PAK vs AFG: ଟସ୍ ଜିତି ବ୍ୟାଟିଂ କରୁଛି ପାକିସ୍ତାନ, ଟିମରେ ପରିବର୍ତ୍ତନ

ଟସ୍ ଜିତି ବ୍ୟାଟିଂ କରୁଛି ପାକିସ୍ତାନ । ଭାରତୀୟ ସମୟ ଅନୁସାରେ ଅପରାହ୍ନ ୨ଟାରୁ ଏହି ମ୍ୟାଚ୍ ଖେଳା ଯାଇଛି । ପାକିସ୍ତାନ ଆରମ୍ଭରୁ ଭଲ ଆରମ୍ଭ କରିଛି । ଏହି ମ୍ୟାଚ୍ ଦୁଇ ଦେଶ ପାଇଁ ଗୁରୁତ୍ଵପୂର୍ଣ୍ଣ ।

ଆଫଗାନିସ୍ତାନର ଏକାଦଶ
ରହମାନୁଲ୍ଲା ଗୁରୁବାଜ, ଇବ୍ରାହିମ ଜାଦ୍ରାନ, ରହମତ୍ ଶାହା, ହାଶମତୁଲ୍ଲା ଶାହିଡି (ଅଧିନାୟକ), ଆଜମତୁଲ୍ଲା ଉମରଜାଇ, ଇକ୍ରାମ ଅଲିଖିଲ (ୱିକେଟ୍ କିପର), ମହମ୍ମଦ ନବୀ, ରସିଦ ଖାନ, ମୁଜିବ ଉର ରେହମାନ, ନବୀନ-ଉଲ-ହକ, ନୁର ଅହମ୍ମଦ

ପାକିସ୍ତାନର ଏକାଦଶ
ଅବଦୁଲ୍ଲା ଶାଫିକ୍, ଇମାମ-ଉଲ୍-ହକ୍, ବାବର ଆଜାମ (ଅଧିନାୟକ), ମହମ୍ମଦ ରିଜୱାନ (ୱିକେଟ୍ ରକ୍ଷକ), ସୌଦ ଶାକିଲ, ଇଫତିଖର ଅହମ୍ମଦ, ଶାଦବ ଖାନ, ଉସାମା ମିର, ଶାହିନ ଆଫ୍ରିଦି, ହାସନ ଅଲି, ହରିସ ରାଉଫ

pak_vs_afg

ଟସ୍ ଜିତିବା ପରେ ବାବର ଆଜାମ କ'ଣ କହିଥିଲେ?

ଟସ୍ ଜିତିବା ପରେ ପାକିସ୍ତାନ ଅଧିନାୟକ ବାବର ଆଜାମ କହିଛନ୍ତି ଯେ ଆମେ ପ୍ରଥମେ ବ୍ୟାଟିଂ କରିବୁ । ପିଚ୍ ବହୁତ ଶୁଖିଲା ଦେଖାଯାଉଛି ଏବଂ ସ୍ପିନ୍ ହୋଇପାରେ । ଆମର ଗୋଟିଏ ପରିବର୍ତ୍ତନ ହୋଇଛି , ଦୁର୍ଭାଗ୍ୟବଶତ ନୱାଜଙ୍କର ଜ୍ୱର ଅଛି, ତେଣୁ ଶାଦାବ ଫେରି ଆସିଛନ୍ତି । ପ୍ରତ୍ୟେକ ମ୍ୟାଚ୍ ଏବଂ ଷ୍ଟେପ୍ ଅପ୍ ରେ ଆମକୁ ଆମର ଶତପ୍ରତିଶତ ଦେବାକୁ ପଡିବ, ଯାହା ମୁଁ ମୋ ଖେଳାଳିଙ୍କ ଠାରୁ ଚାହୁଁଛି । ପିଚ୍ ଦିନରେ ଦ୍ରୁତ ବୋଲରମାନଙ୍କୁ ସାହାଯ୍ୟ କରିପାରେ ।

ପାକିସ୍ତାନ ବିପକ୍ଷରେ ଟସ୍ ହରାଇବା ପରେ ଅଧିନାୟକ ହାଶମତୁଲ୍ଲା ଶାହିଡି କହିଛନ୍ତି ଯେ ଆମେ ମଧ୍ୟ ପ୍ରଥମେ ବ୍ୟାଟିଂ କରିବାକୁ ଚାହୁଁଥିଲୁ, କିନ୍ତୁ ଟସ୍ ଆମ ହାତରେ ନାହିଁ । ଆମ ଦଳରେ ଏକ ପରିବର୍ତ୍ତନ ହୋଇଛି । ଫଜଲହକ୍ ଫାରୁକିଙ୍କ ସ୍ଥାନରେ ନୁର ଅହମ୍ମଦଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି ।

MA ଚିଦାମ୍ବରମ୍ ଷ୍ଟାଡିୟମ୍ ପିଚ୍ ରିପୋର୍ଟ
ଏମ ଚିଦାମ୍ବରମ୍ ଷ୍ଟାଡିୟମର ସନ୍ତୁଳିତ ପିଚ୍ ଯୋଗୁଁ ଉଭୟ ବ୍ୟାଟ୍ସମ୍ୟାନ୍ ଏବଂ ବୋଲର ଏଠାରେ ସାହାଯ୍ୟ ପାଆନ୍ତି। ତେବେ ସ୍ପିନରମାନେ ଏଠାରେ ୱିକେଟ୍ ନେବାକୁ ଅଧିକ ସୁଯୋଗ ପାଇବେ। ବ୍ୟାଟ୍ସମ୍ୟାନ୍ମାନେ ପିଚ୍‌ରେ ବସିବା ପାଇଁ କିଛି ସମୟ ଲାଗିପାରେ । ଏହି ଗ୍ରାଉଣ୍ଡରେ ଶେଷ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ , ଆଫଗାନିସ୍ତାନ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ମ୍ୟାଚ ଜିତିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+