ଚେନ୍ନାଇ ବିମାନବନ୍ଦରରେ ଗ୍ରାଣ୍ଡମାଷ୍ଟର୍ ଡି. ଗୁକେଶଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଚେନ୍ନାଇ ବିମାନବନ୍ଦରରେ ଗ୍ରାଣ୍ଡମାଷ୍ଟର୍ ଡି. ଗୁକେଶଙ୍କୁ ଭବ୍ୟ ସମ୍ବର୍ଦ୍ଧନା । ଚେନ୍ନାଇ ବିମାନବନ୍ଦରରେ ସୋମବାର ସକାଳେ ସିଙ୍ଗାପୁରରୁ ସ୍ବଦେଶକୁ ଫେରିବା ବେଳେ ହଜାର ହଜାର ପ୍ରଶଂସକ ଏକତ୍ରିତ ହୋଇ ଗୁକେଶଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି । ବିଶ୍ୱନାଥ ଆନନ୍ଦଙ୍କ ପରେ ଏହି ସମ୍ମାନଜନକ ଆଖ୍ୟା ପାଇବାରେ ଗୁକେଶ ହେଉଛନ୍ତି ଦ୍ବିତୀୟ ଭାରତୀୟ ।

ବିମାନ ବନ୍ଦର ବାହାରେ ଗଣମାଧ୍ୟମକୁ ସମ୍ବୋଧିତ କରିବାବେଳେ ଗୁକେଶ କହିଛନ୍ତି, ''ମୁଁ ବହୁତ ଖୁସି। ମୁଁ ଭାରତର ସମର୍ଥନ ଏବଂ ଭାରତ ପାଇଁ ଏହାର ମୂଲ୍ୟ ମୁଁ ଦେଖିପାରୁଛି । ଆପଣମାନେ ମୋତେ ଅନେକ ଶକ୍ତି ଦେଇଛନ୍ତି ।''

ଗୁକେଶଙ୍କୁ ନେଇ ଏବେ ସାରା ଦେଶ ଗର୍ବ କରୁଛି । ଭାରତୟ ୧୮ ବର୍ଷୀୟା ଗୁକେଶ ସର୍ବ କନିଷ୍ଠ ବିଶ୍ୱ ଚେସ ଚାମ୍ପିୟନ ଭାବରେ ଇତିହାସ ସୃଷ୍ଟି କରିଛନ୍ତି। ସାରା ବିଶ୍ବର ବହୁ ଗ୍ରାଣ୍ଡମାଷ୍ଟର୍ ଓ ଲକ୍ଷ ଲକ୍ଷ ଚେସ୍ ଖେଳାଳି ଓ ପ୍ରଶଂସକ ଗୁକେଶଙ୍କୁ ଶୁଭକାମନା ଜଣାଇଛନ୍ତି । ଏହି ତାଲିକାରେ ରୁଷିଆର ଅନ୍ୟତମ କିଂବଦନ୍ତି ଚେସ୍ ତାରକା ଗ୍ୟାରି କାସ୍ପାରୋଭ ମଧ୍ୟ ରହିଛନ୍ତି ।

କାସ୍ପାରୋଭ ନିଜ ପ୍ରତିକ୍ରିୟାରେ ଗୁକେଶଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ଗୁକେଶ ଚେସ୍‌ର ସର୍ବୋଚ୍ଚ ଶୃଙ୍ଗ ଚଢ଼ିଛନ୍ତି । ତାଙ୍କ ମା' ବହୁତ ଖୁସି ଥିବେ। ଭାରତୀୟ ଚେସ୍‌ର ଭବିଷ୍ୟତ ବେଶ୍ ଉଜ୍ଜ୍ବଳ । ଗୁକେଶ ସଫଳତାର ସହ ନିଜର ସବୁ ପ୍ରତିବନ୍ଧ ଦୂର କରିଛନ୍ତି । ବୟସକୁ ଦେଖିଲେ ତାଙ୍କଠାରୁ ୟାଠୁ ଅଧିକ କିଛି ଆଶା କରାଯାଇ ନପାରେ ।

D Gukesh

ସୂଚନାଯୋଗ୍ୟ ଯେ ୩୨ ବର୍ଷୀୟ ଲିରେନ୍ ବିଶ୍ବ ଚାମ୍ପିଅନସିପ୍‌ର ଟାଇଟଲଧାରୀ ଥିଲା ବେଳେ ୧୮ ବର୍ଷୀୟ ଗୁକେଶ ତାଙ୍କ ଚ୍ୟାଲେଞ୍ଜର୍ ଥିଲେ । ୧୪ ରାଉଣ୍ଡ ବିଶିଷ୍ଟ ବିଶ୍ବ ଚାମ୍ପିଅନ୍‌ସିପ୍ ମ୍ୟାଚ୍‌ରେ ଉଭୟ ଖେଳାଳି ତ୍ରୟୋଦଶ ରାଉଣ୍ଡ ସୁଦ୍ଧା ୬.୫ ଲେଖାଏଁ ପାଇ ବରାବର ସ୍ଥିତିରେ ଥିଲେ । ତେବେ ଶେଷ ରାଉଣ୍ଡକୁ ନାଟକୀୟ ଭାବେ ଜିତି ଗୁକେଶ ସର୍ବକନିଷ୍ଠ ଚେସ୍ ବିଶ୍ବବିଜେତା ହେବାର ଗୌରବ ଅର୍ଜନ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+