AUS Vs NED: ଦିନିକିଆ ବିଶ୍ଵକପରେ ଦୃତତମ ଶତକ ହାସଲ କଲେ ମ୍ୟାକ୍ସୱେଲ, ନେଦରଲ୍ୟାଣ୍ଡ ସାମ୍ନାରେ ୪୦୦ ରନର ଟାର୍ଗେଟ

AUS Vs NED: ଆଇସିସି ଦିନିକିଆ ବିଶ୍ୱକପ୍‌ର ୨୪ ତମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ (AUS) ଓ ନେଦରଲ୍ୟାଣ୍ଡ (NED) ସହିତ ମୁହାଁମୁହିଁ ହୋଇଛି । ଦୁଇ ଦଳ ମଧ୍ୟରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ମ୍ୟାଚ୍ ଖେଳାଯାଉଛି । ଗ୍ଲେନ୍ ମ୍ୟାକ୍ସୱେଲ ଏବଂ ଡେଭିଡ ୱାର୍ନରଙ୍କ ବିସ୍ଫୋରକ ଶତକ ବଳରେ ଅଷ୍ଟ୍ରେଲିଆ ୫୦୦ ଓଭରରେ ୩୯୯/୮ ରନ୍ ସଂଗ୍ରହ କରିଥିଲା। ଜିତିବା ପାଇଁ ନେଦରଲ୍ୟାଣ୍ଡ ସାମ୍ନାରେ ୪୦୦ ରନର ଟାର୍ଗେଟ ।

ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଅଷ୍ଟ୍ରେଲିଆ ପ୍ରାରମ୍ଭିକ ୱିକେଟ୍ ହରାଇଥିଲା କିନ୍ତୁ ୱାର୍ଣ୍ଣର ଏବଂ ଷ୍ଟିଭ୍ ସ୍ମିଥ୍ ଏକ ଦୃଢ଼ ଭାଗିଦାରୀ କରି ନିଜ ଦଳକୁ ଟ୍ରାକକୁ ଫେରାଇ ଆଣିଥିଲେ । ୱାର୍ଣ୍ଣର ୧୦୪ ରନ୍ ସଂଗ୍ରହ କରିଥିବାବେଳେ ସ୍ମିଥ୍ ୭୧ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ । ପରେ ମ୍ୟାକ୍ସୱେଲ ୪୦ ବଲରେ ବିଶ୍ଵକପ ଇତିହାସର ଦ୍ରୁତତମ ଶତକ ହାସଲ କରିଥିଲେ ।

MAXWELL

ଆଇସିସି ବିଶ୍ୱକପର ଦ୍ରୁତତମ ଶତକ ସ୍କୋର କରିଥିଲେ ଗ୍ଲେନ୍ ମ୍ୟାକ୍ସୱେଲ

ନେଦରଲ୍ୟାଣ୍ଡ ବିପକ୍ଷରେ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ପ୍ରଦର୍ଶନ ବର୍ତ୍ତମାନ ଇତିହାସର ପୃଷ୍ଠାରେ ରେକର୍ଡ ହୋଇଛି । ବିଶ୍ୱକପର ଚଳିତ ସିଜନରେ ଆମେ ଦ୍ୱିତୀୟ ଥର ଏହି ରେକର୍ଡ ଦେଖୁଛୁ, କାରଣ କିଛି ଦିନ ପୂର୍ବେ ଦକ୍ଷିଣ ଆଫ୍ରିକାର ଏଡେନ ମାର୍କ୍ରାମ ନୂଆଦିଲ୍ଲୀର ସମାନ ଗ୍ରାଉଣ୍ଡରେ ୪୯ ବଲରେ ୧୦୦ ରନ୍ କରିଥିଲେ ।

ଶତକ ଦୃଷ୍ଟିରୁ ଡେଭିଡ ୱାର୍ଣ୍ଣର ରିକି ପଣ୍ଟିଙ୍ଗଙ୍କ ରେକର୍ଡ ଭାଙ୍ଗିଲେ

ଆଇସିସି ବିଶ୍ୱକପ 2023 ରେ ଡେଭିଡ ୱାର୍ଣ୍ଣର ଦୁଇଟି ବ୍ୟାକ୍ ଟୁ ବ୍ୟାକ୍ ଶତକ ହାସଲ କରିଛନ୍ତି । ଏହି ଶତକ ସହିତ ସେ ଆଇସିସି ପୁରୁଷ ବିଶ୍ୱକପରେ ରିକି ପଣ୍ଟିଂ (ଶତକ) କୁ ଅତିକ୍ରମ କରିଛନ୍ତି। ସେ ମହାନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସହ ୬ଟି ବିଶ୍ୱକପ ଶତକ ହାସଲ କରି ସମକକ୍ଷ ହୋଇଛନ୍ତି । ଏହା ବ୍ୟତୀତ ସେ ବିଶ୍ୱକପ୍ ଅଧିନାୟକ ରୋହିତ ଶର୍ମାଙ୍କଠାରୁ ମାତ୍ର ଏକ ଶତକ ପଛରେ ଅଛନ୍ତି, ଯିଏକି ବିଶ୍ୱକପରେ ୭ଟି ଶତକ ହାସଲ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+