ଅଷ୍ଟ୍ରେଲିଆକୁ ୧୩୪ ରନରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା, ଡି କକ୍ ମ୍ୟାନ ଅଫ୍ ଦି ମ୍ୟାଚ୍

ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ହୋଇଥିବା ମ୍ୟାଚରେ ଅଷ୍ଟ୍ରେଲିଆକୁ ଏକ ପରାଜୟର ସମ୍ମୁଖୀନ ହେବାକୁ ପଡିଛି । ଶତକୀୟ ପାରି ପାଇଁ ଡି କକ୍ ମ୍ୟାନ ଅଫ୍ ଦି ମ୍ୟାଚ୍ ହୋଇଥିଲେ । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା 7 ୱିକେଟ୍ ପାଇଁ 311 ରନ୍ ସଂଗ୍ରହ କରିଥିଲା। ଏହା ପରେ ଅଷ୍ଟ୍ରେଲିଆ 177 ରନରେ ଆଲ ଆଉଟ୍ ହୋଇଯାଇଛି ।

ଟସ୍ ଜିତିବା ପରେ ଅଷ୍ଟ୍ରେଲିଆ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା, କିନ୍ତୁ ଏହା ଭୁଲ ପ୍ରମାଣିତ ହୋଇଥିଲା । ଦକ୍ଷିଣ ଆଫ୍ରିକା ପାଇଁ କ୍ୱିଣ୍ଟନ୍ ଡି କକ୍ ଏବଂ ଟେମ୍ବା ବାଭୁମା ଚମତ୍କାର ଭାବରେ ବ୍ୟାଟିଂ କରି ଶତକୀୟ ଭାଗିଦାରୀ କରିଥିଲେ । ଏହା ପରେ ବାଭୁମା ୩୫ ରନ୍ ବ୍ୟକ୍ତିଗତ ସ୍କୋରରେ ପାଭିଲିୟନକୁ ଫେରିଥିଲେ ।

ତେବେ ଡି କକ ବ୍ୟାଟିଂ ଉପରେ କୌଣସି ପ୍ରଭାବ ପଡି ନଥିଲା ଏବଂ ସେ ରନ୍ ସ୍କୋର ଜାରି ରଖିଥିଲେ। ସେ ବ୍ୟକ୍ତିଗତ ସ୍କୋର 106 ରନ କରି ଆଉଟ୍ ହୋଇଥିଲେ ।

ମାର୍କ୍ରାମ ମଧ୍ୟ 56 ରନ୍ ସ୍କୋର କରିଥିଲେ କିନ୍ତୁ ଅନ୍ୟ ବ୍ୟାଟର କିଛି ବିଶେଷ କରିପାରିନଥିଲେ। ଦକ୍ଷିଣ ଆଫ୍ରିକା 7 ୱିକେଟ୍ ପାଇଁ 311 ରନ୍ ସ୍କୋର କରିଥିଲା । ମିଚେଲ ଷ୍ଟାର୍କ ଏବଂ ଗ୍ଲେନ୍ ମ୍ୟାକ୍ସୱେଲ 2-2 ୱିକେଟ୍ ନେଇଥିଲେ ।

ଟାର୍ଗେଟ ଚେସ କରିବାକୁ ବାହାରିଥିବା ଅଷ୍ଟ୍ରେଲିଆ ମିଚେଲ ମାର୍ଶଙ୍କ ୱିକେଟ୍ ହରାଇଥିଲା । ସେ 7 ରନ୍ ସ୍କୋର କରିବା ପରେ ମାର୍କୋ ୟାନସେନଙ୍କ ଶିକାର ହୋଇଥିଲେ । ୱାର୍ଣ୍ଣର ମଧ୍ୟ ବ୍ୟକ୍ତିଗତ ସ୍କୋରରେ 13 ଏବଂ ସ୍ମିଥ୍ 19 ରେ ଆଉଟ୍ ହୋଇଥିଲେ ।

ଅଷ୍ଟ୍ରେଲିଆ ଗୋଟିଏ ପରେ ଗୋଟିଏ ୱିକେଟ୍ ହରାଇଥିଲା ଏବଂ ଦକ୍ଷିଣ ଆଫ୍ରିକାର ବୋଲରମାନେ ସେମାନଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲେ । ମୋଟ 70 ରନ୍‌ରେ ଅଷ୍ଟ୍ରେଲିଆ 6 ୱିକେଟ୍ ହରାଇଥିଲା ।

de_cock

27 ରନ୍ ସ୍କୋର କରିବା ପରେ ଷ୍ଟାର୍କ ଆଉଟ୍ ହୋଇଥିଲେ ଏବଂ 46 ରନ୍ ସ୍କୋର କରିବା ପରେ ଲାବୁସାନ୍ ଆଉଟ୍ ହୋଇଥିଲେ ଏବଂ ଅଷ୍ଟ୍ରେଲିଆ 177 ରନରେ ଅଲଆଉଟ୍ ହୋଇଥିଲା ରାବାଡା ୩ଟି ୱିକେଟ୍ ନେଇଥିଲେ । କେଶବ ମହାରାଜ, ଶ୍ୟାମସି ଏବଂ ୟାନସେନ୍ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+