ପୁଣି ନୂଆ ରେକର୍ଡ କଲେ ରୋହିତ ଶର୍ମା; ବିଶ୍ବର ତୃତୀୟ ବ୍ୟାଟର ଭାବେ ମାରିଲେ ୩ଶହ ଛକା
ବିଶ୍ଵକପରେ ସ୍ଥାପନ ହେଉଛି ନୂଆ କୀର୍ତ୍ତିମାନ । ଆଉ ଆଜି ଛକା ମାରି ପୁଣି ନୂଆ ରେକର୍ଡ଼ କରିଛନ୍ତି ରୋହିତ । ରୋହିତ ଶର୍ମା ପାକିସ୍ତାନ ବିପକ୍ଷରେ ଯେତେବେଳେ ୫ଟି ଛକା ମାରିଥିଲେ ସେ ଦିନିକିଆରେ ନିଜର ୩୦୦ ଛକା ପୂରଣ କରିଥିଲେ । ସେ ଦିନିକିଆ କ୍ରିକେଟରେ ୩୦୦ ଛକା ମାରି ବିଶ୍ୱର ତୃତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି ।
ରୋହିତଙ୍କ ପୂର୍ବରୁ ପାକିସ୍ତାନର ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦି ୩୫୧ ଛକା ଓ ୱେଷ୍ଟଇଣ୍ଡିଜର ପୂର୍ବତନ ଓପନର୍ କ୍ରିସ୍ ଗେଲ ୩୩୧ ଛକା ମାରିଛନ୍ତି।
୧୯୨ ରନର ପିଛା କରୁଥିବା ଭାରତ ବିସ୍ଫୋରକ ଷ୍ଟାଇଲରେ ଇନିଂସ ଆରମ୍ଭ କରିଛି । ଶୁବମନ ଗିଲ୍ ୧୧ ବଲରେ ୪ ଚୌକା ସହ ୧୬ ରନ କରିବା ପରେ ଆଫ୍ରିଦିଙ୍କ ବଲରେ ଆଉଟ ହୋଇଯାଇଛନ୍ତି । ସେହିପରି କୋହଲି ହାସନ ଅଲୀଙ୍କ ବଲରେ ଆଉଟ ହୋଇଯାଇଛନ୍ତି । ଆଉ ରୋହିତ ଶର୍ମା ୬୩ ବଲରୁ ୮୬ ରନ କରିଥିଲେ ।

ପାକିସ୍ତାନକୁ ୭ ୱିକେଟରେ ହରାଇଲା ଭାରତ । ଜସପ୍ରିତ୍ ବୁମରା ମ୍ୟାନ ଅଫ୍ ଦି ମ୍ୟାଚ୍ ହୋଇଛନ୍ତି । ଭାରତ ପକ୍ଷରୁ ରୋହିତ ଶର୍ମା ସର୍ବାଧିକ ୬୩ ବଲରୁ ୮୬ ରନ କରିଛନ୍ତି ।
୧୯୨ ରନର ପିଛା କରୁଥିବା ଭାରତ ବିସ୍ଫୋରକ ଷ୍ଟାଇଲରେ ଇନିଂସ ଆରମ୍ଭ କରିଥିଲା । ଶୁବମନ ଗିଲ୍ ୧୧ ବଲରେ ୪ ଚୌକା ସହ ୧୬ ରନ କରିବା ପରେ ଆଫ୍ରିଦିଙ୍କ ବଲରେ ଆଉଟ ହୋଇଥିଲେ । ସେହିପରି କୋହଲି ହାସନ ଅଲୀଙ୍କ ବଲରେ ଆଉଟ ହୋଇଥିଲେ । ଆଉ ରୋହିତ ଶର୍ମା ୬୩ ବଲରୁ ୮୬ ରନ କରିଥିଲେ । କେ ଏଲ ରାହୁଲ ୨୯ ବଲରୁ ୧୯ ଓ ଶ୍ରେୟସ ଆୟର ୬୨ ବଲରୁ ୧୩ ରନ କରିଥିଲେ ।
ପାକିସ୍ତାନ ବିପକ୍ଷ ବହୁ ପ୍ରତୀକ୍ଷିତ ମ୍ୟାଚରେ ଭାରତୀୟ ଦଳ 7 ୱିକେଟ୍ ବ୍ୟବଧାନରେ ଜିତିଛି । ODI ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଏହା ହେଉଛି ଅଷ୍ଟମ ବିଜୟ। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୧୯୧ ରନ କରିଥିଲା । ଜବାବରେ ଭାରତ ୩ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିଥିଲା।












Click it and Unblock the Notifications