Hardik Pandya: କଣ ବିଶ୍ଵକପରୁ ବାଦ୍ ପଡିବେ କି ହାର୍ଦ୍ଦିକ ପାଣ୍ଡ୍ୟା ?

ଆଇସିସି ଦିନିକିଆ ବିଶ୍ୱକପ 2023 ର 17 ତମ ମ୍ୟାଚ୍ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିଲା । ବାଂଲାଦେଶକୁ 7 ୱିକେଟରେ ପରାସ୍ତ କରି ଭାରତ ଏହି ମ୍ୟାଚ୍ ଜିତିଥିଲା, କିନ୍ତୁ ମ୍ୟାଚ ସମୟରେ ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଥିଲେ, ଯେଉଁଥିପାଇଁ ତାଙ୍କୁ ମଧ୍ୟମ ଓଭରରେ ପଡ଼ିଆ ଛାଡିବାକୁ ପଡିଥିଲା । ଏହି ସମୟ ମଧ୍ୟରେ ଆଗାମୀ ମ୍ୟାଚ୍ ପୂର୍ବରୁ ପାଣ୍ଡ୍ୟାଙ୍କ ବିଷୟରେ ଏକ ବଡ଼ ଖବର ଆସିଛି ।

ବାସ୍ତବରେ, ହାର୍ଦ୍ଦିକ ପାଣ୍ଡ୍ୟା 22 ଅକ୍ଟୋବରରେ ଧର୍ମଶାଳା ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ପରବର୍ତ୍ତୀ ମ୍ୟାଚରେ ଖେଳି ନ ପାରନ୍ତି ପାଣ୍ଡ୍ୟାଙ୍କୁ ବେଙ୍ଗାଲୁରୁର ନ୍ୟାସନାଲ କ୍ରିକେଟ୍ ଏକାଡେମୀକୁ ନିଆଯିବ, ଯେଉଁଠାରେ ତାଙ୍କୁ ଇଂଲଣ୍ଡର ଜଣେ ବିଶେଷଜ୍ଞ ଡାକ୍ତର ଚିକିତ୍ସା କରିବେ ଏବଂ ଇଞ୍ଜେକ୍ସନ ଦେବେ । ପାଣ୍ଡ୍ୟା ଲକ୍ଷ୍ନୌରେ ଭାରତୀୟ ଦଳରେ ଯୋଗଦେବେ ବୋଲି ଆଶା କରାଯାଉଛି ଏବଂ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ପାଇଁ ସେ ଉପଲବ୍ଧ ହେବେ ବୋଲି ଦଳ ଆଶା କରୁଛି ।

HARDIK

ମ୍ୟାଚ ପରେ ସ୍କାନ ପାଇଁ ଅଲରାଉଣ୍ଡରଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା, କିନ୍ତୁ ପଡ଼ିଆକୁ ଫେରି କୋଚ୍ ରାହୁଲ ଦ୍ରାବିଡ ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ସହ ଡ୍ରେସିଂ ରୁମରେ ବସି ଚାଟିଂ କରୁଥିବା ଦେଖିବାକୁ ମିଳିଥିଲା ।

ମ୍ୟାଚ୍ ପରେ ରୋହିତ ଶର୍ମା କହିଛନ୍ତି, 'ସେ କିପରି ପ୍ରଦର୍ଶନ କରିବେ ଏବଂ ତା'ପରେ ଆଗକୁ ଯୋଜନା କରିବୁ ଆମେ ଦେଖିବୁ । ହାର୍ଦ୍ଦିକ ଟିକେ ଯନ୍ତ୍ରଣା ଅନୁଭବ କରୁଛନ୍ତି, ଚିନ୍ତା କରିବାର ବଡ଼ କିଛି ନାହିଁ ।' ଯଦି ଧର୍ମଶାଳାରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍ ପାଇଁ ସେ ଉପଲବ୍ଧ ନହୁଅନ୍ତି ତେବେ ହାର୍ଦ୍ଦିକ ବଦଳରେ କିଏ ଖେଳିବ ତାହା ଜଣା ପଡିନାହିଁ ।

କ୍ରିକେଟ୍ ବିଶ୍ୱକପ୍ 2023 ରେ ବିଜୟଧାରା ବଜାୟ ରଖିଛି ଭାରତ । ଲଗାତାର ଚତୁର୍ଥ ବିଜୟ ହାସଲ କରିଛି ରୋହିତ୍ ବାହିନୀ । ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା 17ତମ ମ୍ୟାଚରେ 7 ୱିକେଟ୍ ରେ ବିଜୟ ହାସଲ କରିଛି ଭାରତ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+