ଓଡ଼ିଶାରେ ଆୟୋଜିତ ହେବ କଷ୍ଟୋମାଇଜ୍ କଲର ବଲ ଟେନିସ ଟୁର୍ଣ୍ଣାମେଣ୍ଟ
ପ୍ରଥମ ଥର ପାଇଁ ଓଡ଼ିଶାରେ ଖେଳାଯିବ କଷ୍ଟୋମାଇଜ୍ କଲର ବଲ ଟେନିସ ଟୁର୍ଣ୍ଣାମେଣ୍ଟ। ଆସନ୍ତା 23 ରୁ 26 ଜୁନ୍ ପର୍ଯ୍ୟନ୍ତ ଓଡିଶା ଟେନିସ୍ ଆସୋସିଏସନ୍ ବ୍ୟାନରରେ ଆଇ.ଆଇ.ଜି ସ୍ପୋର୍ଟସ୍ ଏକାଡେମୀ ପକ୍ଷରୁ KT ଗ୍ଲୋବାଲ୍ ସ୍କୁଲ୍ କ୍ୟାମ୍ପସରେ ଖେଳା ଯିବାକୁ ଯାଉଛି କଷ୍ଟୋ
ଭୁବନେଶ୍ୱର: ପ୍ରଥମ ଥର ପାଇଁ ଓଡ଼ିଶାରେ ଖେଳାଯିବ କଷ୍ଟୋମାଇଜ୍ କଲର ବଲ ଟେନିସ ଟୁର୍ଣ୍ଣାମେଣ୍ଟ। ଆସନ୍ତା 23 ରୁ 26 ଜୁନ୍ ପର୍ଯ୍ୟନ୍ତ ଓଡିଶା ଟେନିସ୍ ଆସୋସିଏସନ୍ ବ୍ୟାନରରେ ଆଇ.ଆଇ.ଜି ସ୍ପୋର୍ଟସ୍ ଏକାଡେମୀ ପକ୍ଷରୁ କେଟି ଗ୍ଲୋବାଲ୍ ସ୍କୁଲ୍ କ୍ୟାମ୍ପସରେ ଖେଳା ଯିବାକୁ ଯାଉଛି କଷ୍ଟୋମାଇଜ୍ ଅଲ ଓଡିଶା ଜୁନିୟର ଚାମ୍ପିଅନସିପ୍ ।

ଯେଉଁଥିରେ ଅଣ୍ଡର-10, ଅଣ୍ଡର-12, ଅଣ୍ଡର-14 କ୍ୟାଟେଗୋରୀରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟର ଉଦ୍ଦେଶ୍ୟ ହେଉଛି ପ୍ରାରମ୍ଭିକ ସ୍ତରର ପ୍ରତିଭାମାନଙ୍କୁ ସମାନ ସ୍ତରର ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଏବଂ ସମାନ ସୁଯୋଗ ପାଇବାକୁ ଉତ୍ସାହିତ କରିବା।
ଏହାସହ ଟେନିସ୍ ଖେଳାଳୀଙ୍କୁ ତୃଣମୂଳ ସ୍ତରରୁ କିପରି ଆବଶ୍ୟକୀୟ ଭିତ୍ତିଭୂମି ଯୋଗାଇବା ସହ ଓଡ଼ିଶାରେ ଟେନିସକୁ ଅଧିକରୁ ଅଧିକ ପ୍ରଚାର ପ୍ରାସର କରିବା, ଟେନିସକୁ ପ୍ରୋତ୍ସାହିତ କରିବା ଏବଂ ନୂଆ ପ୍ରତିଭାଙ୍କ ପାଇଁ ଏକ ସୁଯୋଗ ସୃଷ୍ଟି କରିବା। ଟେନିସ ସହ ଯୋଡ଼ିବା ପାଇଁ ଏବେ ଟେନିସ ଖେଳାଳି ବା ପ୍ରତିଯୋଗୀମାନଙ୍କୁ ଆଇ.ଆଇ.ଜି ସ୍ପୋର୍ଟସ୍ ଏକାଡେମୀ ଏକ ନୂଆ ଏବଂ ବିଶ୍ୱସ୍ତରୀୟ ପ୍ଲାଟଫର୍ମ ଯୋଗାଉଛି। ଆଜିର ଏହି ପ୍ରେସମିଟରେ କେଟି ଗ୍ଲୋବାଲ ସ୍କୁଲର ନିର୍ଦ୍ଦେଶକ ପୂର୍ଣ୍ଣଶିଷ ରଥ, KT ଗ୍ଲୋବାଲ ସ୍କୁଲର ପ୍ରିନ୍ସିପାଲ୍ ସବିତା ପଣ୍ଡା, ଭାଇସ୍-ପ୍ରିନ୍ସିପାଲ୍ ଅନୁରାଧା ଘୋଷ, ଆଇଆଇଜି ସ୍ପୋର୍ଟସ୍ ଏକାଡେମୀର ନିର୍ଦ୍ଦେଶକ ଚିନ୍ମୟ ପ୍ରଧାନ, ଓଟିଏ କାର୍ଯ୍ୟନିର୍ବାହୀ ସଦସ୍ୟ ଅସିତ ପ୍ରଧାନ, ଓଟିଏର ପ୍ରଶାସନିକ ଅଧିକାରୀ ସମ୍ବିତ ପଟ୍ଟନାୟକ୍ ପ୍ରମୁଖ ଉପସ୍ଥିତ ଥିଲେ ।












Click it and Unblock the Notifications