Get Updates
Get notified of breaking news, exclusive insights, and must-see stories!

ରାଜ୍ୟଗୋଷ୍ଠୀ କ୍ରୀଡା: 100 ରନ ପୂରଣ କରିପାରିଲା ନାହିଁ ପାକିସ୍ତାନ ମହିଳା କ୍ରିକେଟ୍ ଟିମ୍

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ପାକିସ୍ତାନ ଦଳ 100 ରନ ମଧ୍ୟ ପୂରଣ କରି ପାରି ନାହିଁ । ଦଳୀୟ ସ୍କୋର 99 ରନରେ ପୁରା ଟିମ୍ ପାଭିଲିଅନ୍ ଫେରିଛି । ଫଳରେ ରାଜ୍ୟଗୋଷ୍ଟୀ କ୍ରୀଡାରେ ଏହି ଐତିହାସିକ ବିଜୟ ପାଇଁ ଭାରତୀୟ ମହିଳା ଦଳ ଆଗରେ ସହଜ 1

ବର୍ମିଂହାମ: ହରମାନପ୍ରୀତ କୌରଙ୍କ ନେତୃତ୍ୱରେ ଭାରତୀୟ ମହିଳା କ୍ରିକେଟ୍ ଦଳ ବର୍ମିଂହାମଠାରେ କମନୱେଲଥ ଗେମ୍ସ 2022 (ରାଜ୍ୟଗୋଷ୍ଠୀ କ୍ରୀଡା)ର ଦ୍ୱିତୀୟ ମ୍ୟାଚରେ ପାକିସ୍ତାନକୁ ଭେଟିଛି । ଏହି ମ୍ୟାଚ୍ ବର୍ମିଂହାମର ଏଜବାଷ୍ଟନ୍ ଠାରେ ଖେଳାଯାଉଛି । ତେବେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ପାକିସ୍ତାନ ଦଳ 100 ରନ ମଧ୍ୟ ପୂରଣ କରି ପାରି ନାହିଁ । ଦଳୀୟ ସ୍କୋର 99 ରନରେ ପୁରା ଟିମ୍ ପାଭିଲିଅନ୍ ଫେରିଛି । ଫଳରେ ରାଜ୍ୟଗୋଷ୍ଟୀ କ୍ରୀଡାରେ ଏହି ଐତିହାସିକ ବିଜୟ ପାଇଁ ଭାରତୀୟ ମହିଳା ଦଳ ଆଗରେ ସହଜ 100 ରନର ବିଜୟ ଲକ୍ଷ୍ୟ ରହିଛି ।

IND-W vs PAK- W

ବର୍ଷା ଯୋଗୁଁ ଟସ୍ ଏକ ଘଣ୍ଟା ବିଳମ୍ବ ହୋଇଥିଲା । ଫଳରେ ମ୍ୟାଚ୍ 18 ଓଭରକୁ ହ୍ରାସ କରାଯାଇ ଥିଲା । ପାୱାର ପ୍ଲେ 5 ଓଭର ହୋଇଛି । ପାକିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଯାହାକୁ ଭୁଲ ବୋଲି ପ୍ରମାଣିତ କରିଥିଲେ ଭାରତୀୟ ବୋଲିଂ ଆଟାକ୍ । ଭାରତୀୟ ମହିଳା ଦଳର ଘାତକ ବୋଲିଂ ଆଟାକ୍ ଆଗରେ ତିଷ୍ଠି ପାରି ନଥିଲା ପାକିସ୍ତାନ ଦଳ ।

ଦଳୀୟ ସ୍କୋର 83 ରନ୍ ବେଳକୁ ପାକିସ୍ତାନର ଅଧା ବ୍ୟାଟର ପାଭିଲିୟନ ଫେରିସାରିଥିଲେ । ପାକିସ୍ତାନ ଦଳ ପାଇଁ ଓପନ କରିବାକୁ ଆସିଥିବା ୱିକେଟକିପର ବ୍ୟାଟର ମୁନୀବା ଅଲ୍ଲୀ ସର୍ବାଧିକ 32 ରନ ସ୍କୋର କରିଛନ୍ତି । ସେହିପରି ଦଳର 6 ଜଣ ବ୍ୟାଟ୍ସ ଓମେନ୍ ଦୁଇ ଅଙ୍କ ମଧ୍ୟ ଛୁଇଁ ପାରି ନାହାନ୍ତି ।

ଭାରତୀୟ ଦଳ ପକ୍ଷରୁ ସ୍ନେହା ରାଣା ଓ ରାଝା ୟାଦବ ଦୁଇ ଦୁଇଟି ୱିକେଟ୍ ନେଇଥିବା ବେଳେ ରେଣୁ ସିଂ, ମେଘ୍ନା ସିଂ ଓ ସେଫାଳି ବର୍ମା ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି ।

ଉଲ୍ଲେଖଥାଉ କି, ପ୍ରଥମ ମ୍ୟାଚରେ ଉଭୟ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆଠୁ ପରାସ୍ତ ହୋଇଥିବା ବେଳେ ପାକିସ୍ତାନ ବାରବାଡୋସଠୁ ପରାସ୍ତ ହୋଇଥିଲା ।

ଭାରତୀୟ ମହିଳା ଦଳ ଏକାଦଶ: ସ୍ମୃତି ମନ୍ଧାନା, ଶେଫାଳି ବର୍ମା, ଜସ୍ତିକା ଭାଟିଆ (ଡବ୍ଲୁ), ହରମାନପ୍ରୀତ କୌର, ଜେମିମା ରୋଡ୍ରିଗସ୍, ଏସ୍ ମେଘନା, ଦୀପ୍ତି ଶର୍ମା, ରାଧା ଯାଦବ, ସ୍ନେହ ରାଣା, ମେଘନା ସିଂ, ରେଣୁକା ସିଂ।

ପାକିସ୍ତାନ ମହିଳା ଦଳ ଏକାଦଶ: ଇରାମ ଜାଭେଦ୍, ମୁନିବା ଅଲି , ଓମାଇମା ସୋହେଲ, ବିସମା ମାରୋଫ, ଆଲିଆ ରିଆଜ, ଆୟେଶା ନାସିମ, କାନାଟ ଇମତିଆଜ, ଫାତିମା ସାନା, ଟୁବା ହାସନ, ଡାଏନା ବାଗ ଏବଂ ଅନାମ ଆମିନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+