IND VS AFG: ଟସ୍ ଜିତି ପ୍ରଥମେ ବ୍ୟାଟିଙ୍ଗ କରିବ ଆଫଗାନିସ୍ତାନ
ଟସ୍ ଜିତି ପ୍ରଥମେ ବ୍ୟାଟିଙ୍ଗ କରିବ ଆଫଗାନିସ୍ତାନ । ଦିନିକିଆ ବିଶ୍ୱକପ୍ର ନବମ ମ୍ୟାଚ୍ରେ ଭାରତ ଆଫଗାନିସ୍ତାନକୁ ଭେଟିବ । ଚେନ୍ନାଇ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱକପରେ ଭାରତ ପ୍ରଥମ ମ୍ୟାଚ୍ ଜିତିଛି । ଭବିଷ୍ୟତରେ ମଧ୍ୟ ଭାରତୀୟ ଦଳ ଏହି ବିଜୟ ଧାରା ଜାରି ରଖିବାକୁ ଚାହିଁବ। ବିଶ୍ୱକପ ପୂର୍ବରୁ ଭାରତୀୟ ଦଳ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଡେଙ୍ଗୁ ଯୋଗୁଁ ଭାରତୀୟ ଓପନର୍ ଶୁବମାନ ଗିଲ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍ ଖେଳିପାରିନଥିଲେ। ଆଫଗାନିସ୍ତାନ ବିପକ୍ଷରେ ମଧ୍ୟ ସେ ଦଳର ଅଂଶ ନୁହଁନ୍ତି ।
ଭାରତ ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିଛି । ପ୍ରଥମ ମ୍ୟାଚରେ ବାଂଲାଦେଶ ବିପକ୍ଷରେ ଆଫଗାନିସ୍ତାନକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ବିଶ୍ୱକପରେ ଆଫଗାନିସ୍ତାନ ପ୍ରଥମ ବିଜୟ ଖୋଜୁଛି ।

ଭାରତ ବନାମ ଆଫଗାନିସ୍ତାନ ମୁହାଁମୁହିଁ ରେକର୍ଡ
ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଟିମ୍ ଇଣ୍ଡିଆର ପଲା ଭାରି ରହିଛି । ଭାରତ ଏପର୍ଯ୍ୟନ୍ତ ଆଫଗାନିସ୍ତାନ ବିପକ୍ଷରେ ମୋଟ ତିନୋଟି ମ୍ୟାଚ୍ ଖେଳିଛି । ଭାରତ ତିନୋଟି ODI ମ୍ୟାଚ ମଧ୍ୟରୁ ଦୁଇଟି ଜିତିଥିବାବେଳେ ଗୋଟିଏ ମ୍ୟାଚ୍ ଟାଇ ହୋଇଛି । ଦୁଇ ଦଳ ମଧ୍ୟରେ ଶେଷ ଦିନିକିଆ ମ୍ୟାଚ୍ ଇଂଲଣ୍ଡରେ 2019 ବିଶ୍ୱକପ୍ରେ ହୋଇଥିଲା।
ଷ୍ଟାର ସ୍ପୋର୍ଟସରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଏହି ମ୍ୟାଚକୁ ପ୍ରଶଂସକମାନେ ଦେଖିପାରିବେ। ଏହା ବ୍ୟତୀତ ପ୍ରଶଂସକମାନେ ମୋବାଇଲରେ ହଟଷ୍ଟାର ମାଧ୍ୟମରେ ମାଗଣାରେ ମ୍ୟାଚ୍ ଉପଭୋଗ କରିପାରିବେ ।
ଆଫଗାନିସ୍ତାନ (ଏକାଦଶ): ରହମାନୁଲ୍ଲା ଗୁରୁବାଜ (ୱିକେଟ୍ ରକ୍ଷକ), ଇବ୍ରାହିମ ଜାଦ୍ରାନ, ରହମତ୍ ଶାହା, ହାଶମୁତୁଲ୍ଲା ଶାହିଡି (ଅଧିନାୟକ), ନଜିବୁଲ୍ଲା ଜାଦ୍ରାନ୍, ମହମ୍ମଦ ନବୀ, ଆଜମତୁଲ୍ଲା ଓମାରଜାଇ, ରସିଦ ଖାନ, ମୁଜିବ ଉର ରହମାନ, ନବୀନ-ଉଲ-ହକ, ଫଜଲହକ୍
ଭାରତ (ଏକାଦଶ): ରୋହିତ ଶର୍ମା (ଅଧିନାୟକ ), ଇଶାନ କିଶନ, ବିରାଟ କୋହଲି, ଶ୍ରେୟାସ ଆୟର, କେ.ଏଲ୍ ରାହୁଲ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ଜସପ୍ରୀତ ବୁମରା, ମହମ୍ମଦ ସିରାଜ












Click it and Unblock the Notifications