ରାଜ୍ୟଗୋଷ୍ଠୀ କ୍ରୀଡା: ଭାରତୀୟ ମହିଳା ଦଳର ବିରାଟ୍ ବିଜୟ, 8 ୱିକେଟରେ ପାକିସ୍ତାନକୁ କଲା ପରାସ୍ତ
ହରମାନପ୍ରୀତ କୌରଙ୍କ ନେତୃତ୍ୱରେ ଭାରତୀୟ ମହିଳା କ୍ରିକେଟ୍ ଦଳ ବର୍ମିଂହାମଠାରେ କମନୱେଲଥ ଗେମ୍ସ 2022 (ରାଜ୍ୟଗୋଷ୍ଟୀ କ୍ରୀଡା)ର ଦ୍ୱିତୀୟ ମ୍ୟାଚରେ ପାକିସ୍ତାନକୁ 8 ୱିକେଟରେ ପରାସ୍ତ କରିଛି। କମନୱେଲଥ ଗେମ୍ସରେ ଏହା ହେଉଛି ଭାରତର ପ୍ରଥମ ବିଜୟ ।
ବର୍ମିଂହାମ: ହରମାନପ୍ରୀତ କୌରଙ୍କ ନେତୃତ୍ୱରେ ଭାରତୀୟ ମହିଳା କ୍ରିକେଟ୍ ଦଳ ବର୍ମିଂହାମଠାରେ କମନୱେଲଥ ଗେମ୍ସ 2022 (ରାଜ୍ୟଗୋଷ୍ଠୀ କ୍ରୀଡା)ର ଦ୍ୱିତୀୟ ମ୍ୟାଚରେ ପାକିସ୍ତାନକୁ 8 ୱିକେଟରେ ପରାସ୍ତ କରିଛି। କମନୱେଲଥ ଗେମ୍ସରେ ଏହା ହେଉଛି ଭାରତର ପ୍ରଥମ ବିଜୟ ।

ଭାରତ ସମ୍ମୁଖରେ ପାକିସ୍ତାନ 100 ରନ ଲକ୍ଷ୍ୟ ରଖିଥିଲା। 11.4 ଓଭରରେ 2 ୱିକେଟ୍ ହରାଇ 102 ସ୍କୋର କରି ଭାରତୀୟ ଦଳ ମ୍ୟାଚ ଜିତିଛି । ଓପନର୍ ସ୍ମୃତି ମନ୍ଧାନା 63 ରନ୍ କରି ଭାରତକୁ ଏହି ବିଜୟ ଭେଟି ଦେଇଛନ୍ତି । ଜେମିମା ରୋଡ୍ରିଗୁସ୍ ଦୁଇଟି ରନ୍ ସ୍କୋର କରିବା ପରେ ଅପରାଜିତ ରହିଥିଲେ।
ଏହି ମ୍ୟାଚ୍ ବର୍ମିଂହାମର ଏଜବାଷ୍ଟନ୍ ଠାରେ ଖେଳାଥିଲା । ତେବେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ପାକିସ୍ତାନ ଦଳ 100 ରନ ମଧ୍ୟ ପୂରଣ କରିପାରି ଥିଲା । ଦଳୀୟ ସ୍କୋର 99 ରନରେ ପୁରା ଟିମ୍ ପାଭିଲିଅନ୍ ଫେରିଥିଲା ।
ବର୍ଷା ଯୋଗୁଁ ଟସ୍ ଏକ ଘଣ୍ଟା ବିଳମ୍ବ ହୋଇଥିଲା । ଫଳରେ ମ୍ୟାଚ୍ 18 ଓଭରକୁ ହ୍ରାସ କରାଯାଇ ଥିଲା । ପାୱାର ପ୍ଲେ 5 ଓଭର ହୋଇଛି । ପାକିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଯାହାକୁ ଭୁଲ ବୋଲି ପ୍ରମାଣିତ କରିଥିଲେ ଭାରତୀୟ ବୋଲିଂ ଆଟାକ୍ । ଭାରତୀୟ ମହିଳା ଦଳର ଘାତକ ବୋଲିଂ ଆଟାକ୍ ଆଗରେ ତିଷ୍ଠି ପାରି ନଥିଲା ପାକିସ୍ତାନ ଦଳ ।
