NED vs NZ : ଟସ୍ ଜିତି ପ୍ରଥମେ ବୋଲିଂ କରିବ ନେଦରଲ୍ୟାଣ୍ଡ
ଟସ୍ ଜିତି ପ୍ରଥମେ ବୋଲିଂ କରିବ ନେଦରଲ୍ୟାଣ୍ଡ । ଦୁଇ ଦଳ ମଧ୍ୟରେ ମ୍ୟାଚ୍ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ । ଭାରତୀୟ ସମୟ ଅନୁସାରେ ଅପରାହ୍ନ 2 ଟାରୁ ମ୍ୟାଚ୍ ଆରମ୍ଭ ହେବ ।
ନ୍ୟୁଜିଲାଣ୍ଡ ତାର ପ୍ରଥମ ମ୍ୟାଚରେ ଇଂଲଣ୍ଡକୁ ପରାସ୍ତ କରିଥିଲା। ଏକ ତରଫା ଭାବରେ ଜିତିଥିଲା ନ୍ୟୁଜିଲାଣ୍ଡ । ଜିତିବା ପାଇଁ ଇଂଲଣ୍ଡ 283 ରନର ଲକ୍ଷ୍ୟ ଦେଇଥିଲା । ନ୍ୟୁଜିଲାଣ୍ଡ ମାତ୍ର 36.2 ଓଭରରେ 1 ୱିକେଟ୍ ପାଇଁ 283 ରନ୍ ସ୍କୋର କରି ମ୍ୟାଚ୍ ଜିତିଥିଲା । ନ୍ୟୁଜିଲାଣ୍ଡ ପାଇଁ ଡୱେନ କନୱେ ଏବଂ ରାଚିନ୍ ରବିନ୍ଦ୍ର ଚମତ୍କାର ଶତକ ହାସଲ କରିଥିଲେ ।

ପାକିସ୍ତାନ-ନେଦରଲ୍ୟାଣ୍ଡ ମ୍ୟାଚ୍ ରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ବାବର ଆଜାମଙ୍କ ଦଳ 49 ଓଭରରେ 286 ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ବ୍ୟାଟିଂ କରିବାକୁ ଆସିଥିବା ନେଦରଲ୍ୟାଣ୍ଡ ଦଳ 41 ଓଭରରେ 205 ରନ କରି ପାରିଥିଲା। ପାକିସ୍ତାନର ଦ୍ରୁତ ବୋଲରମାନେ ୱିକେଟ୍ ନେଇଥିଲେ।
ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମର ପିଚ୍ରେ ବ୍ୟାଟ୍ସମ୍ୟାନ୍ ସ୍କୋର ସହଜରେ କରିଥାନ୍ତି । କିନ୍ତୁ ଏହା ବ୍ୟତୀତ ବୋଲରମାନଙ୍କ ପାଇଁ ମଧ୍ୟ ସାହାଯ୍ୟ ଅଛି । ବିଶେଷକରି ସ୍ପିନ୍ ବୋଲରଙ୍କ ପାଇଁ ।
ନ୍ୟୁଜିଲ୍ୟାଣ୍ଡ ଏବଂ ନେଦରଲ୍ୟାଣ୍ଡ ODI ଫର୍ମାଟରେ 4 ଥର ମୁହାଁମୁହିଁ ହୋଇଛନ୍ତି । କିୱି ଦଳ ପ୍ରତ୍ୟେକ ଥର ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି ।
ନ୍ୟୁଜିଲ୍ୟାଣ୍ଡ (ଏକାଦଶ): ଡେଭିନ୍ କନୱେ, ୱିଲ୍ ୟଙ୍ଗ, ରାଚିନ୍ ରବିନ୍ଦ୍ର, ଡାରିଲ୍ ମିଚେଲ, ଟମ୍ ଲାଥାମ୍ (ୱିକେଟ ରକ୍ଷକ/ ଅଧିନାୟକ), ଗ୍ଲେନ୍ ଫିଲିପ୍ସ, ମାର୍କ ଚାପମାନ, ମିଚେଲ ସାଣ୍ଟନର୍, ମ୍ୟାଟ ହେନେରୀ, ଲକି ଫର୍ଗୁସନ୍, ଟ୍ରେଣ୍ଟ ବୋଲ୍ଟ
ନେଦରଲ୍ୟାଣ୍ଡ (ଏକାଦଶ ): ବିକ୍ରମଜିତ୍ ସିଂ, ମ୍ୟାକ୍ସ ଓ'ଡାଉଡ୍, କଲିନ୍ ଆକ୍କର୍ମନ୍, ବାସ୍ ଦେ ଲିଡେ, ତେଜା ନିଡାମାନୁରୁ, ସ୍କଟ୍ ଏଡୱାର୍ଡସ୍ (ୱିକେଟ ରକ୍ଷକ/ ଅଧିନାୟକ), ସାଇବ୍ରାଣ୍ଡ୍ ଏଙ୍ଗେଲବ୍ରେଚ୍, ରୋଲୋଫ୍ ଭାନ୍ ଡେର୍ ମେରୱେ, ରିଆନ୍ କ୍ଲିନ୍, ଆର୍ଯ୍ୟନ୍ ଦତ୍ତ, ପଲ୍ ଭାନ୍ ମେକେରେନ୍












Click it and Unblock the Notifications