ ଏକ ଆଇପିଏଲ ମ୍ୟାଚ ଖେଳାଯାଇଥିଲା । କୋଲକାତା ନାଇଟରାଇଡର୍ସ 272 ରନ କରିଥିଲା । ଆଜି ମଧ୍ୟ ହାଇସ୍କୋରିଂ ମ୍ୟାଚ ହେବା ନେଇ ଆଶା କରାଯାଉଛି । ଆଜି ଦିନରେ ହାଲୁକା ବର୍ଷା ହେବା ଆନୁମାନ କରାଯାଉଛି । କିନ୍ତୁ ମ୍ୟାଚ ସମୟରେ ବର୍ଷା ହେବାର ସମ୍ଭାବନା ନାହିଁ ।

ମ୍ୟାଚ ପୂର୍ବରୁ ଉଦଘାଟନୀ କାର୍ଯ୍ୟକ୍ରମ:

ଚଳିତ ଥର ପ୍ରତି ଷ୍ଟାଡିୟମରେ ପ୍ରଥମ ମ୍ୟାଚ ଖେଳାଯିବା ପୂର୍ବରୁ ଓପନିଂ ସେରିମନି ହେବା ନେଇ ବିସିସିଆଇ ଘୋଷଣା କରିଥିଲା । ତେଣୁ ଆଜି ମ୍ୟାଚ ହେବା ପୂର୍ବରୁ ସନ୍ଧ୍ୟା 6ଟା 30ରେ ଉଦଘାଟନୀ ଉତ୍ସବ ହେବ । ବଲିଉଡ ସିଙ୍ଗର ନୀତି ମୋହନ ଓ ସିଦ୍ଧାର୍ଥ ମହାଦେବନ ଏଥିରେ ସାମିଲ ହେବେ ।

DC-LSG ହେଡ ଡୁ ହେଡ:

ଆଇପିଏଲ ଇତିହାସରେ ଦୁଇ ଦଳ ମଧ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ 5ଟି ମ୍ୟାଚ ଖେଳାଯାଇଛି । ଦିଲ୍ଲୀ କ୍ୟାପିଟାଲ୍ସ 2 ଥପ ବିଜୟୀ ହୋଇଥିବା ବେଳେ ଲକ୍ଷ୍ନୌ 3 ଥର ଜିତିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+