Get Updates
Get notified of breaking news, exclusive insights, and must-see stories!

କେବଳ ବ୍ୟାଟିଙ୍ଗ ବା ବୋଲିଂ ନୁହେଁ ଫିଲଡ଼ିଂରେ ମ୍ୟାଚ ଜିତାନ୍ତି ଜାଡେଜା; କ୍ୟାଚ ଧରିବାରେ ସ୍ବତନ୍ତ୍ର ଶତକ

କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଚେନ୍ନାଇର ଏକ ତରଫା ବିଜୟ । ୨୦ ଓଭରରେ ମାତ୍ର ୧୩୭ ରନ ସ୍କୋର କରିଥିଲା କେକେଆର୍ । ଆଉ ତାକୁ ଅତି ସହର ହାସଲ କରିଥିଲା ଚେନ୍ନାଇ । ଆଉ ବ୍ୟାଟିଂ କରିବାକୁ ଆସିଥିଲେ ମାହି ।

କେକେଆରକୁ କମ ସ୍କୋରରେ ସୀମିତ ରଖିବାରେ ରବିନ୍ଦ୍ର ଜାଡେଜାଙ୍କ ବୋଲିଂ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ସେ ନିଜର ୪ ଓଭରରେ ମାତ୍ର ୧୮ ରନ ଦେଇ ତିନୋଟି ୱିକେଟ ନେଇଥିଲେ ।

ତେବେ କିନ୍ତୁ ଏହି ମ୍ୟାଚ୍‌ରେ ୱିକେଟ ସହ ଜାଡେଜା ଇଣ୍ଡିଆନ ପ୍ରିମିୟର ଲିଗ ଇତିହାସରେ ୧୦୦ଟି କ୍ୟାଚ ପୂରଣ କରିବାରେ କେବଳ ପଞ୍ଚମ ଖେଳାଳି ହୋଇଥିଲେ। କେକେଆର ବିପକ୍ଷ ମ୍ୟାଚରେ ୩ଟି କ୍ୟାଚ ନେଇ ଜାଡେଜା ଏହି ରେକର୍ଡ ସୃଷ୍ଟି କରିଥିଲେ । ଜାଡେଜା ମଧ୍ୟ କୋଲକାତା ନାଇଟ ରାଇଡର୍ସର ଫିଲିପ ସଲ୍ଟ, ଶ୍ରେୟସ ଆୟର ଏବଂ ମିଚେଲ ଷ୍ଟାର୍କଙ୍କ କ୍ୟାଚ ନେଇଥିଲେ ।

Ravindra Jadeja

ଆଇପିଏଲ ଇତିହାସରେ ରବିନ୍ଦ୍ର ଜାଡେଜାଙ୍କ ପୂର୍ବରୁ କେବଳ ୪ ଖେଳାଳି ୧୦୦ କିମ୍ବା ଅଧିକ କ୍ୟାଚ ନେବାକୁ ସକ୍ଷମ ହୋଇଛନ୍ତି। ଜାଡେଜା ୨୩୧ ମ୍ୟାଚରେ ଏହି ସଫଳତା ହାସଲ କରିଛନ୍ତି। ଜାଡେଜା ଆଇପିଏଲରେ ୧୦୦ଟି କ୍ୟାଚ ନେଇ ବିଶ୍ୱର ଚତୁର୍ଥ ଭାରତୀୟ ତଥା ପଞ୍ଚମ ଖେଳାଳି ହୋଇଛନ୍ତି । ତାଙ୍କ ପୂର୍ବରୁ ବିରାଟ କୋହଲି (୧୧୦), ସୁରେଶ ରାଇନା (୧୦୯), କିରେନ ପୋଲାର୍ଡ (୧୦୩) ଏବଂ ରୋହିତ ଶର୍ମା (୧୦୦) ଏହା କରିଛନ୍ତି।

ରବିନ୍ଦ୍ର ଜାଡେଜା ୨୦୦୮ରୁ ପ୍ରଥମ ସିଜିନରେ ଆଇପିଏଲରେ ଖେଳୁଛନ୍ତି। ଏପର୍ଯ୍ୟନ୍ତ ସେ ୨୩୧ଟି ମ୍ୟାଚରେ ବ୍ୟାଟ୍ସମ୍ୟାନ ଭାବରେ ୨,୭୭୬ ରନ ସଂଗ୍ରହ କରିଛନ୍ତି । ଜଣେ ବୋଲର ଭାବରେ ସେ ଏପର୍ଯ୍ୟନ୍ତ ୧୫୬ ଉଇକେଟ ନେଇଛନ୍ତି । ସେ ଆଇପିଏଲ ଇତିହାସରେ ପ୍ରଥମ ଖେଳାଳି ଯିଏକି ୨୦୦୦ରୁ ଅଧିକ ରନ ସ୍କୋର କରିଥିଲେ ଏବଂ ୧୫୦ରୁ ଅଧିକ ଉଇକେଟ ନେଇଥିଲେ । ଇଣ୍ଡିଆନ ପ୍ରିମିୟର ଲିଗ ଇତିହାସରେ ରବୀନ୍ଦ୍ର ଜାଡେଜା ନବମ ସର୍ବାଧିକ ଉଇକେଟ ନେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+