Dattajirao Gaekwad: ପରପାରିରେ ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ଦତ୍ତାଜିରାବ ଗାଏକୱାଡ

ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ଦତ୍ତାଜିରାବ ଗାଏକୱାଡ ୯୫ ବର୍ଷ ବୟସରେ ଦୁନିଆ ଛାଡିଛନ୍ତି । ବଡୋଦାରେ ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା । ଭାରତୀୟ କ୍ରିକେଟ ଟିମର ପୂର୍ବତନ ଖେଳାଳୀ ଇରଫାନ ଫଠାନ ଏନେଇ ସୂଚନା ଦେଇଛନ୍ତି ।

ପିଟିଆଇ ଅନୁସାରେ ଗତ, ୧୨ ଦିନ ଧରି ବଡୋଦା ହସ୍ପିଟାଲର ଆଇସିୟୁରେ ଜୀବନ ପାଇଁ ସଂଗ୍ରାମ କରିବା ପରେ ସେ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ବିସିସିଆଇ ଏକ୍ସରେ ଶ୍ରଦ୍ଧାଞ୍ଜଳି ଜଣାଇଛି । ଭାରତର ପୂର୍ବତନ ଅଧିନାୟକ ତଥା ଭାରତର ସର୍ବ ପୁରାତନ ଟେଷ୍ଟ କ୍ରିକେଟର ଦତ୍ତାଜିରାବ ଗାଏକୱାଡଙ୍କ ଦେହାନ୍ତରେ ବିସିସିଆଇ ଗଭୀର ଦୁଃଖ ପ୍ରକାଶ କରିଛି। ସେ ୧୯୫୯ ମସିହାରେ ଇଂଲଣ୍ଡ ଗସ୍ତ ସମୟରେ ୧୧ ଟି ଟେଷ୍ଟ ଖେଳି ଦଳର ନେତୃତ୍ୱ ନେଇଥିଲେ । ତାଙ୍କ ଅଧିନାୟକତ୍ୱରେ ବଡୋଡା 1957-58 ସିଜନରେ ରଣଜୀ ଟ୍ରଫି ଜିତି ଫାଇନାଲରେ ସର୍ଭିସକୁ ପରାସ୍ତ କରିଥିଲେ । ବୋର୍ଡ ତାଙ୍କ ପରିବାର, ବନ୍ଧୁ ଏବଂ ପ୍ରଶଂସକଙ୍କୁ ହୃଦୟରୁ ସମବେଦନା ଜଣାଇଛି ।

Dattajirao Gaekwad

ଦତ୍ତାଜିରାଓ ଗାଇକୱାଡ ଭାରତ ପାଇଁ 11 ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ସେ 1952 ରୁ 1961 ମଧ୍ୟରେ ଭାରତ ପାଇଁ 11 ଟି ଟେଷ୍ଟ ଖେଳି 1959 ରେ ଇଂଲଣ୍ଡ ଗସ୍ତରେ ଜାତୀୟ ଦଳର ଅଧିନାୟକ ହୋଇଥିଲେ । ଡାହାଣହାତୀ ବ୍ୟାଟ୍ସମ୍ୟାନ୍ 1952 ମସିହାରେ ଲର୍ଡସରେ ଇଂଲଣ୍ଡ ବିପକ୍ଷରେ ଡେବ୍ୟୁ କରିଥିଲେ ଏବଂ ତାଙ୍କର ଅନ୍ତିମ ଅନ୍ତର୍ଜାତୀୟ ମ୍ୟାଚ୍ 1961 ମସିହାରେ ଚେନ୍ନାଇରେ ପାକିସ୍ତାନ ବିପକ୍ଷରେ ହୋଇଥିଲା। ବିପକ୍ଷରେ ଥିଲା।

ଗାଏକୱାଡ 1947 ରୁ 1961 ପର୍ଯ୍ୟନ୍ତ ରଣଜୀ ଟ୍ରଫିରେ ବରୋଦାଙ୍କୁ ପ୍ରତିନିଧିତ୍ୱ କରିଥିଲେ। ସେ ହାରାହାରି 47.56 ରେ 3139 ରନ୍ ସ୍କୋର କରିଥିଲେ, ଯେଉଁଥିରେ 14 ଶତକ ଅନ୍ତର୍ଭୁକ୍ତ ଥିଲା । 1959-60 ସିଜନରେ ମହାରାଷ୍ଟ୍ର ବିପକ୍ଷରେ ତାଙ୍କର ସର୍ବାଧିକ ସ୍କୋର 249 ଥିଲା । 2016 ମସିହାରେ ଅହମ୍ମଦାବାଦରେ 87 ବର୍ଷ ବୟସରେ ପୂର୍ବତନ ବ୍ୟାଟ୍ସମ୍ୟାନ୍ ଦୀପକ ଶୋଡାନଙ୍କ ଦେହାନ୍ତ ପରେ ସେ ଭାରତର ସର୍ବ ପୁରାତନ ଜୀବନ୍ତ ଟେଷ୍ଟ କ୍ରିକେଟର ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+