SA vs BAN: ଟସ୍ ଜିତିଲା ଦକ୍ଷିଣ ଆଫ୍ରିକା, ପ୍ରଥମେ କରିବ ବ୍ୟାଟିଂ

ବାଂଲାଦେଶ ବିପକ୍ଷ ଆଜିର ମ୍ୟାଚର ଟସ୍ ଜିତିଛି ଦକ୍ଷିଣ ଆଫ୍ରିକା । ଟେମ୍ବା ବଭୁମା ଆଜି ବି ଖେଳୁ ନାହାଁନ୍ତି । ମାର୍କମ ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଶାକିବ ଅଲ ହାସନ ବାଂଲାଦେଶ ଟିମକୁ ଫେରିଛନ୍ତି ।

ବାଂଲାଦେଶ ଦଳ ଏପର୍ଯ୍ୟନ୍ତ ମାତ୍ର ଗୋଟିଏ ମ୍ୟାଚ୍ ଜିତିବାରେ ସକ୍ଷମ ହୋଇଛି । ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ବାଂଲାଦେଶ ଜିତିଥିଲା । ଏହା ବ୍ୟତୀତ ଏପର୍ଯ୍ୟନ୍ତ କୌଣସି ମ୍ୟାଚ୍ ଜିତି ନାହିଁ । ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଦଳ ତିନୋଟି ମ୍ୟାଚ୍ ଜିତିଛି ଏବଂ ପୁରା ଟିମ୍ ଫର୍ମରେ ଅଛି ।

ଦକ୍ଷିଣ ଆଫ୍ରିକା, ଏକାଦଶ : କ୍ୱିଣ୍ଟନ୍ ଡି କକ୍ (ୱିକେଟ ରକ୍ଷକ), ରେଜା ହେଣ୍ଡ୍ରିକ୍ସ, ରାସି ଭାନ୍ ଡେର୍ ଡୁସେନ୍, ଆଡେନ ମାର୍କ୍ରାମ (ଅଧିନାୟକ), ହେନ୍ରିଚ୍ କ୍ଲାସେନ୍, ଡେଭିଡ ମିଲର, ମାର୍କୋ ଜାନସେନ୍, ଜେରାଲ୍ଡ କୋଟଜି, କେଶବ ମହାରାଜ, କାଗିସୋ ରାବାଡା, ଲିଜର୍ଡ ୱିଲିୟମ୍ସ

ବାଂଲାଦେଶ, ଏକାଦଶ: ତାନଜିଦ୍ ହାସନ୍, ଲିଟନ୍ ଦାସ, ନାଜମୁଲ ହୁସେନ୍ ଶାନ୍ତୋ, ଶାକିବ ଅଲ୍ ହାସନ୍ (ଅଧିନାୟକ), ମହଦି ହାସନ ମିରାଜ, ମୁଶଫିକୁର ରହୀମ (ୱିକେଟ ରକ୍ଷକ), ମହମୁଦୁଲ୍ଲା, ନାସୁମ ଅହମ୍ମଦ, ମୁସ୍ତାଫିଜୁର ରହମାନ, ଶୋରିଫୁଲ ଇସଲାମ, ହାସନ ମହମୁଦ

sa_vs_ban

ଶାକିବ ଅଲ ହାସନ କହିଛନ୍ତି ଯେ ତୋହିଦ ହ୍ରିଡୋ ଖେଳୁ ନାହାଁନ୍ତି, ମୁଁ ଦଳକୁ ଆସିଛି । ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଖେଳ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜିତିବା ପାଇଁ ଆମକୁ ସର୍ବୋତ୍ତମ କ୍ରିକେଟ୍ ଖେଳିବାକୁ ପଡିବ । ପ୍ରଥମେ ବୋଲିଂ କରିବାକୁ କିଛି ଆପତ୍ତି ନାହିଁ । ଆମେ ସେମାନଙ୍କୁ ରୋକି ଟାର୍ଗେଟ ଚେସ କରିପାରିବୁ ।

ଦକ୍ଷିଣ ଆଫ୍ରିକାର ଅଧିନାୟକ ମାର୍କ୍ରାମ ମଧ୍ୟ ତାଙ୍କ ଦଳର ପରିବର୍ତ୍ତନ ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଲୁଙ୍ଗି ନିଗିଡିଙ୍କୁ ସାମାନ୍ୟ ଆଘାତ ଲାଗିଛି । ଏହି କାରଣରୁ ସେ ଦଳରେ ଅନ୍ତର୍ଭୁକ୍ତ ନୁହଁନ୍ତି । ତାଙ୍କ ସ୍ଥାନରେ ଲିଜାଡଙ୍କୁ ଦଳରେ ସାମିଲ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+