ବିଶ୍ବକପ ୨୦୨୩: ଟସ୍ ଜିତି ପ୍ରଥମେ ବୋଲିଙ୍ଗ କରିବ ଇଂଲଣ୍ଡ, ଭାରତର ପ୍ରଥମେ ବ୍ୟାଟିଙ୍ଗ
ଟସ୍ ଜିତି ପ୍ରଥମେ ବୋଲିଙ୍ଗ କରିବ ଇଂଲଣ୍ଡ । ଆଇସିସି କ୍ରିକେଟ୍ ବିଶ୍ୱକପ୍ ୨୦୩୩ରେ ଭାରତ ହେଉଛି ଏକମାତ୍ର ଦଳ, ଯେ ଏପର୍ଯ୍ୟନ୍ତ ଏହି ବିଶ୍ଵକପରେ କୌଣସି ମ୍ୟାଚ୍ ହାରିନାହିଁ । ରବିବାର ଦିନ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡ ବିପକ୍ଷରେ ଭାରତ ନିଜର ବିଜୟ ଧାରା ଜାରି ରଖିବାର ଲକ୍ଷ ନେଇ ପଡିଆକୁ ଓହ୍ଲାଇବ । ଅକ୍ଟୋବର ୨୯ ରେ ଏକାନା ଷ୍ଟାଡିୟମରେ ଭାରତ ଇଂଲଣ୍ଡ ସହ ମୁହାଁମୁହିଁ ହେବାକୁ ଯାଉଛି । ଇଂଲଣ୍ଡ ପାଇଁ ଏହା କର ବା ମର ମ୍ୟାଚ୍ ।

ଏକାନା ଷ୍ଟାଡିୟମ୍ ପିଚ୍ ରିପୋର୍ଟ
ଲକ୍ଷ୍ନୌର ଏକାନା ଷ୍ଟାଡିୟମ୍ ସ୍ପିନରଙ୍କ ପାଇଁ ବହୁତ ସାହାଯ୍ୟକାରୀ । ପ୍ରାୟତ କମ୍ ସ୍କୋରିଂ ମ୍ୟାଚ୍ ଏଠାରେ ଦେଖାଯାଏ । ଦ୍ରୁତ ବୋଲରମାନେ ୱିକେଟ୍ ନେବାରେ କିଛି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ତେବେ ଇନିଂସ ଆରମ୍ଭରେ ବ୍ୟାଟ୍ସମ୍ୟାନ୍ମାନେ ବହୁତ ସାହାଯ୍ୟ ପାଆନ୍ତି । ଏହି ବିଶ୍ୱକପ୍ରେ ଏପର୍ଯ୍ୟନ୍ତ ୩ ଟି ମ୍ୟାଚ୍ ଏହି ଗ୍ରାଉଣ୍ଡରେ ଖେଳାଯାଇଛି । ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆକୁ 134 ରନରେ, ଅଷ୍ଟ୍ରେଲିଆ ଶ୍ରୀଲଙ୍କାକୁ ୫ ୱିକେଟରେ ଏବଂ ଶ୍ରୀଲଙ୍କା ୫ ୱିକେଟରେ ନେଦରଲାଣ୍ଡକୁ ପରାସ୍ତ କରିଛି ।
ଟସ୍ ପରେ ଅଧିନାୟକ ରୋହିତ ଶର୍ମା କ'ଣ କହିଥିଲେ ?
ଟସ୍ ପରେ ରୋହିତ ଶର୍ମା କହିଛନ୍ତି ଯେ ଆମେ ପ୍ରଥମେ ବ୍ୟାଟିଂ କରିବାକୁ ଚାହୁଁଥିଲୁ . ବର୍ତ୍ତମାନ, ଭଲ ଖେଳିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ଆମେ କିଛି ଭଲ କ୍ରିକେଟ୍ ଖେଳିଛୁ । ଏକ ବିରତି ନେବା ସର୍ବଦା ଭଲ ।ବର୍ତ୍ତମାନ, ଆମେ ସମାନ ଦଳ ସହିତ ଖେଳୁଛୁ ଯାହା ସହିତ ଆମେ ଶେଷ ମ୍ୟାଚ୍ ଖେଳିଥିଲୁ ।
ଦୁଇ ଟିମର ଚୁଡାନ୍ତ ଏକାଦଶ
ଭାରତ (ଏକାଦଶ ): ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟସ୍ ଆୟର, କେ.ଏଲ୍ ରାହୁଲ (ୱିକେଟ କିପର), ସୂର୍ଯ୍ୟକୁମାର ଯାଦବ, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ଶାମି, ଜସପ୍ରୀତ ବୁମରା, ମହମ୍ମଦ ସିରାଜ
ଇଂଲଣ୍ଡ (ଏକାଦଶ): ଜନି ବେୟାରଷ୍ଟୋ, ଡେଭିଡ ମଲାନ, ଜୋ ରୁଟ, ବେନ ଷ୍ଟୋକ୍ସ, ଜୋସ ବଟଲର (ୱିକେଟ କିପର / ଅଧିନାୟକ), ଲିଆମ ଲିଭିଙ୍ଗଷ୍ଟୋନ, ମୋଇନ ଅଲି, କ୍ରିସ ୱୁକସ, ଡେଭିଡ ୱିଲି, ଆଦିଲ ରସିଦ, ମାର୍କ ଉଡ୍












Click it and Unblock the Notifications