IND VS AFG: ଭାରତ ସାମ୍ନାରେ ୨୭୩ ରନର ଟାର୍ଗେଟ ରଖିଲା ଆଫଗାନିସ୍ତାନ

ଭାରତ ସାମ୍ନାରେ ୨୭୩ ରନର ଟାର୍ଗେଟ ରଖିଲା ଆଫଗାନିସ୍ତାନ । ଭାରତକୁ ଜିତିବାକୁ ହେଲେ ଏହି ଟାର୍ଗେଟ ଚେସ କରିବାକୁ ପଡ଼ିବ। ଭାରତ ପାଇଁ ଏହି ମ୍ୟାଚ୍ ବହୁତ୍ ଗୁରୁତ୍ଵପୂର୍ଣ୍ଣ । ଭାରତ ଏହି ମ୍ୟାଚ ଜିତି ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ମାନସିକ ସ୍ତରରେ ସୁଦୃଢ଼ ରହିବାକୁ ଚେଷ୍ଟା କରିବ । ମ୍ୟାଚ୍ ଜିତିବା ପାଇଁ ଭାରତ ସମ୍ମୁଖରେ ୨୭୩ ରନର ବିଜୟଲକ୍ଷ୍ୟ ରହିଛି ।

ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳା ଯାଉଥିବା ବିଶ୍ଵକପ୍‌ର ଏହି ମ୍ୟାଚ୍‌ରେ ଆଫଗାନିସ୍ତାନ ଲଢୁଆ ସ୍କୋର କରି ଭାରତ ସାମ୍ନାରେ ଏକ ଭଲ ଟାର୍ଗେଟ ରଖିଛି । ହସମତୁଲ୍ଲାଙ୍କ ଲଢୁଆ ୮୦ ରନ ଓ ଅଜମତୁଲ୍ଲା ଅମରଜାଇଙ୍କ ୬୨ ରନର ଉପଯୋଗୀ ଇନିଂସ ବଳରେ ଆଫଗାନିସ୍ତାନ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୨୭୨ ରନ କରିଛି ।

ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୩୯ ରନ ଦେଇ ୪ଟି ଓ୍ଵିକେଟ୍ ନେଇଛନ୍ତି । ସେହିପରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦୁଇଟି, କୁଲଦୀପ ଯାଦବ ଓ ଶାର୍ଦ୍ଦୁଲ ଠାକୁରଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା । ଏହି ମ୍ୟାଚ୍‌ରେ ଭାରତ ଗୋଟିଏ ପରିବର୍ତ୍ତନ ସହ ପଡ଼ିଆକୁ ଓହ୍ଲାଇ ଥିଲା । ରବିଚନ୍ଦ୍ରନ ଅଶ୍ଵିନଙ୍କ ସ୍ଥାନରେ ଶାର୍ଦ୍ଦୁଲ ଠାକୁରଙ୍କୁ ଦଳରେ ସାମିଲ୍ କରାଯାଇଛି । ମୁକାବିଲାରେ ଟସ୍ ଜିତି ଆଫଗାନିସ୍ତାନ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ।

ind_vs_afg

ଭାରତ ବନାମ ଆଫଗାନିସ୍ତାନ ମୁହାଁମୁହିଁ ରେକର୍ଡ
ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଟିମ୍ ଇଣ୍ଡିଆର ପଲା ଭାରି ରହିଛି । ଭାରତ ଏପର୍ଯ୍ୟନ୍ତ ଆଫଗାନିସ୍ତାନ ବିପକ୍ଷରେ ମୋଟ ତିନୋଟି ମ୍ୟାଚ୍ ଖେଳିଛି । ଭାରତ ତିନୋଟି ODI ମ୍ୟାଚ ମଧ୍ୟରୁ ଦୁଇଟି ଜିତିଥିବାବେଳେ ଗୋଟିଏ ମ୍ୟାଚ୍ ଟାଇ ହୋଇଛି । ଦୁଇ ଦଳ ମଧ୍ୟରେ ଶେଷ ଦିନିକିଆ ମ୍ୟାଚ୍ ଇଂଲଣ୍ଡରେ 2019 ବିଶ୍ୱକପ୍‌ରେ ହୋଇଥିଲା।

ମହମ୍ମଦ ଶାମି ଏହି ମ୍ୟାଚରେ ଖେଳିବାର ସୁଯୋଗ ପାଇଲେ ନାହିଁ । ଶାମି ଭାରତୀୟ ଦଳକୁ ଅନେକ ମ୍ୟାଚ୍ ଜିତାଇଛନ୍ତି। ଭାରତୀୟ ଦଳ ପାଇଁ ମହମ୍ମଦ ଶାମି ସର୍ବଦା ଏକ ପ୍ରଭାବଶାଳୀ ପ୍ରଦର୍ଶନ କରିଆସୁଛନ୍ତି । ଗତ ବିଶ୍ୱକପ୍ ଅର୍ଥାତ୍ 2019 ମସିହାରେ ମହମ୍ମଦ ଶାମି କେବଳ ଆଫଗାନିସ୍ତାନ ବିପକ୍ଷରେ ହ୍ୟାଟ୍ରିକ୍ ନେଇଥିଲେ। ଆଫଗାନିସ୍ତାନ ବିପକ୍ଷ ଗତ ବିଶ୍ୱକପ୍‌ରେ କେବଳ ମହମ୍ମଦ ଶାମିଙ୍କ ବୋଲିଂ ହେତୁ ଭାରତ ଜିତିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+