IND vs PAK: କ୍ରିକେଟ ଇତିହାସରେ ଭାରତ ବନାମ ପାକିସ୍ତାନ ବିବାଦ, ଆଫ୍ରିଦିଙ୍କୁ ଛାଡ଼ି ନଥିଲେ ଗମ୍ଭୀର, ଆଉ କିରଣ ମୋରଙ୍କୁ...

IND vs PAK: ଆସନ୍ତାକାଲି ଖେଳାଯିବ ବିଶ୍ବକପର ସବୁଠୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ । ମୁହାଁମୁହିଁ ହେବ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ । ଗୁଜୁରାଟର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ । ଭାରତୀୟ ସମୟ ଅନୁଯାୟୀ ମ୍ୟାଚ ଅପରାହ୍ନ ୨ଟାରୁ ଆରମ୍ଭ ହେବ ମ୍ୟାଚ୍ ।

ଦୁଇ ଦଳ ବର୍ତ୍ତମାନ ସୁଦ୍ଧା ବିଶ୍ଵକପରେ ଅପରାଜୟ ଅଛନ୍ତି । ଭାରତ ଦୁଇଟିରୁ ଦୁଇଟି ମ୍ୟାଚ୍ ଜିତିଥିବା ବେଳେ ପାକିସ୍ତାନ ବି ଦୁଇଟିରୁ ଦୁଇଟି ମ୍ୟାଚ୍ ଜିତିଛି । ଭାରତ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ବିପକ୍ଷରେ ବିଜୟ ହାସଲ କରିଥିବା ବେଳେ ପାକିସ୍ତାନ ନେଦରଲ୍ୟାଣ୍ଡ ଓ ଶ୍ରୀଲଙ୍କାକୁ ପରାସ୍ତ କରିଛି ।

ତେବେ ଯେତେବେଳେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଥାଏ, ସେତେବେଳେ ଖେଳାଳିଙ୍କଠୁ ପ୍ରଶଂସକଙ୍କ ମଧ୍ୟରେ ଅଧିକ ଉତ୍କଣ୍ଠା ଦେଖିବାକୁ ମିଳିଥାଏ । ନିକଟରେ ଭାରତ ଏସିଆ କପରେ ପାକିସ୍ତାନକୁ ପରାସ୍ତ କରିଥିଲା । ତେବେ ବିଶ୍ଵକପ କଥା ଦେଖିବାକୁ ଗଲେ ଭାରତ ୫୦ ଓଭର ବିଶ୍ଵକପରେ ପାକିସ୍ତାନଠୁ କେବେ ହାରି ନାହିଁ । ୭ଟି ମ୍ୟାଚରୁ ୭ଟିରେ ଜିତିଛି ଭାରତ ।

india_vs_pakistan

ଆମେ ଯଦି ବିଗତ ଦିନରେ ପଡିଆ ଭିତରେ ମଧ୍ୟ ଦୁଇ ଦେଶର ଖେଳାଳିଙ୍କ ମଧ୍ୟରେ ଅନେ ବିବାଦ ଦେଖା ଦେଇଛି । ଦୁଇ ପଡୋଶୀ ଦେଶ ମଧ୍ୟରେ କ୍ରିକେଟ୍ ସମୟରେ ଉତ୍ସାହ ଏବଂ ମନୋରଞ୍ଜନ ଶିଖରରେ ପହଞ୍ଚି ଥାଏ । ଏହି ଅବସରରେ ଭାରତ-ପାକିସ୍ତାନ ଦିନିକିଆ ଇତିହାସର ବିବାଦୀୟ ମୂହୁର୍ତ୍ତ ।

କିରଣ ମୋରେ ଓ ଜାଭେଦ୍ ମିଆଦାଦ

୧୯୯୨ ବିଶ୍ୱକପ୍ କଥା । ଭାରତ ଫିଲ୍ଡିଂ କରୁଥାଏ । ଆଉ ପାକିସ୍ତାନର ବ୍ୟାଟିଂ । ଆଉ ପଡିଆ ଭିତରେ ଆରମ୍ଭ ହୁଏ ବିବାଦ । ଭାରତୀୟ ୱିକେଟ କିପର କିରଣ ମୋରେ ଅପିଲ କରନ୍ତି, ଆଉ ରାଗି ଯାଆନ୍ତି ପାକିସ୍ତାନୀ ବ୍ୟାଟର ଜାଭେଦ୍ ମିଆଦାଦ । କିରଣ ମୋରେଙ୍କୁ ପ୍ରତି ଉତ୍ତର ଦେବା ପାଇଁ ବ୍ୟାଟ ଉପରକୁ ଟେକି ବାରମ୍ବାର ଡିଅନ୍ତି । ଆଉ ଆଜି ପର୍ଯ୍ୟନ୍ତ ବି ଫ୍ୟାନ ତାହା ଭୁଲି ପାରି ନାହାନ୍ତି ।

ଭେଙ୍କଟେଶ ପ୍ରସାଦ ଓ ଆମୀର ସୋହେଲ

ଭାରତ ବନାମ ପାକିସ୍ତାନ ମଧ୍ୟରେ ୧୯୯୬ ବିଶ୍ୱକପ ମ୍ୟାଚର ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ପୁଣି ଏକ ବିବାଦ ଦେଖିବାକୁ ମିଳିଥିଲା । ଭାରତୀୟ ଦ୍ରୁତ ବୋଲର ଭେଙ୍କଟେଶ ପ୍ରସାଦଙ୍କୁ ଚାରିଟି ଛକା ମାରିବା ପରେ ପାକିସ୍ତାନ ଓପନର୍ ଆମିର ସୋହେଲ ତାଙ୍କୁ ଇଙ୍ଗିତ କରି କିଛି କହୁନ୍ତି । ଆଉ କୁହନ୍ତି ପୁଣିଥରେ ବଲକୁ ସୀମାରେଖା ବାହାରକୁ ପଠାଇବେ । ହେଲେ ପ୍ରସାଦ ପରବର୍ତ୍ତୀ ବଲରେ ସୋହେଲଙ୍କୁ କ୍ଲିନ୍ ବୋଲ୍ଡ କରିଥିଲେ ।

