ଅଷ୍ଟ୍ରେଲିଆ ବନାମ ଶ୍ରୀଲଙ୍କା: ଏମିତି କରନ୍ତୁ ଶ୍ରେଷ୍ଟ ଡ୍ରିମ୍ ଏକାଦଶ
ଅଷ୍ଟ୍ରେଲିଆ ବନାମ ଶ୍ରୀଲଙ୍କା, 14 ତମ ମ୍ୟାଚ୍: ଆଇସିସି କ୍ରିକେଟ୍ ବିଶ୍ୱକପ ୨୦୨୩ ବର୍ତ୍ତମାନ ଯାଏଁ ଅଷ୍ଟ୍ରେଲିଆ ଏବଂ ଶ୍ରୀଲଙ୍କା ପାଇଁ ଆଦୌ ଭଲ ହୋଇl ନାହିଁ । ଉଭୟ ଦଳ ପ୍ରତ୍ୟେକ ଦୁଇଟି ମ୍ୟାଚ୍ ଖେଳିଛନ୍ତି କିନ୍ତୁ ପଏଣ୍ଟ ଟେବୁଲରେ ଏପର୍ଯ୍ୟନ୍ତ ଖାତା ଖୋଲିବାକୁ ସକ୍ଷମ ହୋଇନାହାଁନ୍ତି । ତେବେ ବିଶ୍ବକପର ପରବର୍ତ୍ତୀ ମ୍ୟାଚ୍ ରୋମାଞ୍ଚକର ହେବାକୁ ଯାଉଛି କାରଣ ଗୋଟିଏ ଦଳ ଆଜି ଅକ୍ଟୋବର ୧୬ ରେ ଖାତା ଖୋଲିବ ନିଶ୍ଚିତ ।
ବାସ୍ତବରେ ଏହି ବିଶ୍ଵକପର ୧୪ତମ ମ୍ୟାଚ୍ ଅଷ୍ଟ୍ରେଲିଆ ଏବଂ ଶ୍ରୀଲଙ୍କା ମଧ୍ୟରେ ଏକ ମ୍ୟାଚ୍ ଦେଖାଯିବ, ଯାହାକି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଅପରାହ୍ନ 2 ଟାରୁ ଅନୁଷ୍ଠିତ ହେବ । ଏହି ହାଇ-ଭୋଲଟେଜ୍ ମ୍ୟାଚ୍ ପୂର୍ବରୁ, ଆସନ୍ତୁ ଜାଣିବା ଆଜିର ଶ୍ରେଷ୍ଠ ଡ୍ରିମ୍ -11 ଦଳରେ କେଉଁ ମହାନ ଖେଳାଳିଙ୍କୁ ରଖିବା ।

ଅଷ୍ଟ୍ରେଲିଆ ବନାମ ଶ୍ରୀଲଙ୍କା ହେଡ-ଟୁ-ରେକର୍ଡ
ଅଷ୍ଟ୍ରେଲିଆ ଏପର୍ଯ୍ୟନ୍ତ ଶ୍ରୀଲଙ୍କା ବିପକ୍ଷରେ 103 ଟି ODI ମ୍ୟାଚ୍ ଖେଳିଛି । ଅଷ୍ଟ୍ରେଲିଆ 63 ଟି ମ୍ୟାଚ୍ ଜିତିଥିବାବେଳେ ଶ୍ରୀଲଙ୍କା ମାତ୍ର 36 ଟି ମ୍ୟାଚ୍ ଜିତିଛି । ତେବେ 4 ଟି ମ୍ୟାଚରେ କୌଣସି ଫଳାଫଳ ମିଳି ନଥିଲା। ଏହି ଦୁଇ ଦଳ ବିଶ୍ୱକପରେ ୧୧ ଥର ମୁହାଁମୁହିଁ ହୋଇଛନ୍ତି ଏବଂ ଏଥି ମଧ୍ୟରୁ ଅଷ୍ଟ୍ରେଲିଆ 8 ଥର ଜିତିଛି । ଶ୍ରୀଲଙ୍କା ମାତ୍ର ଦୁଇଥର ଜିତିଛି ।
