AFG vs SL : ଟସ୍ ଜିତି ଆଫଗାନିସ୍ତାନର ବୋଲିଙ୍ଗ
ଦିନିକିଆ ବିଶ୍ୱକପ୍ ୨୦୨୩ର ୩୦ ତମ ମ୍ୟାଚରେ ଆଫଗାନିସ୍ତାନ ଶ୍ରୀଲଙ୍କା ପରସ୍ପର ମୁହାଁମୁହିଁ ହୋଇଛନ୍ତି । ସେମିଫାଇନାଲ ଆଶାକୁ ଜୀବନ୍ତ ରଖିବା ପାଇଁ ଶ୍ରୀଲଙ୍କା ଏହି ମ୍ୟାଚ ଜିତିବା ଆବଶ୍ୟକ ହେବ। ବର୍ତ୍ତମାନ ଆଫଗାନିସ୍ତାନ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ।
ନୁରଙ୍କ ସ୍ଥାନରେ ଫଜଲହକ୍ ସ୍ଥାନ ପାଇଛନ୍ତି ।
ଶ୍ରୀଲଙ୍କା ବିପକ୍ଷରେ ଟସ୍ ଜିତିବା ପରେ ହାଶମତୁଲ୍ଲା ଶାହିଦି
ଶାହିଦି କହିଛନ୍ତି ଯେ ଆମେ ପ୍ରଥମେ ବୋଲିଂ କରିବାକୁ ଚାହୁଁଛୁ । ଏହାର କାରଣ ହେଉଛି ଏହା ପରେ କାକର ଦେଖାଯିବ । ଆମେ ଆରାମଦାୟକ ଅନୁଭବ କରୁଛୁ, ଆମେ ଭଲ କ୍ରିକେଟ୍ ଖେଳୁଛୁ । ବର୍ତ୍ତମାନ ଆମେ ଭଲ କ୍ରିକେଟ୍ ଖେଳିବା ଉପରେ ଧ୍ୟାନ ଦେଉଛୁ ଆଜି ଆମେ ନୁରଙ୍କୁ ବିଶ୍ରାମ ଦେଇ ତାଙ୍କ ସ୍ଥାନରେ ଫଜଲହକ୍ ଖେଳୁଛନ୍ତି।

ଟସ୍ ପରେ କୁସାଲ ମେଣ୍ଡିସ୍ କ'ଣ କହିଥିଲେ?
କୁସାଲ ମେଣ୍ଡିସ କହିଛନ୍ତି, ଆମେ ପ୍ରଥମେ ବ୍ୟାଟିଂ କରି, ବୋର୍ଡରେ ଭଲ ସ୍କୋର ପାଇବାକୁ ଏବଂ ଡିଫେନ୍ସ କରିବାକୁ ଚାହୁଁଥିଲୁ। ଗତ ତିନୋଟି ମ୍ୟାଚରେ ଆମେ ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂରେ ଭଲ ପ୍ରଦର୍ଶନ କରିଛୁ ଏବଂ ଆମେ ପୁନର୍ବାର ଭଲ ପ୍ରଦର୍ଶନ କରିବାକୁ ଚାହୁଁଛୁ । ଚାମିରା ଖେଳୁଛନ୍ତି ଏବଂ ଆଶା କରୁଛି ସେ ଭଲ କରିବେ ।
ଆଫଗାନିସ୍ତାନ (ଏକାଦଶ ): ରହମାନୁଲ୍ଲା ଗୁରୁବାଜ, ଇବ୍ରାହିମ ଜାଦ୍ରାନ, ରହମତ ଶାହା, ହାଶମତୁଲ୍ଲା ଶାହିଦି (ଅଧିନାୟକ), ଆଜମତୁଲ୍ଲା ଉମରଜାଇ, ଇକ୍ରାମ ଅଲିଖିଲ (ୱିକେଟ କିପର), ମହମ୍ମଦ ନବୀ, ରସିଦ ଖାନ, ମୁଜିବ ଉର ରହମାନ, ନବୀନ-ଉଲ-ହକ, ଫଜଲହକ୍
ଶ୍ରୀଲଙ୍କା (ଏକାଦଶ) : ପୃଥମ୍ ନିସଙ୍କା, କୁସାଲ ପେରେରା, କୁସାଲ ମେଣ୍ଡିସ୍ (ୱିକେଟ୍ କିପର / ଅଧିନାୟକ), ସାଦିରା ସମରୱିକ୍ରାମା, ଚାରିଥ ଆସାଲଙ୍କା, ଧନଞ୍ଜୟ ଡି ସିଲଭା, ଆଞ୍ଜେଲୋ ମାଥ୍ୟୁସ୍, ମହିଷ ଥେକ୍ସାନା, କାସୁନ୍ ରାଜିତା, ଦୁଷ୍ମାନଥା ଚାମିରା, ଦିଲଶନ ମଦୁଶଙ୍କା
ଏହି ବିଶ୍ଵକପରେ ଉଭୟ ଦଳର ଷଷ୍ଠ ମ୍ୟାଚ୍ । ବିଶ୍ୱକପ 2023 ଦଳ ଟେବୁଲରେ ଆଫଗାନିସ୍ତାନ ଚାରି ପଏଣ୍ଟ ସହ ସପ୍ତମ ସ୍ଥାନରେ ଥିବାବେଳେ ଶ୍ରୀଲଙ୍କା ୪ ପଏଣ୍ଟ ସହ ଟେବୁଲରେ ୫ ମ ସ୍ଥାନରେ ରହିଛି। ଏହି ମ୍ୟାଚ୍ରେ ଉଭୟ ଦଳ ବିଜୟ ଆଶାରେ ପଡ଼ିଆକୁ ନେବେ।
ଆଫଗାନିସ୍ତାନ ଏବଂ ଶ୍ରୀଲଙ୍କା ହେଡ୍ ଟୁ ହେଡ ରେକର୍ଡ
ODI ଫର୍ମାଟରେ ଏପର୍ଯ୍ୟନ୍ତ ମୋଟ 11 ଟି ମ୍ୟାଚ୍ ରେ ଆଫଗାନିସ୍ତାନ ଏବଂ ଶ୍ରୀଲଙ୍କା ପରସ୍ପରର ମୁହାଁମୁହିଁ ହୋଇଛନ୍ତି । ଏହି ଅବଧି ମଧ୍ୟରେ ଶ୍ରୀଲଙ୍କା 7 ଟି ମ୍ୟାଚ୍ ଜିତିଥିବାବେଳେ ଆଫଗାନିସ୍ତାନ 3 ଟି ମ୍ୟାଚ୍ ଜିତିଛି । ଦୁଇ ଦଳ ମଧ୍ୟରେ ଗୋଟିଏ ମ୍ୟାଚ ଫଳାଫଳ ବିନା ଶେଷ ହୋଇଛି ।












Click it and Unblock the Notifications