ଦଳୀୟ ସ୍କୋର 83 ରନ୍ ବେଳକୁ ପାକିସ୍ତାନର ଅଧା ବ୍ୟାଟର ପାଭିଲିୟନ ଫେରିସାରିଥିଲେ । ପାକିସ୍ତାନ ଦଳ ପାଇଁ ଓପନ କରିବାକୁ ଆସିଥିବା ୱିକେଟକିପର ବ୍ୟାଟର ମୁନୀବା ଅଲ୍ଲୀ ସର୍ବାଧିକ 32 ରନ ସ୍କୋର କରିଛନ୍ତି । ସେହିପରି ଦଳର 6 ଜଣ ବ୍ୟାଟ୍ସ ଓମେନ୍ ଦୁଇ ଅଙ୍କ ମଧ୍ୟ ଛୁଇଁ ପାରି ନାହାନ୍ତି । ଭାରତୀୟ ଦଳ ପକ୍ଷରୁ ସ୍ନେହା ରାଣା ଓ ରାଝା ୟାଦବ ଦୁଇ ଦୁଇଟି ୱିକେଟ୍ ନେଇଥିବା ବେଳେ ରେଣୁ ସିଂ, ମେଘ୍ନା ସିଂ ଓ ସେଫାଳି ବର୍ମା ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି ।
ଉଲ୍ଲେଖଥାଉ କି, ପ୍ରଥମ ମ୍ୟାଚରେ ଉଭୟ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆଠୁ ପରାସ୍ତ ହୋଇଥିବା ବେଳେ ପାକିସ୍ତାନ ବାରବାଡୋସଠୁ ପରାସ୍ତ ହୋଇଥିଲା ।
-
୩୧ ରାଜ୍ୟସଭା ସାଂସଦ କୋଟିପତି -
ଇଡି ରେଡ୍ ବେଳେ ମମତା ଧସେଇ ପସିବା ଉପରେ ସୁପ୍ରିମ କୋର୍ଟଙ୍କ ବଡ଼ ବୟାନ, କହିଲେ ଏହା....... -
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ସୁପ୍ରିମକୋର୍ଟରେ ଦାରା ସିଂ ମାମଲାର ଶୁଣାଣି, ରାଜ୍ୟ ସରକାରଙ୍କ ପକ୍ଷରୁ ପକ୍ଷ ରଖିଲେ AG ପୀତାମ୍ବର ଆଚାର୍ଯ୍ୟ -
ସଂସଦୀୟ କମିଟି କଲା ସୁପାରିଶ , ଇପିଏଫଓ ପେନସନ ପରିମାଣ ତିନି ଗୁଣ ବୃଦ୍ଧି କରିବାକୁ ଯାଉଛନ୍ତି ସରକାର -
କ୍ରସ ଭୋଟିଂ କରିଥିଲେ, ଏବେ ବଢ଼ିଲା ଅଡ଼ୁଆ, 3 ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ କଂଗ୍ରେସର ଆବେଦନ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ମୁନ୍ଦ୍ରା ପୋର୍ଟରେ ପହଞ୍ଚିଲା 'ଜଗ ଲାଡକୀ' ଇରାନ-ଇସ୍ରାଏଲ ମଧ୍ୟରେ ମିସାଇଲ ମାଡ଼ ଓ ଉତ୍ତେଜନା ଭିତରୁ ୮୦, ୮୦୦ ଟନ..... -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
ବିଧାନସଭାରେ ଆମ ସଂଖ୍ୟା ୯୩;ସନ୍ତୋଷ ଖଟୁଆ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ......











Click it and Unblock the Notifications