ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଭାରତ ବନାମ ଅଷ୍ଟ୍ରେଲିଆ: ସ୍ୱର୍ଣ୍ଣ ପଦକ ପାଇଁ ଲଢିବେ ହରମନପ୍ରୀତ କୌର ଆଣ୍ଡ କମ୍ପନୀ
ରବିବାର କମନୱେଲଥ ଗେମ୍ସ 2022 କ୍ରିକେଟ୍ ଇଭେଣ୍ଟ ଫାଇନାଲରେ ଭାରତ ବନାମ ଅଷ୍ଟ୍ରେଲିଆର ମହିଳା ଦଳ ପରସ୍ପରକୁ ଭେଟିବେ ।
ବର୍ମିଂହାମ୍: ରବିବାର କମନୱେଲଥ ଗେମ୍ସ 2022 କ୍ରିକେଟ୍ ଇଭେଣ୍ଟ ଫାଇନାଲରେ ଭାରତ ବନାମ ଅଷ୍ଟ୍ରେଲିଆର ମହିଳା ଦଳ ପରସ୍ପରକୁ ଭେଟିବେ । ସେମିଫାଇନାଲରେ ଆୟୋଜକ ଇଂଲଣ୍ଡକୁ 4 ରନରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ମ୍ୟାଚରେ ପ୍ରବେଶ କରିଥିଲା ଭାରତ । ସେହିପରି ଅଷ୍ଟ୍ରେଲିଆ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ।

ଦୁଇ ଦଳ ମଧ୍ୟରେ ମ୍ୟାଚ୍ ବର୍ମିଂହାମ୍ର ଏଡବାଷ୍ଟନରେ ଖେଳାଯିବ। ହରମନପ୍ରୀତ କୌରଙ୍କ ଅଧିନାୟକତ୍ୱ ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ଜିତି ଇତିହାସ ସୃଷ୍ଟି କରିବାର ସୁଯୋଗ ରହିଛି । ଭାରତୀୟ ଦଳର ବ୍ୟାଟିଂରେ ଅଭିଜ୍ଞ ଓପନର୍ ସ୍ମୃତି ମନ୍ଧାନା, ଶେଫାଳି ବର୍ମା, ହରମନପ୍ରୀତ କୌର ଏବଂ ଜେମିମା ରୋଡ୍ରିଗୁସ୍ ରହିଛନ୍ତି । ଏହି ସ୍ୱର୍ଣ୍ଣ ପଦକ ମ୍ୟାଚରେ ଭାରତ ପାଇଁ ସର୍ବୋତ୍ତମ କଥା ହେଉଛି ଦଳର ଓପନିଂ ଯୋଡି (ସ୍ମୃତି ମନ୍ଧାନା ଏବଂ ଶେଫାଳି ବର୍ମା) ଭଲ ଫର୍ମରେ ଅଛନ୍ତି । ସ୍ମୃତି ବର୍ତ୍ତମାନ କମନୱେଲଥ ଗେମ୍ସର ଅଗ୍ରଣୀ ରନ୍ ସ୍କୋରର୍ ଭାବରେ ଚାରୋଟି ମ୍ୟାଚରେ 154 ରନ୍ କରିଛନ୍ତି । ଏଥି ସହିତ ଶେଫାଳି ମଧ୍ୟ ଚାରିଟି ମ୍ୟାଚରେ 122 ରନ୍ ସଂଗ୍ରହ କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ଜେମିମା ରୋଡ୍ରିଗେଜ୍ ଏବଂ ହରମାନପ୍ରୀତ କୌର ମଧ୍ୟ ନିଜ ବ୍ୟାଟ୍ ସହ ରନ୍ ସ୍କୋର କରିଛନ୍ତି।
ସେହିପରି ବୋଲିଂରେ ସ୍ନେହ ରାଣା ଏବଂ ମେଘନା ସିଂଙ୍କ ଉପରେ ନଜର ରହିବ। ଟିମ୍ ଇଣ୍ଡିଆ ସେମିଫାଇନାଲରେ 164 ରନ୍ ସ୍କୋରକୁ ସଫଳତାର ସହ ରକ୍ଷା କରିଥିଲା । ବୋଲିଂରେ ରେଣୁକା ସିଂ ଉତ୍କୃଷ୍ଟ ରହିଛନ୍ତି। ସେ ଚାରିଟି ମ୍ୟାଚ୍ରେ 9 ୱିକେଟ୍ ନେଇଛନ୍ତି। ସେ ବର୍ତ୍ତମାନ କମନୱେଲଥ ଗେମ୍ସରେ ସର୍ବାଧିକ ୱିକେଟ୍ ନେଇଛନ୍ତି।
ସୂଚାନାଥାଉ କି, କମନୱେଲଥ ଗେମ୍ସର ଗ୍ରୁପ୍ ପର୍ଯ୍ୟାୟରେ ଉଭୟ ଦଳ ପରସ୍ପର ସହ ସଂଘର୍ଷ କରି ସାରିଛନ୍ତି। ଏଠାରେ ଅଷ୍ଟ୍ରେଲିଆ ହାତରେ ଏକ ରୋମାଞ୍ଚକର ମ୍ୟାଚରେ ଭାରତକୁ 3 ୱିକେଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା।












Click it and Unblock the Notifications