ଗୌତମ ଗମ୍ଭୀର ଏବଂ ସାହିଦ ଆଫ୍ରିଦି

୨୦୦୭ ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳା ଯାଇଥିବା ଏକ ଦିନିକିଆ ମ୍ୟାଚ୍ ସମୟରେ ଏହି ଘଟଣା ଘଟିଥିଲା । ଯେତେବେଳେ ଗମ୍ଭୀର, ଆଫ୍ରିଦିଙ୍କ ବଲରେ ଚାରିଟି ଛକା ମାରିଥିଲେ ଆଫ୍ରିଦି ରାଗିଯାଇ ଗମ୍ଭୀରଙ୍କୁ ଦେଖିଲେ କିଛି କହିବାକୁ ଲାଗିଲେ । ଏହା ପରେ ରନ ନେବାବେଳେ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ତେବେ ଏହି ମାମଲାକୁ ଶାନ୍ତ କରିବାକୁ ଅମ୍ପାୟାର ମାନେ ହସ୍ତକ୍ଷେପ କରିଥିଲେ ।

ହରଭଜନ ସିଂ ଓ ଶୋଏବ ଅଖତର

ଏସିଆ କପ୍ ୨୦୧୦ ର ଏକ ମ୍ୟାଚ୍ ସମୟରେ ଏହି ବିବାଦ ଦେଖିବାକୁ ମିଳିଥିଲା । ଯେତେବେଳେ ଶୋଏବ ଅଖତର ଏକ ଡଟ୍ ବଲ୍ ଫିଙ୍ଗି ହରଭଜନ ସିଂଙ୍କୁ ଅସୁବିଧାରେ ପକାଇଲେ । ଆଉ ତାଙ୍କ ଆଡ଼କୁ ଅନେଇ କଣ କହିଥିଲେ, ଆଉ ସେତିକିବେଳେ ଭଜି ରାଗି ଯାଇଥିଲେ ।
ହରଭଜନ ଛକା ମାରି ଏହି ମ୍ୟାଚ ଭାରତକୁ ଜିତାଇ ଥିଲେ ।

ଗୌତମ ଗମ୍ଭୀର ଓ କାମରନ୍ ଅକମଲ

୨୦୧୦ ରେ ଏସିଆ କପ୍ ମ୍ୟାଚ୍ ସମୟରେ ଗୌତମ ଗମ୍ଭୀର ବ୍ୟାଟିଂ କରୁଥିଲେ ଏବଂ ଷ୍ଟମ୍ପ ପଛରୁ କାମରନ୍ ଅକମଲଙ୍କ ଅତ୍ୟଧିକ ଅପିଲ କରୁଥିଲେ । ଏହା ତାଙ୍କୁ ବ୍ୟଥିତ କରିଥିଲା । ପରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ପରେ ଅମ୍ପାୟାର ଏବଂ ଅନ୍ୟ ଖେଳାଳିମାନେ ଏଥିରେ ହସ୍ତକ୍ଷେପ କରି ଉଭୟଙ୍କୁ ଶାନ୍ତ କରିଥିଲେ । ଅଧିନାୟକ ଧୋନି ତାଙ୍କ ସହ କ୍ରିଜରେ ବ୍ୟାଟିଂ କରୁଥିଲେ ।

ତେବେ ଆସନ୍ତାକାଲି ଭାରତ ମ୍ୟାଚ୍ ଜିତି ବିଶ୍ଵକପରେ ପାକିସ୍ତାନକୁ ପରାଜୟ କରିବା ସହ, ବିଶ୍ଵକପରେ ନିଜ ରେକର୍ଡକୁ ଆହୁରି ଦୃଢ଼ କରିବାକୁ ଚେଷ୍ଟା କରିବ ।

ସାରା ବିଶ୍ୱର ନଜର ରହିଛି ଏହି ମ୍ୟାଚ୍ ଉପରେ । ଯଦିଓ ପାକିସ୍ତାନ ଏ ପର୍ଯ୍ୟନ୍ତ ବିଶ୍ୱକପ୍ ରେ ଭାରତକୁ କେବେ ହରାଇପାରିନାହିଁ । ଭାରତ ସବୁବେଳେ ପାକିସ୍ତାନ ବିପକ୍ଷରେ ଅପରାଜୟ ରହି ଆସିଛି । କିନ୍ତୁ ଚଳିତ ବିଶ୍ୱକପ୍ ରେ ଭାରତ-ପାକିସ୍ତାନ ମ୍ୟାଚ୍ ହାଇ ଭୋଲ୍ଟେଜ୍ ରହିବ ବୋଲି ଆଶା କରାଯାଉଛି । ଉଭୟ ଦଳ ଭଲ ପ୍ରଦର୍ଶନ କରୁଥିବା ବେଳେ ଉଭୟଙ୍କ ପାଖରେ ରହିଛନ୍ତି ପରସ୍ପର ବିପକ୍ଷରେ ବିଶ୍ୱକପ୍ ଖେଳିଥିବା ଅଭିଜ୍ଞ ଖେଳାଳି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+