ବିସ୍ପୋରକ ଶତକ ସହ ବିଶ୍ଵକପରେ ସର୍ବାଧିକ ସାତଟି ଶତକ ହାସଲ କଲେ ରୋହିତ ଶର୍ମା

ରୋହିତ ଶର୍ମାଙ୍କ ବିସ୍ପୋରକ ଶତକ । ଏହା ସହ ବିଶ୍ଵକପରେ ସେ ସର୍ବାଧିକ ସାତଟି ଶତକ ହାସଲ କରି ପାରିଛନ୍ତି । ଏହା ସହ ସେ ବିଶ୍ଵ ରେକର୍ଡ କରିଛନ୍ତି । ବିଶ୍ୱକପ୍ ଇତିହାସରେ ସଚିନ ତେନ୍ଦୁଲକର ସର୍ବାଧିକ ୬ଟି ଶତକ ହାସଲ କରିଥିଲେ । ରୋହିତ ତାଙ୍କୁ ପଛରେ ପକାଇଛନ୍ତି । ସେହିପରି ଅଷ୍ଟ୍ରେଲିଆର ରିକି ପଣ୍ଟିଂ ୫ଟି ଓ ଶ୍ରୀଲଙ୍କାର କୁମାର ସାଙ୍ଗାରକାର ୫ଟି ଶତକ ହାସଲ କରିଥିଲେ ।

ବିଶ୍ୱକପରେ ଶତକ ହାସଲ କରିବା କ୍ଷେତ୍ରରେ ରୋହିତ ଶର୍ମା ବର୍ତ୍ତମାନ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଦେଇଛନ୍ତି। ରୋହିତ ଶର୍ମା ମାତ୍ର ୬୩ ବଲରେ ଶତକ ହାସଲ କରିଛନ୍ତି । ବିଶ୍ବକପରେ ଭାରତ ପକ୍ଷରୁ ଏହା ସର୍ବନିମ୍ନ ବଲରେ ଶତକ । ସେ କପିଳ ଦେବଙ୍କ ରେକର୍ଡକୁ କାଟିଛନ୍ତି ।

ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ବିଶ୍ୱକପ 2023 ମ୍ୟାଚରେ କ୍ୟାପଟେନ ରୋହିତ ଶର୍ମାଙ୍କ ବ୍ୟାଟ୍ ଗର୍ଜିଛି । ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ରୋହିତ ତାଙ୍କ ଶତକ ସହ 40 ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି ।

63 ବଲରେ ଶତକ ହାସଲ କରି ରୋହିତ ଶର୍ମା 1983 ର କପିଲ ଦେବଙ୍କ ରେକର୍ଡ ଭାଙ୍ଗିଛନ୍ତି, ଯେଉଁଥିରେ କପିଲ ଦେବ ଜିମ୍ବାୱେ ବିପକ୍ଷରେ 72 ବଲରେ ଶତକ ହାସଲ କରିଥିଲେ ।

ତାଙ୍କର ନୂତନ ରେକର୍ଡ ପରେ ରୋହିତ ଶର୍ମା ଏକଦିବସୀୟ ବିଶ୍ୱକପରେ ଭାରତ ପାଇଁ ଦ୍ରୁତତମ ଶତକ ହାସଲ କରିଥିବା ଖେଳାଳି ହୋଇପାରିଛନ୍ତି । କାରଣ ଏହାପୂର୍ବରୁ କପିଲ ଦେବ 1983 ବିଶ୍ୱକପରେ ଜିମ୍ବାୱେ ବିପକ୍ଷରେ 72 ବଲରେ ଶତକ ହାସଲ କରିଥିଲେ।

ROHIT_SHARMA

ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଛକା ମାରିଥିବା ଖେଳାଳି ରୋହିତ ଶର୍ମା ହୋଇଛନ୍ତି । ରୋହିତ ଶର୍ମା ୱେଷ୍ଟଇଣ୍ଡିଜ କିମ୍ବଦନ୍ତୀ କ୍ରିସ ଗେଲଙ୍କୁ ପଛରେ ପକାଇଛନ୍ତି ।

473 ଇନିଂସରେ ରୋହିତ ଶର୍ମା 555 ଛକା ମାରିଛନ୍ତି । କ୍ରିସ୍ ଗେଲ୍ ଏକ ନମ୍ବରରେ ଥିଲେ କିନ୍ତୁ ବର୍ତ୍ତମାନ ସେ ଦୁଇ ନମ୍ବରରେ ପହଞ୍ଚିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟ୍ ର ସମସ୍ତ ଫର୍ମାଟରେ ଗେଲଙ୍କ ନାମରେ ମୋଟ 553 ଛକା ଥିଲା । କ୍ରିସ୍ ଗେଲ୍ ଏହି ରେକର୍ଡ ପାଇଁ ମୋଟ ୫୫୧ ଇନିଂସ ଖେଳିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+