ଅଷ୍ଟ୍ରେଲିଆର ସମ୍ଭାବ୍ୟ ଏକାଦଶ : ଡେଭିଡ ୱାର୍ଣ୍ଣର, ମିଚେଲ ମାର୍ଶ, ଷ୍ଟିଭ ସ୍ମିଥ, ମାର୍ନୁସ ଲାବୁସାଗନେ, ଗ୍ଲେନ ମ୍ୟାକ୍ସୱେଲ, ଜୋଶ ଇଂଲିସ (ୱିକେଟ୍ କିପର), ମାର୍କସ ଷ୍ଟୋଇନିସ, ପ୍ୟାଟ କମିନ୍ସ (ଅଧିନାୟକ), ମିଚେଲ ଷ୍ଟାର୍କ, ଆଡାମ ଜାମ୍ପା, ଜୋଶ ହେଜଲେଉଡ
ଶ୍ରୀଲଙ୍କାର ସମ୍ଭାବ୍ୟ ଏକାଦଶ: ପୃଥମ୍ ନିସଙ୍କା, କୁସାଲ ପେରେରା, କୁସାଲ ମେଣ୍ଡିସ (ଅଧିନାୟକ), ସାଦିରା ସମରୱିକ୍ରାମା, ଚାରିଥ ଆସାଲଙ୍କା, ଧନଞ୍ଜୟ ଦେ ସିଲଭା, ଦୁଶାନ ହେମନ୍ତ / ଚାମିକା କରୁଣାତ୍ନେ, ଡୁନିଥ ଭେଲାଲେଜ, ମହିଷ ତେକଶାନା, କସୁନ ରାଜିତା / ଲାହିରୁ କୁମାରା
ଅଷ୍ଟ୍ରେଲିଆ-ଶ୍ରୀଲଙ୍କା ଡ୍ରିମ୍ 11 ଦଳ: ଅଷ୍ଟ୍ରେଲିଆ ବନାମ ଶ୍ରୀଲଙ୍କା ଶ୍ରେଷ୍ଠ Dream 11
ୱିକେଟ୍ ରକ୍ଷକ: କୁସାଲ ମେଣ୍ଡିସ୍, ସାଦିରା ସମରୱିକ୍ରାମା
ବ୍ୟାଟ୍ସମ୍ୟାନ୍: ଡେଭିଡ ୱାର୍ଣ୍ଣର, ମିଚେଲ ମାର୍ଶ, ଷ୍ଟିଭ ସ୍ମିଥ, ଚାରିଥ ଆସାଲଙ୍କା
ଅଲରାଉଣ୍ଡର: ଧନଞ୍ଜୟ ଦେ ସିଲଭା, ଗ୍ଲେନ୍ ମ୍ୟାକ୍ସୱେଲ
ବୋଲର୍ସ: ଜୋସ୍ ହାଜଲେଉଡ୍, ମିଚେଲ ଷ୍ଟାର୍କ, ଆଡାମ୍ ଜାମ୍ପା
କ୍ୟାପଟେନ: ଗ୍ଲେନ୍ ମ୍ୟାକ୍ସୱେଲ
ଭାଇସ କ୍ୟାପଟେନ: ଧନଞ୍ଜୟ ଡି ସିଲଭା
ଅଷ୍ଟ୍ରେଲିଆ ବନାମ ଶ୍ରୀଲଙ୍କା ପିଚ୍ ରିପୋର୍ଟ
ଏକାନା କ୍ରିକେଟ୍ ଷ୍ଟାଡିୟମ୍ ସ୍ପିନରଙ୍କ ପାଇଁ ଅତ୍ୟନ୍ତ ସହାୟକ ହୋଇଥାଏ । ମନ୍ଥର ପିଚ୍ ହେତୁ ପ୍ରାୟତ କମ୍ ସ୍କୋରିଂ ମ୍ୟାଚ୍ ହୋଇଥାଏ । ବ୍ୟାଟରଙ୍କୁ ଆରମ୍ଭରେ ଚାରି ଓ ଛକା ମାରିବା ପାଇଁ ଟିକେ କଠିନ ପରିଶ୍ରମ କରିବାକୁ ପଡିପାରେ । ତେବେ ପିଚ୍ରେ କିଛି ସମୟ ବିତାଇବା ପରେ ବ୍ୟାଟର ମାନେ ମଧ୍ୟ ବଡ଼ ଇନିଂସ ଖେଳିପାରନ୍ତି। ମ୍ୟାଚ୍ ଅଗ୍ରଗତି କଲାବେଳେ ଦ୍ରୁତ ବୋଲରମାନେ ମଧ୍ୟ ସହାୟତା ପାଇବା ଆରମ୍ଭ କରିବେ ।












Click it and Unblock the Notifications