'ଆଗାମୀ 10 ବର୍ଷରେ ପନ୍ତ-ପାଣ୍ଡ୍ୟାଙ୍କ ପରି ଅନେକ ଭାରତୀୟ ୟଙ୍ଗ ବ୍ରିଗେଡ ଜନ୍ମ ନେବେ'
ଭାରତୀୟ ୟଙ୍ଗ ବ୍ରିଗେଡରେ ଅନେକ ଖେଳାଳି ଅଛନ୍ତି ଯେଉଁମାନେ ଆଗାମୀ ବର୍ଷରେ ଅନ୍ତର୍ଜାତୀୟ କ୍ରିକେଟରେ ଶାସନ କରିବାର କ୍ଷମତା ରଖିଛନ୍ତି । ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି ଇଂଲଣ୍ଡର ପୂର୍ବତନ ଦ୍ରୁତ ବୋଲର ଡାରେନ୍ ଗଫ୍ ।
ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ସିରିଜରେ ଭାରତର ଯୁବ କ୍ରିକେଟରମାନେ ଯେଉଁ ଭଳି ପ୍ରଦର୍ଶନ କରିଛନ୍ତି ତାକୁ ନେଇ ବର୍ତ୍ତମାନ ଆଲୋଚନା ହେଉଛି। ସାଧାରଣତଃ ଇଂଲଣ୍ଡ ଦଳ ଦିନିକିଆ କ୍ରିକେଟ ନିର୍ଭୟରେ ଖେଳନ୍ତି । କିନ୍ତୁ ଭାରତୀୟ ୟଙ୍ଗ ବ୍ରିଗେଡରେ ଅନେକ ଖେଳାଳି ଅଛନ୍ତି ଯେଉଁମାନେ ଆଗାମୀ ବର୍ଷରେ ଅନ୍ତର୍ଜାତୀୟ କ୍ରିକେଟରେ ଶାସନ କରିବାର କ୍ଷମତା ରଖିଛନ୍ତି । ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି ଇଂଲଣ୍ଡର ପୂର୍ବତନ ଦ୍ରୁତ ବୋଲର ଡାରେନ୍ ଗଫ୍ ।

ଗଫ୍ ବିଶ୍ୱାସ କରନ୍ତି ଯେ, ଭାରତର ଖେଳାଳିଙ୍କ ବର୍ତ୍ତମାନର ତାଲିକା ଆସନ୍ତା ଦଶନ୍ଧି ମଧ୍ୟରେ ବ୍ୟାଟିଂ କିପରି ବିକାଶ ହେବ ସେଥିପାଇଁ ଏକ ବ୍ଲୁ ପ୍ରିଣ୍ଟ ସୃଷ୍ଟି କରିଛି। ରବିବାର ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ 157 ରନ୍ ପାଇଁ ଚାରିଟି ୱିକେଟ୍ ହରାଇବା ପରେ ଋଷଭ ପନ୍ତ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ପଞ୍ଚମ ୱିକେଟ୍ ପାଇଁ ଲମ୍ବା ଭାଗାଦାରୀ ଖେଳିଥିଲେ ।
ତେଣୁ ଗଫ୍ କହିଛନ୍ତି, "10 ବର୍ଷ ମଧ୍ୟରେ ପ୍ରତ୍ୟେକ ଖେଳାଳି ଋଷଭ ପନ୍ତ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଖେଳିବାକୁ ଯାଉଛନ୍ତି। ଖେଳାଳିମାନେ ଏଥିରେ ଅଭ୍ୟସ୍ତ ହୋଇ ଯାଉଛନ୍ତି। ସେଥିପାଇଁ ସମସ୍ତେ ସେପରି ଖେଳିବାକୁ ଯାଉଛନ୍ତି। ଆପଣ ଖେଳାଳିମାନଙ୍କୁ ଦେଖିଥିବେ - ସ୍ମିଥ୍, ୱିଲିୟମ୍ସନ୍, ରୁଟ୍, ଯେଉଁମାନେ ନିର୍ଦ୍ଦିଷ୍ଟ ସମୟରେ ପରିସ୍ଥିତି ଅନୁଯାୟୀ ଖେଳନ୍ତି ଏବଂ ଇନିଂସ ସମାପ୍ତ କରନ୍ତି ଏବଂ ଶେଷରେ ଷ୍ଟ୍ରାଇକ୍ ରେଟ୍ ଉପରେ କାମ କରନ୍ତି । କିନ୍ତୁ ଭବିଷ୍ୟତ କହୁଛି ଆଗାମୀ 15 ବର୍ଷରେ ସମସ୍ତେ ହାର୍ଦ୍ଦିକ ପାଣ୍ଡ୍ୟା, କ୍ରୁନାଲ ପାଣ୍ଡ୍ୟା, ଋଷଭ ପନ୍ତ, ଶ୍ରେୟାସ ଆୟରଙ୍କ ଭଳି ଖେଳିବାକୁ ଯାଉଛନ୍ତି। ଏହା ଭାରତୀୟ ପାଇଁ ଏକ ବଡ଼ ବ୍ୟାଟିଂ ଲାଇନଅଫ ହେବ। "
ଏହା ପ୍ରଶଂସକ ଏବଂ କ୍ରିକେଟ୍ ପଣ୍ଡିତଙ୍କୁ ପ୍ରଭାବିତ କରିଥିଲା, ପନ୍ତ ଏବଂ ପାଣ୍ଡ୍ୟା ଶୀଘ୍ର ୱିକେଟ୍ ପଡ଼ିବା ସତ୍ତ୍ବେ ସେମାନଙ୍କ ଶୈଳୀ ପରିବର୍ତ୍ତନ କରିନଥିଲେ। ଉଭୟ ସତର୍କତାର ସହ ଇନିଂସ ଖେଳିବା ପରିବର୍ତ୍ତେ ଇଂଲଣ୍ଡଠାରୁ ପ୍ରତିଶୋଧ ନେଇ ପରବର୍ତ୍ତୀ 11 ଓଭରରେ 99 ରନ୍ ସଂଗ୍ରହ କରିଥିଲେ। ଗଫ୍ ଏହିପରି ଶୈଳୀକୁ କ୍ରିକେଟର ଭବିଷ୍ୟତ ବୋଲି ବିବେଚନା କରଛନ୍ତି ।












Click it and Unblock the Notifications