IPL 2024 ଆରମ୍ଭ ହେବା ପୂର୍ବରୁ CSKକୁ ଲାଗିଲା ଝଟକା, ଲାଇଭ୍ ମ୍ୟାଚରୁ ଡାକ୍ତରଖାନା ଗଲେ ଏହି ଖେଳାଳି
IPL 2024 CSK: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟି -20 ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ 72 ରନରେ ପରାଜୟର ସମ୍ମୁଖୀନ ହୋଇଛି। ଅଷ୍ଟ୍ରେଲିଆର ସିରିଜର ଉଭୟ ପ୍ରାରମ୍ଭିକ ମ୍ୟାଚ୍ ଜିତିଥିଲା। ଏଥି ସହିତ ନ୍ୟୁଜିଲ୍ୟାଣ୍ଡ ଦଳ ଏପର୍ଯ୍ୟନ୍ତ ଏହି ସିରିଜରେ ଗୋଟିଏ ମ୍ୟାଚ୍ ଜିତି ନାହିଁ ।
ସେପଟେ IPL 2024 ଆରମ୍ଭ ହେବାକୁ ଯାଉଛି । ଚେନ୍ନାଇ ସୁପର କିଙ୍ଗସ୍ ଦଳର ଅଧିନାୟକ 2024 ଆପିଏଲରେ ପୁଣି ଚେନ୍ନାଇକୁ ଜିତାଇବା ପାଇଁ ପ୍ରୟାସ ଆରମ୍ଭ କରିଦେଇଛନ୍ତି । ଧୋନି ଆଇପିଏଲ୍ 2024 ପାଇଁ ନେଟ୍ ପ୍ରାକ୍ଟିସ୍ କରିବା ଆରମ୍ଭ କରିଦେଇଛନ୍ତି । ଧୋନିଙ୍କ ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ହେଲେ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ CSKକୁ ଝଟକା ଲାଗିଛି । ବାସ୍ତବରେ ଚେନ୍ନାଇ ପାଇଁ ଖେଳୁଥିବା ନ୍ୟୁଜିଲ୍ୟାଣ୍ଡର ଓପନର୍ Devon Conway ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟି -20 ମ୍ୟାଚ୍ ସମୟରେ ଆହତ ହୋଇଥିଲେ ଏବଂ ପରେ ତାଙ୍କୁ ମ୍ୟାଚ୍ ଅଧାରେ ଛାଡିବା ପାଇଁ ପଡିଥିଲା । ଏହି ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡ ଦଳ ପ୍ରଥମେ ବୋଲିଂ କରିଥିଲା। Devon Conway ଆଉଟଫିଲ୍ଡରେ ଠିଆ ହୋଇ ଫିଲ୍ଡିଂ କରୁଥିଲେ।
ଫିଲ୍ଡିଂ କରୁଥିବା ବେଳେ Devon Conway ତାଙ୍କ ବାମ ଆଙ୍ଗୁଠିକୁ ଆଘାତ ଲାଗିଥିଲା । ଏହି କାରଣରୁ ତାଙ୍କୁ ଲାଇଭ ମ୍ୟାଚ୍ ଛାଡି ଡାକ୍ତରଖାନା ଯିବାକୁ ପଡିଥିଲା । ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ ବୋର୍ଡ ଏକ ଅପଡେଟ୍ ସେୟାର କରି କହିଛି ଯେ, Devon Conwayଙ୍କର ଏକ୍ସ-ରେ କରାଯାଇଛି ହେଲେ ତାଙ୍କୁ କୌସସୁ ହାଡ଼ ଭାଙ୍ଗି ନାହିଁ ସେ ଖୁବ୍ ଶୀଘ୍ର ସୁସ୍ଥ ହୋଇଯିବେ ।
ଅନ୍ୟପକ୍ଷରେ ଟିମର ଅଲରାଉଣ୍ଡର ରଚିନ୍ ରବିନ୍ଦ୍ର ମଧ୍ୟ ଅନଫିଟ୍ ଅଛନ୍ତି । ଯେଉଁଥି ପାଇଁ ସେ ଦ୍ୱିତୀୟ ଟି -20 ମ୍ୟାଚ୍ ସେ ଖେଳି ନଥିଲେ । ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ୍ ପାଇଁ ଉଭୟ ରଚିନ୍ ରବିନ୍ଦ୍ର ଏବଂ Devon Conway ଖେଳିବ ହେଲେ ଏପରି ସ୍ଥିତିରେ ଉଭୟ ଖେଳାଳିଙ୍କ ଆଘାତ ଲାଗିବା ଘଟଣା ଚେନ୍ନାଇ ପାଇଁ ଏକ ସମସ୍ୟା ସୃଷ୍ଟି କରିପାରେ ।












Click it and Unblock the Notifications