SL vs AUS: ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବ ଶ୍ରୀଲଙ୍କା
ଏକଦିବସୀୟ ବିଶ୍ୱକପ୍ର ୧୪ ତମ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଶ୍ରୀଲଙ୍କାକୁ ଭେଟିବ । ଶ୍ରୀଲଙ୍କାର ଅଧିନାୟକ କୁସଲ ମେଣ୍ଡିସ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପାଞ୍ଚ ଥର ବିଶ୍ୱ ଚାମ୍ପିଅନ୍ ଅଷ୍ଟ୍ରେଲିଆ ଏବେ ମଧ୍ୟ ପ୍ରଥମ ବିଜୟ ଖୋଜୁଛି । ପ୍ରଥମ ଦୁଇଟି ମ୍ୟାଚରେ ଉଭୟ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ବିଶ୍ୱକପ୍ର ଟପ-୪ରେ ପହଞ୍ଚିବା ପାଇଁ ଉଭୟ ଦଳ ଏହି ମ୍ୟାଚ୍ ଜିତିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ
ଏକଦିବସୀୟ ବିଶ୍ୱକପରେ ଅଷ୍ଟ୍ରେଲିଆ ଦଳ ଶ୍ରୀଲଙ୍କା ଉପରେ ପ୍ରାଧାନ୍ୟ ବିସ୍ତାର କରିଛି । ଅଷ୍ଟ୍ରେଲିଆ ଶ୍ରୀଲଙ୍କା ବିପକ୍ଷରେ ମୋଟ ୧୧ ଟି ମ୍ୟାଚ୍ ଖେଳିଛି ଯେଉଁଥିରେ ଅଷ୍ଟ୍ରେଲିଆ ଆଠଟି ମ୍ୟାଚ୍ ଜିତିଥିବାବେଳେ ଶ୍ରୀଲଙ୍କା ଦଳ ମାତ୍ର ଦୁଇଥର ଜିତିବାରେ ସଫଳ ହୋଇଛି ।

ଅଷ୍ଟ୍ରେଲିଆ ବନାମ ଶ୍ରୀଲଙ୍କା ହେଡ-ଟୁ-ରେକର୍ଡ
ଅଷ୍ଟ୍ରେଲିଆ ଏପର୍ଯ୍ୟନ୍ତ ଶ୍ରୀଲଙ୍କା ବିପକ୍ଷରେ 103 ଟି ODI ମ୍ୟାଚ୍ ଖେଳିଛି । ଅଷ୍ଟ୍ରେଲିଆ 63 ଟି ମ୍ୟାଚ୍ ଜିତିଥିବାବେଳେ ଶ୍ରୀଲଙ୍କା ମାତ୍ର 36 ଟି ମ୍ୟାଚ୍ ଜିତିଛି । ତେବେ 4 ଟି ମ୍ୟାଚରେ କୌଣସି ଫଳାଫଳ ମିଳି ନଥିଲା। ଏହି ଦୁଇ ଦଳ ବିଶ୍ୱକପରେ ୧୧ ଥର ମୁହାଁମୁହିଁ ହୋଇଛନ୍ତି ଏବଂ ଏଥି ମଧ୍ୟରୁ ଅଷ୍ଟ୍ରେଲିଆ 8 ଥର ଜିତିଛି । ଶ୍ରୀଲଙ୍କା ମାତ୍ର ଦୁଇଥର ଜିତିଛି ।
ଅଷ୍ଟ୍ରେଲିଆ ଏକାଦଶ: ମିଚେଲ ମାର୍ଶ, ଡେଭିଡ ୱାର୍ନର, ଷ୍ଟିଭେନ୍ ସ୍ମିଥ୍, ମାର୍ନସ୍ ଲାବୁସାଗ୍ନେ, ଜୋସ୍ ଇଂଲିସ୍ (ୱିକେଟ କିପର), ଗ୍ଲେନ୍ ମ୍ୟାକ୍ସୱେଲ, ମାର୍କସ୍ ଷ୍ଟୋଇନିସ୍, ମିଚେଲ ଷ୍ଟାର୍କ, ପ୍ୟାଟ୍ କମିନ୍ସ (ଅଧିନାୟକ), ଆଡ଼ାମ ଜାମ୍ପା, ଜୋଶ ହେଜଲେଉଡ୍
ଶ୍ରୀଲଙ୍କା ଏକାଦଶ: ପୃଥମ୍ ନିସାନ୍କା, କୁସାଲ ପେରେରା, କୁସାଲ ମେଣ୍ଡିସ୍ (ଅଧିନାୟକ ଓ ୱିକେଟ କିପର ), ସଦିରା ସମରୱିକ୍ରାମା, ଚାରିଥ ଆସାଲଙ୍କା, ଧନଞ୍ଜୟ ଡି ସିଲଭା, ଚାମିକା କରୁଣାତ୍ନେ, ଡୁନିଥ ୱେଲାଲେଜ, ମହେଶ ଥେକ୍ସାନା, ଲାହିରୁ କୁମାରା, ଦିଲଶାନ ମଦୁଶଙ୍କା
ଉଭୟ ଦଳ ପ୍ରତ୍ୟେକ ଦୁଇଟି ମ୍ୟାଚ୍ ଖେଳିଛନ୍ତି କିନ୍ତୁ ପଏଣ୍ଟ ଟେବୁଲରେ ଏପର୍ଯ୍ୟନ୍ତ ଖାତା ଖୋଲିବାକୁ ସକ୍ଷମ ହୋଇନାହାନ୍ତି । ତେବେ ବିଶ୍ବକପର ପରବର୍ତ୍ତୀ ମ୍ୟାଚ୍ ରୋମାଞ୍ଚକର ହେବାକୁ ଯାଉଛି କାରଣ ଗୋଟିଏ ଦଳ ଆଜି ଅକ୍ଟୋବର ୧୬ ରେ ଖାତା ଖୋଲିବ ନିଶ୍ଚିତ ।












Click it and Unblock the Notifications